ETV Bharat / state

ମୋହନ ସରକାରଙ୍କ ମେଗା ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ - mega employment

author img

By ETV Bharat Odisha Team

Published : Sep 11, 2024, 3:33 PM IST

Updated : Sep 11, 2024, 8:17 PM IST

1.5 lakh employment in 5 years: 5 ବର୍ଷରେ ପୂରଣ ହେବ ଦେଢ ଲକ୍ଷ ପଦବୀ । ୯୨ ହଜାରକୁ ମିଳିସାରିଛି ଅନୁମୋଦନ । କଂଗ୍ରେସ ଆଣିଥିବା ମୁତଲବୀ ପ୍ରସ୍ତାବ ଚର୍ଚ୍ଚାରେ ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିବୃତ୍ତି । ଅଧିକ ପଢନ୍ତୁ

ମୋହନ ସରକାରଙ୍କ ବଡ ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ
ମୋହନ ସରକାରଙ୍କ ବଡ ନିଯୁକ୍ତି ମିଶନ, ୫ ବର୍ଷରେ ପୂରଣ ହେବ ଦେଢଲକ୍ଷ ପଦବୀ (ETV Bharat Odisha)

ଭୁବନେଶ୍ବର: ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟରେ ୧ ଲକ୍ଷ ୫୦ ହଜାର ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏବେ ରାଜ୍ୟରେ ମୋଟ ୧ ଲକ୍ଷ ୩୨ ହଜାର ୪୫୯ଟି ଖାଲି ପଦବୀ ରହିଛି । ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ । ଆଜି ବିଧାନସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା କହିଛନ୍ତି ।

  • ସରକାରଙ୍କ ଫୋକସରେ ନିଯୁକ୍ତି:-

ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି,‘‘ବେକାରୀ ବୃଦ୍ଧି ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଜୁଲାଇ ମାସ ପୂର୍ବର ସ୍ଥିତି । ଜୁଲାଇ ପରେ ବେକାରୀ ବୃଦ୍ଧି ସତ୍ୟ ଆଧାରିତ ନୁହେଁ । ବର୍ଷ ୨୦୨୨-୨୦୨୩ର ରିପୋର୍ଟ ଅନୁସାରେ ବେକାରୀ କ୍ଷେତ୍ରରେ ଜାତୀୟ ହାର ଠାରୁ ରାଜ୍ୟରେ ବେକାରୀ ହାର ଅଧିକ ଥିଲା । ଜାତୀୟ ହାର ୩.୨ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହି ହାର ୩.୯ ପ୍ରତିଶତ ଥିଲା । ଏବେ ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।’’

  • ୫ ବର୍ଷରେ ଦେଢଲକ୍ଷ ଭର୍ତ୍ତି:-

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ବିରୋଧୀଙ୍କ ଭ୍ରମ ଧାରଣା ଯେ, 2 ଲକ୍ଷ 05 ହଜାର ପଦବୀ ଖାଲି ପଡ଼ିଛି । 5 ବର୍ଷ ଭିତରେ ରାଜ୍ୟରେ 1 ଲକ୍ଷ 50 ହଜାର ପଦବୀ ପୂରଣ କରିବାକୁ ଆମେ (ରାଜ୍ୟ ସରକାର) ପ୍ରତିଶ୍ରୁତିବଦ୍ଧ । 92 ହଜାର ପଦବୀକୁ ସରକାର ଅନୁମୋଦନ ମଧ୍ୟ କରି ସାରିଛନ୍ତି । 2024 ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର 34 ହଜାର 686 ସରକାରୀ ପଦବୀ ପୂରଣ କରିବେ । ସେଥିପାଇଁ ପ୍ରକ୍ରିୟା ଶେଷ ହୋଇଛି । ସମୁଦାୟ 1 ଲକ୍ଷ 32 ହାଜର 459 ମୂଳ ପଦବୀ ଖାଲି ରହିଛି । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତା ଆଣିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ।’’

