ETV Bharat / state

ଡ୍ରେନ ପାଣିରେ ଉବୁଟୁବୁ ରେଶମ ସହର, ଦୁର୍ନୀତି ଗନ୍ଧ ବାରିଲେ ନୂଆ ବିଧାୟକ - MLA K Anil Kumar Reaction - MLA K ANIL KUMAR REACTION

MLA K Anil Kumar Reaction on Drain water Logging: କାହିଁକି ସୁଧୁରି ପାରୁନାହିଁ ବ୍ରହ୍ମପୁରର ଡ୍ରେନ ଓ ରାସ୍ତା ସମସ୍ୟା । ଏଭଳି ପ୍ରତିକ୍ରିୟା ରଖିଲେ ବ୍ରହ୍ମପୁରର ନବନିର୍ବାଚିତ ବିଧାୟକ । ଅଧିକ ପଢ଼ନ୍ତୁ,

MLA K Anil Kumar Reaction
MLA K Anil Kumar Reaction (ETV Bharat Odisha)
author img

By ETV Bharat Odisha Team

Published : Jul 6, 2024, 10:34 PM IST

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବରେ ପରିଚିତ ବ୍ରହ୍ମପୁର ସହର । ରେଶମ ସହର ଭାବରେ ପରିଚିତ ରହିଥିବା ଏଠାକାର ପ୍ରମୁଖ ସମସ୍ୟା ମଧ୍ୟରେ ଅନ୍ୟତମ ହେଉଛି ଡ୍ରେନ ଓ ରାସ୍ତା ସମସ୍ୟା। ପ୍ରାୟ ପାଞ୍ଚ ଲକ୍ଷ ଜନସାଧାରଣ ବସବାସ କରୁଥିବା ଏହି ସହରରେ ଦୀର୍ଘ ବର୍ଷ ଧରି ଏହି ଡ୍ରେନ ଓ ରାସ୍ତା ସମସ୍ୟା ଲାଗିରହୁଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ସମାଧାନ କରିବାକୁ ପ୍ରୟାସ କରାଯାଉଛି । ହେଲେ ତାହାର ସମାଧାନ ହୋଇପାରୁନଥିବା ବେଳେ ଏଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟରେ ଇଟିଭି ଭାରତ ସହିତ ଆଲୋଚନା ସମୟରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁରର ନବନିର୍ବାଚିତ ବିଧାୟକ ।

MLA K Anil Kumar Reaction (ETV Bharat Odisha)

କେ.ଅନିଲ କୁମାର ବ୍ରହ୍ମପୁରର ବିଧାୟକ ଭାବରେ ନିର୍ବାଚିତ ହେବା ପରେ ସହରର ୧୫ ନମ୍ବର ୱାର୍ଡର ଜନସାଧାରଣ ଆସି ତାଙ୍କ ଅଞ୍ଚଳର ରାସ୍ତା ଭଲ ନଥିବା ବେଳେ ସେହି ରାସ୍ତା ଉପରେ ପୁଣି ରାସ୍ତା ନିର୍ମାଣ କରାଯାଉଥିବାର ଅଭିଯୋଗ କରିଥିଲେ । ହେଲେ କିଏ ଏବଂ କାହିଁକି କାହା ସ୍ବାର୍ଥରେ ଏହି ନିର୍ମାଣ କରୁଛି ତାହା ଜଣାପଡିନଥିଲା ବୋଲି ସେ କହିଛନ୍ତି । ଏପରିକି ସହରରେ ମୁକ୍ତା ଯୋଜନାରେ ବହୁ ମାତ୍ରାରେ ଦୁର୍ନୀତି ହେଉଥିବା କହିବା ସହିତ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଧାୟକ କେ.ଅନିଲ କୁମାର । ଅନ୍ୟପଟେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବ୍ରହ୍ମପୁର ସହରରେ ଗତ ପାଞ୍ଚ ବର୍ଷ ମଧ୍ୟରେ ହୋଇଥିବା ନୂତନ ରାସ୍ତା ଓ ମରାମତି, ଡ୍ରେନ ନିର୍ମାଣ ଓ ମରାମତି ପାଇଁ ମହାନଗର ନିଗମ କେତେ ଖର୍ଚ୍ଚ କରିଛନ୍ତି ତାହାର ବିବରଣୀର ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଏହା ସହିତ ପଦାକୁ ଆସିଛି ଅନେକ ତଥ୍ୟ।

