ETV Bharat / state

ସୁପ୍ରିମକୋର୍ଟ ଗଲେ ମୋକିମ, ତଳକୋର୍ଟ ରାୟକୁ ଚାଲେଞ୍ଜ କରି ମାମଲା ଦାୟର - Moquim moves SC - MOQUIM MOVES SC

ORHDC Corruption Case: ସୁପ୍ରିମକୋର୍ଟଙ୍କ ଭରସାରେ ମୋକିମ । ORHDC ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 14, 2024, 9:57 AM IST

କଟକ: ORHDC ଋଣ ଦୁର୍ନୀତି ମାମଲା । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ । ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ସୁଯୋଗ ଦେବାକୁ ଏବଂ ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି । ଏଥିସହ ଜରିମାନା ରାଶି ଆଦାୟ ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ।

ଏହି ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୧୯କୁ ଧାର୍ଯ୍ୟ କରାଯାଇଛି । ORHDC ଦୁର୍ନୀତି ମାମଲାରେ ତଳ କୋର୍ଟ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ କରିଥିଲେ । ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଥିଲେ । ଯାହାକୁ ଚାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୋକିମ । ଫଳରେ ସେ ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ନ କରିବା ଏବେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଉପରେ ନିର୍ଭର କରୁଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ୨୦୨୨ ଅକ୍ଟୋବରରେ ବାରବାଟୀ-କଟକ ବିଧାୟକ ମୋକିମଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ମୋକିମଙ୍କ ସହ ପୂର୍ବତନ ଆଇଏଏସ ବିନୋଦ କୁମାର, ମେଟ୍ରୋ ବିଲ୍ଡରର ନିର୍ଦ୍ଦେଶକ ପିୟୂଷ ମହାନ୍ତି ଏବଂ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ହୋଇଥିଲା । ଏହି ରାୟ ଆସିବା ପରେ ମୋକିମଙ୍କ ସଭ୍ୟ ପଦ ରବ୍ଦ ହେବାର ସମ୍ଭାବନା ବଢିଥିଲା । ଏହାପରେ ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟ ଯାଇଥିଲେ । ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ରାୟ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଲେ ମୋକିମ, ଏବେ ଏକମାତ୍ର ଭରସା ସୁପ୍ରିମକୋର୍ଟ - Moquim On High Court Judgment

ଏହା ମଧ୍ୟ ପଢନ୍ତୁ: ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ଝଟକା; ଭିଜିଲାନ୍ସ କୋର୍ଟଙ୍କ ରାୟ କାଏମ୍ ରଖିଲେ ହାଇକୋର୍ଟ - ORHDC Corruption Case

ହେଲେ ତିନି ଦିନ ତଳେ ଉଚ୍ଚ ଅଦାଲତ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ରାୟ କାଏମ ରଖିଥିଲେ । ଦିନ କେଇଟାରେ ବିଧାନସଭା ନିର୍ବାଚନ ଥିବାବେଳେ ବିଧାୟକ ମୋକିମଙ୍କ ପାଇଁ ଏହା ବଡ ଝଟକା ହୋଇଥିଲା । ତେବେ ଯଦି ସେ ସୁପ୍ରିମକୋର୍ଟରୁ ମଧ୍ୟ ନିରାଶ ହୁଅନ୍ତି ତାହେଲେ ଆସନ୍ତା ନିର୍ବାଚନ ଲଢିବା ନେଇ ଆଶଙ୍କା ସୃଷ୍ଟି ହୋଇପାରେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.