  • କଂଗ୍ରେସ ଆଣିଥିଲା ମୁଲତବୀ ପ୍ରସ୍ତାବ:-

ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା । ରାଜ୍ୟରେ ଖାଲିଥିବା ଶହ ଶହ ସରକାରୀ ପଦବୀ ପୂରଣ ନହେବା, ନୂତନ ପଦବୀ ସୃଷ୍ଟି ନହେବା ଓ ଚୁକ୍ତିଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ବା ନିୟମିତ ନକରାଯିବା ସରକାରଙ୍କ ଏକ ଅମାନବୀୟ ଓ ସମ୍ବେଦନଶୀଳ କାର୍ଯ୍ୟ ଶୀର୍ଷକ ମୁଲତବୀ ପ୍ରସ୍ତାବ କଂଗ୍ରେସ ପକ୍ଷରୁ ଅଣାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:- ରେଭେନ୍ସା-ଓଡ଼ିଆ ଅସ୍ମିତା, ନବୀନଙ୍କୁ ଜବାବ ଦେଲେ ଜୟନାରାୟଣ - Naveen Jay Narayan X War

ବିଜେଡି ମଧ୍ୟ ବେକାରୀ ପ୍ରସଙ୍ଗରେ ଘେରିଲା

ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ନିଯୁକ୍ତି ଓ ବେକାରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା । ଦଳୀୟ ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ବେକାରୀରେ ଓଡ଼ିଶା ୨୧ ନମ୍ବର । ଦୁଇ ବର୍ଷ ଭିତରେ ୬୫ ହଜାର ନିଯୁକ୍ତି ଦେବାକୁ ସରକାର କହୁଛନ୍ତି । ଏହା ବାଦ, ଆଉ କେତେ ପଦବୀ ଖାଲି ଅଛି, ନା ଅଧିକ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ । ଠିକା ନିଯୁକ୍ତି ଉଠାଇବେ କି ? ଆଉଟ ସୋର୍ସରେ ନିଯୁକ୍ତି ପାଇଥିବା କର୍ମଚାରୀ ସଂସ୍ଥା ଦ୍ୱାରା ଶୋଷଣ ହେଉଛନ୍ତି । ସରକାର ଏ ଦିଗରେ ପଦକ୍ଷେପ ନେବେ କି ବୋଲି ଗଣେଶ୍ବର ପ୍ରଶ୍ନ କରିଥିଲେ । ଏହି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସରକାରଙ୍କ ପ୍ରତିନିଧିତ୍ବ କରି ବିବୃତ୍ତି ରଖିଛନ୍ତି ।

ଆଜି ବିଧାନସଭାରେ ଆଲୋଚନା ହେଲା ଏସବୁ ପ୍ରସଙ୍ଗ:

ମାଗଣାରେ ମିଳିବ କି ବିଜୁଳି:

ସ୍ମାର୍ଟ ମିଟର ନେଇ କାହାର ବି ଅଭିଯୋଗ ରହିଛି ତାକୁ ଟେଷ୍ଟିଂ କରାଇ ନେବା ଦରକାର। ଟାଟା କର୍ମଚାରୀ ମାନଙ୍କୁ ଡାକି ଚେକ କରାଇବେ। ସଚେତନତା ଆଧାରରେ ଖାଉଟି ମାନଙ୍କୁ ଶିକ୍ଷିତ କରିବାକୁ ପଡିବ। ବିଜୁଳି ମାଗଣାରେ ବିତରଣ କରାଯାଇ ପାରିବ ନାହିଁ। ସାଧାରଣ ଗରିବ ପରିବାରକୁ ମାଗଣାରେ ବିଦ୍ୟୁତ ଯୋଗାଇଦେବା ନେଇ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ କେଭି ସିଂହଦେଓ, ସେମାନଙ୍କୁ pm ସୂର୍ଯ୍ୟଘର ଯୋଜନାରେ ଆବେଦନ କରିବାକୁ ପଡିବ।ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ମିଳିବ,ଯଦି ସେମାନେ ଏହି ଯୋଜନାରେ ଆବେଦନ କରିବେ ତାହେଲେ 300 ୟୁନିଟ ମାଗଣା ବିଜୁଳି ମିଳିବ । ଗୃହରେ ଭାସ୍କର ମଢେଇଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ କେଭି ସିଂହଦେଓ ।

