ETV Bharat / state

ମୌସୁମୀ ଛୁଇଁଲା କେରଳ, ଆହୁରି ୩ ଦିନ ଗରମରେ ସନ୍ତୁଳି ହେବ ଓଡିଶା - Weather Report In Odisha

author img

By ETV Bharat Odisha Team

Published : May 30, 2024, 7:39 PM IST

Weather Report In Odisha: କେରଳକୁ ସମୟ ଆଗରୁ ମୌସୁମୀ ବାୟୁ ଛୁଇଁଛି । ସେହିଭଳି ଆହୁରି ତିନି ଦିନ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ । ଅଧିକ ପଢନ୍ତୁ

Weather Report In Odisha
Weather Report In Odisha (ETV Bharat Odisha)

ଭୁବନେଶ୍ବର: ଆଜି କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୨୦୨୩ରେ ଗୋଟିଏ ସପ୍ତାହ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ । ଆଉ ନିଅଣ୍ଟିଆ ବର୍ଷାର କଷ୍ଟ ଭୋଗିଥିଲା ଓଡ଼ିଶା । କିନ୍ତୁ ଚଳିତବର୍ଷ ନିର୍ଦ୍ଧାରିତ ସମୟରେ ଓଡ଼ିଶା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ଆକଳନ କରାଯାଉଛି । ଏଥିସହ ଭଲ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ଏପଟେ କିନ୍ତୁ ଜଳୁଛି ଓଡ଼ିଶା । ଦିନ ହେଉ କି ରାତି ପ୍ରବଳ ତାତି ସହ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛି ଜନଜୀବନ । ଆହୁରି ତିନି ଦିନ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଆଜି ବି ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି । ଆଜି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲା ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି ,ଖୋର୍ଦ୍ଧା ,ଗଜପତି, ଗଞ୍ଜାମ, ଦେବଗଡ଼, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ବି ଗ୍ରୀଷ୍ମପ୍ରବାହ ବି ଅନୁଭୂତ ହୋଇଛି ।

ଉପକୂଳ ଓଡ଼ିଶାରେ ବି ଭୀଷଣ ଗୁଳୁଗୁଳି କଲବଲ କରିବ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଢେଙ୍କାନାଳରେ ଗୁଳୁଗୁଳି ହେବ । ସେହିପରି ଉଷ୍ମ ଆର୍ଦ୍ର ସ୍ଥିତି ଲାଗି ରହିବ ସହ ଉଷ୍ମ ରାତ୍ରିର ଅନୁଭୂତି ରହିବ । ୩୧ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଜୁନ ୧ ଓ ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବ । ବିଶେଷକରି ଉତ୍ତର ଓ ଅଭ୍ୟନ୍ତରୀଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ସେପଟେ ଗତକାଲି ୪୬ ଡିଗ୍ରୀ ଉପରେ ରହିଥିଲା ୪ ସହର । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ବେଳେ ଏହା ଉତ୍ତର-ପୂର୍ବ ଅଞ୍ଚଳ ଆଡକୁ ମୁହାଁଇଛି ।

ଏହା ମଧ୍ୟ ପଢନ୍ତୁ ... ତତଲା କଡେଇରେ ବଲାଙ୍ଗୀର, ଅଂଶୁଘାତରେ 3 ମୃତ ! - Sunstroke Death In Balangir

ତଥ୍ୟ ଅନୁସାରେ ଗତ ୨୦୨୦ ମସିହାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୧ ଜୁନରେ ପ୍ରବେଶ କରିଥିବା ବେଳେ ୨୦୨୧ରେ ୩ ଜୁନ୍, ୨୦୨୨ରେ ୨୯ ମେ ଏବଂ ୨୦୨୩ ରେ ଜୁନ ୮ ତାରିଖରେ ଛୁଇଁଥିବା ବେଳେ ଚଳିତବର୍ଷ ସ୍ବାଭାବିକ ତାରିଖ ୧ ଜୁନର ଦୁଇ ଦିନ ଆଗରୁ କେରଳ ମଧ୍ୟକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୨୦୨୩ରେ ବିଳମ୍ବରେ ପହଞ୍ଚିଥିଲା ମୌସୁମୀ । ନବରଙ୍ଗପୁରରେ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା ସହ କେନ୍ଦ୍ରାପଡ଼ାରେ ୨୪ ପ୍ରତିଶତ ଓ ପୁରୀରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ସ୍ବାଭାବିକ ଠାରୁ ୨୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିଲା ଝାରସୁଗୁଡ଼ା, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରେ । କିନ୍ତୁ ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ଠାରୁ ଅଧିକ ବର୍ଷିବ । ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ଜୁଲାଇ ମାସରେ ସ୍ବାଭାବିକ ବର୍ଷା ହେବ, କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୂରା ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ଏବଂ ପାଣିପାଗ ବିଶେଷଜ୍ଞ ।

ସେହିପରି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି କେରଳରେ ମୌସୁମୀ ୨ ଦିନ ପୂର୍ବରୁ ଛୁଇଁଥବା ବେଳେ ବର୍ତ୍ତମାନ ଓଡ଼ିଶାରେ କେତେବେଳେ ପହଁଚିବ ତାହା ସ୍ପଷ୍ଟ କହିହେବନି । କାରଣ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୁହାଁ ମୌସୁମୀ ବାୟୁର ଗତି ରହୁଥିବା ବେଳେ ୩ ରେ ପୁଣି ତାର ଗତି ପରିବର୍ତନ ହେବାର ସମ୍ଭାବନା ରହୁଛି । ତେଣୁ ଗତିପଥକୁ ନେଇ କେବେ ଓଡିଶା ଛୁଇଁବ ତାହା ସ୍ପଷ୍ଟ ହୋଇନଥିବା ବେଳେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଜାରି ରହିଥିବାରୁ ୧୦ ତାରିଖ ପୂର୍ବରୁ ଓଡିଶା ଛୁଇଁବାର ସମ୍ଭାବନା ନଥିବା କହିଛନ୍ତି ଶରତ ସାହୁ । ଏହାସହ ଏଥର ଓଡ଼ିଶାରେ ପାଣିପାଗର ନିୟାମକ ଯେପରିକି ଲଗୁଚାପ ହେଉ ଅବା ଟ୍ରପ ଲାଇନ ସେଭଳି ସକ୍ରିୟ ନଥିବାରୁ କାଳବୈଶାଖୀ ବର୍ଷାରେ ମଧ୍ୟ ଭଲ ବର୍ଷା ହୋଇନାହିଁ । ତେଣୁ ଓଡିଶାକୁ ଜଲଦି ମୌସୁମୀ ଆସିବାର ସେଭଳି କିଛି ସ୍ଥିତି ଅନୁକୂଳ ହୋଇନାହିଁ ବୋଲି କହିଛନ୍ତି ଶରତ ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.