ETV Bharat / state

କାମରେ ଆସୁନି ମୋଟୁ ବସଷ୍ଟାଣ୍ଡ, ଆନ୍ଧ୍ର ଉପରେ ନିର୍ଭର ଓଡି଼ଶା ଯାତ୍ରୀ - Motu Interstate Bus stand Problem

author img

By ETV Bharat Odisha Team

Published : Jul 11, 2024, 10:19 PM IST

Malkangiri bus stop Issues: ମାଲକାନଗିରି ଜିଲ୍ଲାର ମୋଟୁ ସ୍ଥିତ ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡର ଉଦଘାଟନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଫଳରେ ଯାତ୍ରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଧିକ ପଢ଼ନ୍ତୁ

Malkangiri bus stop Issues
Malkangiri bus stop Issues (ETV Bharat Odisha)

ମାଲକାନଗିରି: ଫସର ଫାଟୁଛି ସରକାରୀ ଯୋଜନା । ବସଷ୍ଟାଣ୍ଡ ଉଦଘାଟନକୁ ସାତ ମାସ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ତିନି ରାଜ୍ୟର ଯାତ୍ରୀଙ୍କ ଯାତାୟାତ ସୁବିଧା ସହ ବିଶ୍ରାମ ପାଇଁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ମାଲକାନଗିରି ଜିଲ୍ଲାର ମୋଟୁ ସ୍ଥିତ ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡ । ହେଲେ ସେଗୁଡ଼ିକର ଅବସ୍ଥା ଅତି ଶୋଚନୀୟ ହୋଇରହିଛି । ତେବେ ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ବସଷ୍ଟାଣ୍ଡ ପରିତ୍ୟକ୍ତ ହୋଇ ପଡିରହିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଯାହା ଫଳରେ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ବସ ଚାଳକ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, 2018 ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ହାଉସିଙ୍ଗ୍ ବୋର୍ଡକୁ ବସଷ୍ଟାଣ୍ଡ ଉନ୍ନତିକରଣ କାର୍ଯ୍ୟନାମା ପ୍ରଦାନ କରାଯାଇଥିଲା । ଯାହା ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଏହାର କାମ 2022 ମସିହା ଡିସେମ୍ବର ମାସରେ ଶେଷ ହୋଇଥିଲା । କାମ ସରିବାର 10 ମାସ ପରେ ଅର୍ଥାତ 2023 ମସିହା ଅକ୍ଟୋବର ମାସରେ ବସଷ୍ଟାଣ୍ଡର ଉଦଘାଟନ ହୋଇଥିଲା । ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ଏବଂ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ । ପରେ ଏହାକୁ କାଲିମେଳା ବ୍ଳକ ବିଡିଓଙ୍କୁ କାର୍ଯ୍ୟକ୍ଷମ ପାଇଁ ହସ୍ତାନ୍ତର କରାଯାଇଥିଲା । ଏହି ବସଷ୍ଟାଣ୍ଡ ଉଦଘାଟନକୁ 7 ମାସ ବିତି ଯାଇଥିଲେ ସୁଦ୍ଧା, ଏ ପର୍ଯ୍ୟନ୍ତ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରିନଥିବା ଅଭିଯୋଗ ହୋଇଛି ।

ବସଷ୍ଟାଣ୍ଡ ଦୀର୍ଘଦିନ ହବ ତାଲାପଡି ରହିବାରୁ ସରକାରୀ ଓ ବେସରକାରୀ ବସ ଗୁଡିକ ମୋଟୁ ବସଷ୍ଟାଣ୍ଡରେ ନରହି ଆନ୍ଧ୍ରପ୍ରଦେଶ ଭଦ୍ରାଚଳମ୍ ଜିଲ୍ଲାର କଲେରୁ ସ୍ତିତ ବ୍ରିଜ ନିକଟରେ ରହୁଥିବା ଦେଖିବାକୁ ମିଳିଛି । ଏଥିନେଇ ବସ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି "ମୋଟୁ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଯାଇନାହିଁ । ତାସହ ସେଠାକାର ମୁଖ୍ୟ ଫାଟକରେ ତାଲା ଝୁଲୁଛି ଯାହାଫଳରେ ସେଠାରେ ରହିବା ସମ୍ଭବପର ନୁହେଁ ।" ସେପଟେ ବସଷ୍ଟାଣ୍ଡ ନଥିବାରୁ ଯାତ୍ରୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଯାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, "ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଖରାଦିନେ ପ୍ରବଳ ଖରା ହଉଥିବାବେଳେ ଖରାରେ ଛିଡା ହୋଇ ବସ ପ୍ରତୀକ୍ଷା କରିବାକୁ ପଡୁଛି। ଏଣୁ ସେମାନେ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା ନକରି ବସଷ୍ଟାଣ୍ଡ ଠାରୁ ତିନି କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କଲେରୁ ବ୍ରିଜ ନିକଟକୁ ଯାଇ ବସରେ ଯାତାୟତ କରୁଛନ୍ତି ।" ଯାହା ପାଇଁ ସେମାନେ ସରକାରଙ୍କୁ ମୋଟୁ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି ।

ସେପଟେ ଏହି ସମସ୍ୟା ନେଇ ନୂତନ ଭାବେ ନିର୍ବାଚିତ ହୋଇଥିବା ମାଲକାନଗିରି ବିଧାୟକ ନରସିଙ୍ଗ ମାଡକାମି ଉକ୍ତ ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡକୁ ଅତି ଶୀଘ୍ର ଖୋଲିବାର ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି "ଉକ୍ତ ବସଷ୍ଟାଣ୍ଡକୁ ଯାଇ ଆମ ଟିମ ବୁଲି ଦେଖିବା ସହ ତର୍ଜମା କରାଯାଇଛି । ବସଷ୍ଟାଣ୍ଡ ଖୋଲିବା ନେଇ ତହସିଲଦାରଙ୍କ ସହିତ ଆଲୋଚନା କରାଯାଇଛି । ଶୀଘ୍ର ଏହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ ।" ଏନେଇ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଛନ୍ତି "ଏହାକୁ କିଭଳି କାର୍ଯ୍ୟକ୍ଷମ କରାଯିବ ଏଥିନେଇ ସେ କାଲିମେଳା ବ୍ଲକ ବିଡିଓଙ୍କୁ କହିଛନ୍ତି । ଅଳ୍ପ ଦିନ ମଧ୍ୟରେ କୌଣସି ଏକ SHG ମହିଳାଙ୍କ ସହ କଥାହୋଇ ସେମାଙ୍କୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯିବ ଏବଂ ବହୁ ଶୀଘ୍ର ଏହି ସ୍ଥାନରୁ ବସ୍ ଚଳାଚଳ ହେବ ।" ତିନି ରାଜ୍ୟର ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମାଣ କରାଯାଇଥିବା ମୋଟୁ ଅନ୍ତଃରାଜ୍ୟ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଇବା ପାଇଁ ସାଧାରଣରେ ଦାବି କରାଯାଉଥିବା ବେଳେ ବିଧାୟକ ଏବଂ ଜିଲ୍ଲା ପ୍ରଶାସନ କେବେ ତାଙ୍କ ପ୍ରତିଶୃତି ପାଳନ କରିବେ ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢ଼ନ୍ତୁ.. ସମସ୍ୟା ଘେରରେ ରାଉରକେଲା ବସଷ୍ଟାଣ୍ଡ, ହନ୍ତସନ୍ତ ଯାତ୍ରୀ - Rourkela bus stop Issues

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.