200 ଗୋ-ଶାଳା ହେବ:

ଗୋ ସୁରକ୍ଷା ପାଇଁ ସରକାରଙ୍କ ତତ୍ପରତା । ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ନିବେଦନ ସବୁ ବିଧାୟକ ଗୋଟିଏ ଗୋଟିଏ ଗୋ ଶାଳା କରନ୍ତୁ । 90 ପ୍ରତିଶତ ସବସିଡି ଦିଆଯିବ | ଗାଈ ପାଇଁ ଦିନକୁ 54 ଟଙ୍କା ଦିଆଯିବ | 200 ଗୋ-ଶାଳା କରିବା ପାଇଁ ଟାର୍ଗେଟ ରଖିଛନ୍ତି ସରକାର । ସବୁ ବିଧାୟକ ନିଜ ଅଞ୍ଚଳରେ ଗୋଟିଏ ଗୋ-ଶାଳା କରନ୍ତୁ ନିବେଦନ କଲେ ମନ୍ତ୍ରୀ । ସରକାର ସବୁ ସୁବିଧା ଯୋଗାଇ ଦେବେ । ଏଥିସହ ଦୁଗ୍ଧ ବନ୍ୟା ମିଶନ ଯୋଜନାରେ 2 ହଜାର ହିତାଧିକାରୀ ଲାଭନ୍ବିତ ହେବେ।

ମାଲକାନଗିରି ବର୍ଷା ବିତ୍ପାତ ନେଇ ମନ୍ତ୍ରୀଙ୍କ ଉତ୍ତର:

ମାଲକାନଗିରି ବନ୍ୟା ବିଭୀଷିକାର ଉତ୍ତର ରଖିଲେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ପାଣି ପାଗ ସୂଚନା ଦିଆଯାଇଥିଲା ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ, ରାୟଗଡାରେ ବର୍ଷା ହୋଇ ବିଶେଷ କ୍ଷୟକ୍ଷତି ହୋଇଛି । ମକା ଠାରୁ ଆରମ୍ଭ କରି ବିଭିନ୍ନ ଫସଲ କ୍ଷତି ହୋଇଛି । ରାଜ୍ୟର SRC, କୃଷି ଓ ରାଜସ୍ବ ବିଭାଗ କଣ ପଦକ୍ଷେପ ନେଇଛନ୍ତି, ଜନସାଧାରଣଙ୍କ କ୍ଷତି ସରକାର ଅବଗତ ଅଛନ୍ତି କି ? କଣ ସାହାଯ୍ୟ ଦିଆଯିବ କ୍ଷୟକ୍ଷତିର | ମନ୍ତ୍ରୀଙ୍କ ଉତ୍ତର ଦାବି କଲେ ବିଜେଡି ବିଧାୟକ ପ୍ରତାପ ଦେବ | ଉତ୍ତରରେ ମନ୍ତ୍ରୀ କହିଛନ୍ତି,9 ତାରିଖ ଦିନ ପୂର୍ବ ସୂଚନା ମିଳିଥିଲା | ପୂର୍ବ ଅନୁମାନ ରେ ଯାହା ସୂଚନା ଥିଲା ବର୍ଷା ପ୍ରବଳ ହେବାର ଥିଲା | ଅବପାତ ପୁରୀ ଦେଇ ଆଣ୍ଡାମାନ ଗତି କରିଛି | କୋରାପୁଟ ଓ ମାଲକାନଗିରି କ୍ଷତି ହୋଇଛି । କୋରାପୁଟ କ୍ଷତି କମ । ମାଲକାନଗିରିରେ ଅଧିକ ହେଲା | ଲୋ ଲାଇନ ପାଇଁ ରାସ୍ତା କଟଅପ ହେଇଯାଉଛି | 6ଟା ଓଡ୍ରାଫ ଟିମ ମହଜୁତ 6ଟି ଅଗ୍ନିଶମ ଓ DG ଅଗ୍ନିଶମ ଓ ଦୁଇଟି ଅଫିସର ଯାଇଥିଲେ | କେନ୍ଦ୍ର ଗୃହମନ୍ତ୍ରୀ ସହ ବିଭାଗର ସଚିବ କଥା ହୋଇଥିଲେ | NDRF 2 ପ୍ଲାଟୁନ BSF ଓ ଚପରକୁ ଷ୍ଟାଣ୍ଡବାଇରେ ରଖାଯାଇଥିଲା | ପାଣି କମିଗଲାଣି | 1780 ଜଣ ଲୋକ ରିଲିଫ ସେଣ୍ଟରରେ ଅଛନ୍ତି | ସ୍ବାସ୍ଥ୍ୟ ଓ ପଶୁ ସମ୍ପଦ ବିଭାଗ କାମ କରିଛନ୍ତି | ଓଡ଼ିଶା ରିଲିଫ କୋଡ଼ ଅନୁସାରେ କ୍ଷୟ କ୍ଷତି ଦିଆଯିବ | ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ପ୍ରତ୍ୟେକ ଘଣ୍ଟା ତଥ୍ୟ ନେଉଥିଲେ | ବନ୍ୟା ପରବର୍ତ୍ତୀ କାର୍ଯ୍ୟକ୍ରମ ସରକାର ଆରମ୍ଭ କରିଛନ୍ତି |

