ETV Bharat / state

ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା - WOMEN COMMISSION CHIEF

କାରଣ ଦର୍ଶାଅ ଉତ୍ତର ସନ୍ତୋଷଜନକ ନୁହେଁ । ମିନତୀ ବେହେରାଙ୍କ ପଦଚ୍ୟୁତ ନେଇ ଆସିଲା ବିଜ୍ଞପ୍ତି ।

ମିନତୀ ବେହେରା
ମିନତୀ ବେହେରା (ETV Bharat Odisha)
author img

By ETV Bharat Odisha Team

Published : Nov 11, 2024, 5:33 PM IST

ଭୁବନେଶ୍ବର: ଶେଷରେ ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ମିନତୀ ବେହେରାଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଆସିଥିବା ପ୍ରତ୍ୟୁତ୍ତର ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ପଦଚ୍ୟୁତି କରାଯାଇଛି । କାହିଁକି ପଦଚ୍ୟୁତ କରାନଯିବ, ସେନେଇ ସୋ କଜ୍‌ ମଗାଯାଇଥିଲା । ଉତ୍ତର ସନ୍ତୋଷ ଜନକ ନହେବାରୁ ତାଙ୍କୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର ।

ନଥିଲା ସନ୍ତୋଷଜନକ ଉତ୍ତର:

Notification
Notification (ETV Bharat Odisha)

ମହିଳା କମିଶନ ଅଧ୍ୟକ୍ଷା ପଦରୁ ପଦଚ୍ୟୁତ ହେଲେ ମିନତୀ ବେହେରା । ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଦିନ ପୂର୍ବରୁ ମିନତୀଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଥିଲା । କାରଣ ଦର୍ଶାଅ ନୋଟିସର ଉତ୍ତର ପରେ ତାଙ୍କୁ ପଦରୁ ଅପସାରଣ କରାଯାଇଛି । କାରଣ ଦର୍ଶାଅ ଚିଠିର ଉତ୍ତରରେ ସରକାର ଖୁସି ନାହାନ୍ତି । ସନ୍ତୋଷଜନକ ଉତ୍ତର ନମିଳିବାରୁ ମିନତୀ ବେହରାଙ୍କୁ ଅଧ୍ୟକ୍ଷା ପଦରୁ ଅପସାରଣ କରାଯାଇଛି ।

ଅକ୍ଟୋବର 23ରେ ବରଖାସ୍ତ କରିଥିଲେ ସରକାର:

ଗତ ଅକ୍ବୋବର ୨୩ରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଏବଂ ଅନ୍ୟ ୪ ଜଣ ସଦସ୍ୟାଙ୍କୁ ରାଜ୍ୟ ସରକାର ବରଖାସ୍ତ କରିଥିଲେ । କିନ୍ତୁ ତା ପରେ ମଧ୍ୟ ମିନତୀ ବେହେରା ପଦ ଛାଡୁନଥିଲେ । ପ୍ରତ୍ୟେକ ଦିନ ଅଫିସ ଆସିବା ସହ ଅଫିସ କାମ କରୁଥିଲେ । ଏପରିକି ବରଖାସ୍ତ ନେଇ ସେ କିଛି ଜାଣିନଥିବା ଗଣମାଧ୍ୟମକୁ କହିଥିଲେ । ତେବେ ଆଜି ତାଙ୍କୁ ପଦଚ୍ୟୁତ କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

୩ ବର୍ଷ ପୂରିବା ପୂର୍ବରୁ ପଦବୀରୁ ହଟିଲେ:

ନବୀନ ସରକାର ପତନକୁ ୪ ମାସ ବିତିଥିଲେ ମଧ୍ୟ ନିଜ ଆଡ଼ୁ ପଦରୁ ଇସ୍ତଫା ଦେଇନଥିଲେ କମିଶନ ଓ ସଦସ୍ୟା । ରାଜ୍ୟ ସରକାର ନିଜ କ୍ଷମତାର ଉପଯୋଗ କରି ସେମାନଙ୍କୁ ବରଖାସ୍ତ କରିଛନ୍ତି । ସାଧାରଣ ଭାବେ କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିଥାଏ । କମିଶନର ଅଧ୍ୟକ୍ଷା ଓ ସଦସ୍ୟାଙ୍କ କାର୍ଯ୍ୟକାଳ ୩ ବର୍ଷ ପୂରିବା ପୂର୍ବରୁ ବରଖାସ୍ତ କରିଥିଲେ ସରକାର । ଏହା ସହିତ ମହିଳା କମିଶନର ନୂଆ ଅଧ୍ୟକ୍ଷା ଓ ସଦସ୍ୟା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଓ ସଦସ୍ୟା ବରଖାସ୍ତ

ଅନ୍ଧବିଶ୍ବାସ ଦୂର ପାଇଁ ଅଣ୍ଟା ଭିଡିଲା ମହିଳା ଆୟୋଗ, ବସରେ ପ୍ରଥମେ ଚଢିପାରିବେ ମହିଳା !

ମିନତୀ ବେହରା ଦୁଇ ଥର ମହିଳା କମିଶନ ପଦବୀ ହାସଲ କରିଥିଲେ:

ପୂର୍ବ ସରକାରରେ ନିଯୁକ୍ତ ମହିଳା କମିଶନର ଅଧ୍ୟକ୍ଷା ଓ ୪ ସଦସ୍ୟା ବିଜେଡିର ସକ୍ରିୟ ନେତ୍ରୀ । ନବୀନ ସରକାରରେ ଏହି ୫ ନେତ୍ରୀଙ୍କୁ କମିଶନରେ ଥଇଥାନ କରାଯାଇଥିଲା । ବିଜେଡି ନେତ୍ରୀ ମିନତୀ ବେହେରା ୨୦୨୨ ଅକ୍ଟୋବରରେ ଦ୍ୱିତୀୟଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ ହୋଇଥିଲେ । ପ୍ରଥମ ଥର ପାଇଁ ୨୦୧୯ ମସିହା ଅଗଷ୍ଟ ମାସରେ ପ୍ରଥମ ଥର ପାଇଁ ପଦବୀ ହାସଲ କରିଥିଲେ । ସେହିପରି ୨୦୨୩ ଏପ୍ରିଲରେ ଅନ୍ୟ ୪ ଜଣ ବିଜେଡି ନେତ୍ରୀ କମିଶନର ସଦସ୍ୟା ଭାବେ ଅବସ୍ଥାପିତ ହୋଇଥିଲେ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସମସ୍ତ ନିଗମ, ବୋର୍ଡ ଓ ସରକାରୀ ପଦବୀରେ ରାଜନୈତିକ ଥଇଥାନକୁ ହଟାଇଥିଲେ । କିନ୍ତୁ ରାଜ୍ୟ ମହିଳା କମିଶନ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଓ ଖାଦ୍ୟ ସୁରକ୍ଷା ଆୟୋଗରେ ବିଜେଡି ନେତା ଓ ନେତ୍ରୀଙ୍କୁ ହଟାଯାଇନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.