ETV Bharat / state

ପଥଚାରୀକୁ ପିଟିଲା ମୋ ବସ: ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ, ଘଣ୍ଟାଏ ଧରି ରାସ୍ତା ଜାମ - ମୋ ବସ ଦୁର୍ଘଟଣା

Mo Bus Accident: ରାଜଧାନୀରେ ଦୁର୍ଘଟଣା ଘଟାଇଲା ମୋ ବସ୍ । ରାସ୍ତା ପାର ହେଉଥିବା ବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଲା ମୋ ବସ୍ । ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Mo Bus Accident
ପଥଚାରୀକୁ ପିଟିଲା ମୋ ବସ୍
author img

By ETV Bharat Odisha Team

Published : Feb 5, 2024, 9:32 AM IST

ଭୁବନେଶ୍ୱର: ପୁଣି ରାଜଧାନୀରେ ଦୁର୍ଘଟଣା ଘଟାଇଲା ମୋ ବସ୍ । ଗତକାଲି(ରବିବାର) ରାତି 8ଟା 30 ସୁଦ୍ଧା ଭୁବନେଶ୍ୱର ସ୍ଥିତ ଇନଫୋସିଟି ମ୍ୟାଗ୍ନେଟ୍ ଛକରେ ଦୁର୍ଘଟଣା ଘଟିଛି । ରାସ୍ତା ପାର ହେଉଥିବା ବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଲା ମୋ ବସ୍ । ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ପାଖାପାଖି ଏକ ଘଣ୍ଟା ଧରି ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବସ ଭଙ୍ଗାରୁଜା କରିବା ସହ ରାସ୍ତା ଜାମ କରିଥିଲେ ଉତ୍ୟକ୍ତ ଲୋକେ ।

ସୂଚନା ଅନୁଯାୟୀ, ଗତକାଲି(ରବିବାର) ରାତି 8ଟା 30 ସୁଦ୍ଧା 12 ନମ୍ବର ରୁଟରେ ଏକ ମୋ ବସ୍ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲା । ଏହି ସମୟରେ ଭୁବନେଶ୍ୱର ସ୍ଥିତ ଇନଫୋସିଟି ମ୍ୟାଗ୍ନେଟ୍ ଛକରେ ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବା ସମୟରେ ଲୋକଟିକୁ ଧକ୍କା ଦେଇଥିଲା ମୋ ବସ୍‌ । ଏହି ଦୁର୍ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଏହାମଧ୍ୟ ପଢନ୍ତୁ.. ମୋ ବସରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, କଣ୍ଡକ୍ଟର ଫେରାର

ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ଦଣ୍ଡପାଣି ରୋଡ୍ ସ୍ଥିତ ଶିଖରଚଣ୍ଡି ବସ୍ତିର ହୋଇଥିବା ଜଣାପଡିଛି । ଅନ୍ୟପଟେ ଏହି ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବସ୍ତିବାସିନ୍ଦାମାନେ ମୋ ବସର କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଯୁକ୍ତିତର୍କ ହୋଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ଲୋକମାନେ ଗାଡି ଉପରକୁ ପଥର ମାଡ କରିବା ସହ ବସ କାଚ ଭାଙ୍ଗି ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ମୃଦୁ ଲାଠି ଚାର୍ଜ କରିଥିଲା ।

ମୋ ବସ୍ ଡ୍ରାଇଭରମାନେ ବେପରୁଆ ଭାବେ ଗାଡି ଚଳାଉଥିବା ଯୋଗୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଲୋକମାନେ ଅଭିଯୋଗ କରିଥିଲେ । ଅନେକ ସମୟ ଧରି ରାସ୍ତା ମଝିରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଫଳରେ ରାସ୍ତାଘାଟ ଜାମ ହୋଇଯାଇଥିଲା । ଜୟଦେବ ବିହାରରୁ ପଟିଆ ପର୍ଯ୍ୟନ୍ତ ଟ୍ରାଫିକ ଜାମ ହୋଇଯାଇଥିଲା । ତେବେ ଏନେଇ ମୋ ବସ ପକ୍ଷରୁ କୋଣସି ସୂଚନା ଦିଆଯାଇନାହିଁ ।

ପାଖାପାଖି ଏକ ଘଣ୍ଟା ଧରି ଏଭଳି ସ୍ଥିତି ଲାଗିରହିଥିବା ବେଳେ ପୋଲିସ ଆସି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଜାମ ହଟିଥିଲା । ତେବେ ପୂର୍ବରୁ ମଧ୍ୟ ମୋ ବସ୍ ଡ୍ରାଇଭରମାନଙ୍କ ନାଁରେ ଅନେକ ଥର ଅଭିଯୋଗ ଆସିଛି । ବେପରୁଆ ଗାଡି ଚାଳନା ଯୋଗୁ ମୋ ବସ ବାରମ୍ବାର ଦୁର୍ଘଟଣା ଘଟାଉଥିବା ଅଭିଯୋଗ ହୋଇଛି । ଗତ ୨୦ ତାରିଖରେ ମଧ୍ୟ ଖଣ୍ଡଗିରିରେ ଏକ ମୋ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା । ସେହିପରି ଜାନୁଆରୀ ୨୧ ତାରିଖରେ ମଧ୍ୟ ମୋ ବସ ଧକ୍କା ଯୋଗୁ ଜଣେ ବ୍ୟବସାୟୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୋ ବସ ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉଥିବା ମଧ୍ୟ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଦିନକୁ ଦିନ ମୋ ବସକୁ ନେଇ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.