ମାପ ଓଜନ ଖାଦ ମିଶାଉଥିଲେ ହେବ ଆକ୍ସନ:

ଖାଦ୍ୟ ପଦାର୍ଥ ହେଉ ବା ଖାଉଟି ସାମଗ୍ରୀ ଯେଉଁମାନେ ସାମଗ୍ରୀର ଗୁଣାତ୍ମକ ମାନ ରକ୍ଷା ନକରିବେ, ଖାଉଟିଙ୍କୁ ଠକିବେ ସେମାନଙ୍କ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ଆମ ଦୃଷ୍ଟିକୁ ଆସିଛି। ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବିଭିନ୍ନ ଜାଗାରେ ଚଢ଼ାଉ କରାଯାଉ। ଯିଏ ଠକୁଛି କ୍ବାଲିଟି ଏବଂ କ୍ଵାଣ୍ଟିଟିରେ ତାକୁ ଛଡା ଯିବନାହିଁ। ତା ବିରୋଧରେ ଆକ୍ସନ ନିଆଯିବ। ଯେତେବଡ଼ ଲୋକ ହେଉନା କାହିଁକି ତା ବିରୋଧରେ ଆକ୍ସନ ନିଆଯିବ। ବିଭାଗର ନିର୍ଦ୍ଦେଶ ଦିଆଯାଇଛି ବିଭିନ୍ନ ସୁନା ଦୋକାନୀ, ପେଟ୍ରୋଲପମ୍ପ, ଗ୍ୟାସ ଦୋକାନ,ହୋଟେଲରେ ଯେଉଁମାନେ ଠକୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।

ସରକାରଙ୍କ ସ୍କାନରରେ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ:

ସରକାରଙ୍କ ସ୍କାନରରେ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀ । 3 ବର୍ଷରେ 74 ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାହା ମଧ୍ୟରୁ 59 ଜଣ ଅଧିକାରୀଙ୍କ ଅଧିକାରୀଙ୍କ ବିରୋଧରେ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଅଛି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ଏହି ଉତ୍ତର ରଖିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 11, 2024, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.