ETV Bharat / state

ଆଜିଠୁ ହିଙ୍ଗୁଳା ଯାତ୍ରା ଆରମ୍ଭ, ଭକ୍ତଙ୍କଠୁ ନୈବେଦ୍ୟ ଗ୍ରହଣ କରନ୍ତି ମା’ - MAA HINGULA YATRA - MAA HINGULA YATRA

MAA HINGULA YATRA 2024: ଚଳଚଞ୍ଚଳ ମା’ ହିଙ୍ଗୁଳା ପୀଠ । ଆଜିଠାରୁ ଆରମ୍ଭ ହୋଇଛି ତାଳଚେରର ବିଶ୍ବ ପ୍ରସିଦ୍ଧ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଚଳିତ ଥର ମା' ମନ୍ଦିର ପୂର୍ବ ପଟେ ଅଗ୍ନି ରୂପରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଅଧିକ ପଢନ୍ତୁ

ଭକ୍ତଙ୍କଠୁ ନୈବେଦ୍ୟ ଗ୍ରହଣ କରନ୍ତି ମା’ ହିଙ୍ଗୁଳା

author img

By ETV Bharat Odisha Team

Published : Apr 22, 2024, 9:58 PM IST

ଭକ୍ତଙ୍କଠୁ ନୈବେଦ୍ୟ ଗ୍ରହଣ କରନ୍ତି ମା’ ହିଙ୍ଗୁଳା

ଅନୁଗୋଳ: ସମଗ୍ର ଭାରତରେ ଏମିତି ଏକ ପୀଠ ଅଛି ଯେଉଁଠି ଭକ୍ତ ଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । ଏ ପୀଠ ସହ ଶ୍ରୀକ୍ଷେତ୍ରର ରହିଛି ସିଧାସଳଖ ସମ୍ପର୍କ । ଦିନକ ପାଇଁ ଶ୍ରୀମନ୍ଦିର ରୋଷଘରର ଠାକୁରାଣୀ ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ଏଠାରେ ବିଜେ ହୁଅନ୍ତି । ଆଉ ଏହି ପୀଠ ହେଉଛି ଓଡିଶାର ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କର । ବିଷ୍ଣୁ ଦମନଙ୍କ ଚତୁର୍ଦଶୀରେ ମା'ଙ୍କୁ ଅଗ୍ନି ରୂପରେ ପୂଜା କରାଯାଏ ।

ଆଜି ଠାରୁ ଆରମ୍ଭ ହୋଇଛି ତାଳଚେରର ବିଶ୍ବ ପ୍ରସିଦ୍ଧ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଚଳିତ ଥର ମା' ମନ୍ଦିର ପୂର୍ବ ପଟେ ଅଗ୍ନି ରୂପରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବଡି ଭୋରୁ ଯଥାରୀତି ଶ୍ରାବରୀ ମନ୍ତ୍ରରେ ମାଙ୍କୁ ଆବାହନ କରାଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ପୂଜା ପାଉଛନ୍ତି ମା' ଅଗ୍ନିରୂପା । ଅଗ୍ନି ରୂପରେ ପ୍ରକଟିତ ମା' ଆଜି ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷଘର ଛାଡି ଏଠାରେ ବିଜେ ହୁଅନ୍ତି ବୋଲି ବିଶ୍ବାସ ରହିଛି । ୯ ଦିନ ଆଗରୁ ଜନ୍ତାଳ ପୂଜାରେ ମା' ଅଗ୍ନିରୂପରେ ସ୍ବୟଂ ପ୍ରକଟ ହୁଅନ୍ତି । ଚୈତ୍ର ମାସର ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀରେ ହିଁ ଆୟୋଜିତ ହୁଏ ବାର୍ଷିକ ଯାତ୍ରା ।

ତେବେ ଜଗନ୍ନାଥଙ୍କ ପରି ଏଠାରେ ମଧ୍ୟ ନବ ଦିନାତ୍ମକ ଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ଦିଅଁ ଘରୁ ପଟୁଆରରେ ଆଲମ ଅଣାଯାଇ ପତିଆରା ପୂଜା କରାଯାଏ । ବିଶ୍ବାସ ରହିଛି ଏଠାରେ ଯିଏ ଯାହା ମାନସିକ କରିଥାଏ, ତାହା ପୂରଣ ହୋଇଥାଏ । ଅଗ୍ନି ରୂପରେ ପ୍ରକଟିତ ମା' ଆଜି ଦିନକ ପାଇଁ ଶ୍ରୀକ୍ଷେତ୍ର ରୋଷଘର ଛାଡି ଏଠାରେ ବିଜେ ହୋଇ ଭକ୍ତ ମାନଙ୍କ ଠାରୁ ସିଧା ସଳଖ ନୈବେଦ୍ୟ ଗ୍ରହଣ କରିବାର ବିଶ୍ବାସ ରହିଛି । ପୂଜା ପାଇଁ ଏଥର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏଠାରେ ଚଳିତ ଥର ମଧ୍ୟ ଆୟୋଜିତ ହେଉଛି ଲୋକ ମହୋତ୍ସବ ।

ଜଣେ ଶ୍ରଦ୍ଧାଳୁ କହିଛନ୍ତି," ଅନାଦି କାଳରୁ ମା' ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ସହ ମା' ହିଙ୍ଗୁଳାଙ୍କ ସମ୍ପର୍କ ରହିଛି । ପୁରୀ ଜଗନ୍ନାଥ ମନ୍ଦିର ରୋଷଶାଳାର ଦେବୀ ହେଉଛନ୍ତି ମା' ହିଙ୍ଗୁଳା । ଆଜିର ଦିନରେ ମା' ଏଠାକୁ ଆସିଥାନ୍ତି । ତେଣୁ ଆଜି ଶ୍ରୀମନ୍ଦିରରେ ରୋଷଶାଳାରେ କାର୍ଯ୍ୟ ବନ୍ଦ ରହିଛି । ଏଠାରେ ଯିଏ ଯାହା ମାନସିକ କରିଥାନ୍ତି , ତାହା ପୂରଣ ହୋଇଥାଏ ।"

ଏହି ଅବସରରେ ମା' ହିଙ୍ଗୁଳାଙ୍କର ମନ୍ଦିର ଓ ଉଭାସ୍ଥଳରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୧୬ ଜଣ ଇନ୍ସପେକ୍ଟର ପହ୍ୟାର ଅଧିକାରୀ, ୬୧ ଜଣ ସବ-ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ପହ୍ୟାର ଅଧିକାରୀଙ୍କ ସହିତ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏହାର ତଦାରଖ ଦାୟିତ୍ଵରେ ୩ ଜଣ ଆଡିସନାଲ ଏସପି ଓ ଡିଏସପି ପହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.