ଗତ ୨୦୧୮ରୁ ୨୦୨୩ ମଧ୍ୟରେ ନୂତନ ରାସ୍ତା ତିଆରି କରିବା ବାବଦରେ ମହାନଗର ନିଗମ ମୋଟ ୭୬ କୋଟି ୭୪ ଲକ୍ଷ ୪ ହଜାର ୧୧୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାସ୍ତା ମରାମତି କାର୍ଯ୍ୟରେ ଦୁଇ କୋଟି ୫୭ ଲକ୍ଷ ୯୬ ହଜାର ତିନିଶହ ଅଠର ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ନୂଆଁ ଡ୍ରେନ ବାବଦରେ ୨୮ କୋଟି ୭୭ ଲକ୍ଷ ତିନିଶହ ଚଉରାଅଶି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେବଳ ଡ୍ରେନକୁ ମରାମତି ବାବଦରେ ମହାନଗର ନିଗମ ୧୨ କୋଟି ୪୦ ଲକ୍ଷ ୩୫ ହଜାର ପାଞ୍ଚ ଶହ ଅଣାଅଶି ଟଙ୍କା ଖର୍ଚ୍ଚ କରିଛି । ଗତ ସହରର ରୋଡ ଓ ଡ୍ରେନ ତିଆରି ଓ ମରାମତି ବାବଦରେ ୧୨୦ କୋଟି ୪୯ ଲକ୍ଷ ୩୬ ହଜାର ତିନିଶହ ଏକାନବେ ଟଙ୍କା ଖର୍ଚ୍ଚ କରିଥିବା କୁହାଯାଇଛି । ବ୍ରହ୍ମପୁର ଭଳି ବଡ ସହରରେ ରାସ୍ତା, ଡ୍ରେନ ପରିମଳ ବ୍ୟବସ୍ଥା ଅନେକ ମାତ୍ରାରେ ବିପର୍ଯ୍ୟସ୍ତ‌ ରହିଥିବା ବେଳେ ବର୍ଷ ତମାମ ନୂତନ ରାସ୍ତା କାର୍ଯ୍ୟ ଓ ମରାମତି ଲାଗି ରହୁଥିବା ବେଳେ କାର୍ଯ୍ୟ ଶେଷ ହେବାର ନାଁ ନେଉନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.. ଅସରାଏ ବର୍ଷାରେ ରାସ୍ତାରେ ଲହରୀ ଭାଙ୍ଗିଲା ନର୍ଦ୍ଦମା ଜଳ - Drain Water Logging In Berhampur

ସେପଟେ ରାସ୍ତା ଭାଙ୍ଗି ଡ୍ରେନ ପାଣି କେତେବେଳେ ଘରେ ପଶୁଛି ତ ଆଉ କେତେବେଳେ ନର୍ଦ୍ଦମା ପାଣି ରୋଡରେ ଭାସୁଛି । ଆଉ ସାମାନ୍ୟ ବର୍ଷା ହୋଇଗଲେ ସହର ଜଳମଗ୍ନ ପରିସ୍ଥିତି । ସେହିପରି ସହରର ରାସ୍ତା ନିର୍ମାଣ ହେଉଛି ଓ ମରାମତି ବି ହେଉଛି, କିନ୍ତୁ କୌଣସି ସମସ୍ୟାର ସମାଧାନ ଏଯାବତ୍ ହୋଇନାହିଁ । ଯାହା କେବଳ ସରକାରୀ ନଥିପତ୍ର ମଧ୍ୟରେ ସୀମିତ ହୋଇଥିବା ଅଭିଯୋଗ ହୋଇଛି । ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ସମାନ ଢଙ୍ଗରେ ଚାଲିଛି । ବ୍ରହ୍ମପୁର ସହରରେ ଲାଗିରହୁଥିବା ଏଭଳି ଗୁରୁତ୍ବପୂର୍ଣ୍ଣ ବିଷୟକୁ ସହରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ସରକାରଙ୍କ ସୂଚନା ଅଧିକାର ଆଇନ ଦ୍ୱାରା ଏହି ତଥ୍ୟ ପାଇଥିବା ବେଳେ ନିଗମ ଏତେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ବ୍ରହ୍ମପୁରବାସୀଙ୍କୁ ଭଲ ରାସ୍ତା ଓ ଡ୍ରେନେଜ୍ ସୁବିଧା ଯୋଗେଇ ଦେବାରେ ବିଫଳ ହୋଇଥିବା ନେଇ ପୀତବାସ ପଣ୍ଡା ସମାଲୋଚନା ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.