ETV Bharat / state

ପୁରୀ ବଡଦାଣ୍ଡରେ ଉଠାଦୋକାନୀଙ୍କୁ ଥଇଥାନ ଦାବି କଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ

Settlement of street vendor: ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ଥଇଥାନ ଦାବି କଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 29, 2024, 9:26 AM IST

Settlement of street vendor
Settlement of street vendor
Settlement of street vendor

ପୁରୀ: ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ତୁରନ୍ତ ପ୍ରଶାସନ ଥଇଥାନ କରୁ । ଏନେଇ ଦାବି ରଖିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଯଦି ପ୍ରଶାସନ ଉଠା ଦୋକାନୀଙ୍କ ଥଇଥାନ ନ କରେ ତେବେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେନେଇ କେବଳ ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ସତର୍କ କରାଇଛନ୍ତି ପୁରୀ ବିଧାୟକ ।

ତେବେ ପୁରୀ ବଡଦାଣ୍ଡରେ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ ଥଇଥାନ ଦାବି ନେଇ ବିଧାୟକ ଆରମ୍ଭ କରିଥିବା ଆନ୍ଦୋଳନ ଏକ ସପ୍ତାହ ଅତିକ୍ରମ କରିଛି । ହେଲେ ସରକାର କି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଇନାହିଁ । ତେଣୁ ଆଗାମୀ ଦିନରେ ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ଦାୟୀ ରହିବ ବୋଲି ପୁରୀ ବିଧାୟକ ଚେତାବନୀ ଦେଇଛନ୍ତି । ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ଯେ, ପୁରୀରେ କୌଣସି ଶିଳ୍ପ କାରଖାନା ନାହିଁ । ଜଗନ୍ନାଥ ମନ୍ଦିରକୁ ନେଇ ଲୋକଙ୍କ ଜୀବନ ଜୀବିକା ଚାଲିଛି । ବଡଦାଣ୍ଡ ଉଠା ଦୋକାନୀମାନେ ଖଜା, ଶଙ୍ଖ, ମାଳି, ବଳିତା, ଫଟୋ, ଫୁଲ, ମାଳ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ବଡଦାଣ୍ଡରୁ ଟ୍ରାଫିକ ସମସ୍ୟା ଆଳ କରି ଅଳ୍ପ କିଛି କ୍ଷତି ପୂରଣ ରାଶି ଦେଇ ପ୍ରଶାସନ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଛି ।

ଏହା ମଧ୍ୟ ପଢନ୍ତୁ- ନୋ ଭେଣ୍ଡିଂ ଜୋନ୍ ହେବ ବଡଦାଣ୍ଡ, ଶୃଙ୍ଖଳାରେ ଦର୍ଶନ କରିବେ ଭକ୍ତ

ତେବେ ସ୍ୱଳ୍ପ ଆର୍ଥିକ ସହାୟତା କିଛି ଦିନ ଭିତରେ ସରିଗଲେ ଗରୀବ ଲୋକ କେମିତି ଚଳିବେ । ଏଣୁ ଗରୀବ ଉଠା ଦୋକାନଙ୍କୁ ରୋଜଗାର ପାଇଁ ବ୍ୟବସ୍ଥା ହେଉ । ଉପଯୁକ୍ତ ସ୍ଥାନରେ ଥଇଥାନ କରାଯାଉ । ଯାହା ଫଳରେ ଗରିବ ଉଠା ଦୋକାନୀଙ୍କ ଜୀବନ ଜୀବିକା ସୁରକ୍ଷିତ ରହି ପାରିବ । ସେହିପରି ମାର୍କେଟ ଛକରୁ ମେଡ଼ିକାଲ ଛକ ଯାଏ ଉଚ୍ଛେଦ ଉଠା ଦୋକାନୀଙ୍କୁ ବ୍ୟବସାୟ ପାଇଁ ଅନୁମତି ଦିଆଯାଉ । ଶ୍ରୀମନ୍ଦିର ମାର୍କେଟ ଛକ ଯାଏ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଉଚ୍ଛେଦ ଆମେ ସମର୍ଥନ କରୁଛୁ । ହେଲେ ମାର୍କେଟ ଛକରୁ ମେଡ଼ିକାଲ ଛକ ଯାଏ ଉଚ୍ଛେଦ ଠିକ୍ ନୁହେଁ । ତେଣୁ ଏହି ଦାବି ପ୍ରଶାସନ ପୂରଣ ନ କଲେ ରୋଜଗାର ହରାଇ ଆର୍ଥିକ ଅନଟନରେ ଦିନ କାଟୁଥିବା ଉଠା ଦୋକାନୀ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବେ । ପରେ ଯେଉଁ ସ୍ଥିତି ହେବ ସମ୍ପୂର୍ଣ୍ଣ ପ୍ରଶାସନ ଦାୟୀ ରହିବ ବୋଲି ପୁରୀ ବିଧାୟକ ସ୍ପଷ୍ଟ କରିଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.