ETV Bharat / state

ଖାଲିପଡ଼ିଛି ଶତାଧିକ ଡାକ୍ତର ପଦବୀ, ଉତ୍କଟ ହେଉଛି ସ୍ବାସ୍ଥ୍ଯ ସମସ୍ୟା

author img

By ETV Bharat Odisha Team

Published : Feb 17, 2024, 12:48 PM IST

Deogarh Miserable health facility: ଦେବଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ! ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ପିଏଚସି ଏବଂ ସିଏଚସିରେ ଆବଶ୍ୟକ ଡାକ୍ତର ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡିଛି । ଅଧିକ ପଢନ୍ତୁ

Deogarh Miserable health facility
ଦେବଗଡ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା !

ଦେବଗଡ଼: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ! ସ୍ବାସ୍ଥ୍ୟ ସେବା ନପାଇ ହନ୍ତସନ୍ତ ହେଉଛନ୍ତି ଜିଲ୍ଲାବାସୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ପିଏଚସି ଏବଂ ସିଏଚସି ଗୁଡିକରେ ଆବଶ୍ୟକ ଡାକ୍ତର ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଥିଲେ ମଧ୍ୟ ଏହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ସାଧାରଣ ଲୋକମାନେ ଚିକିତ୍ସା ସେବା ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦେବଗଡ଼ ଜିଲ୍ଲାରେ ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ 4ଟି ସିଏଚସି (CHC) ଓ 8ଟି ପିଏଚସି (PHC) ସ୍ଥାପନ କରିଛନ୍ତି । ଜିଲ୍ଲା ସଦର ମହକୁମା ସମେତ ସମସ୍ତ ପିଏଚସି ଓ ସିଏଚସି ଗୁଡିକରେ ମୋଟ 211ଟି ଡାକ୍ତର ପଦବୀ ମଞ୍ଜୁର କରିଛନ୍ତି । ଜିଲ୍ଲାରେ 211ଟି ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ରହିଛି । ସେଥିମଧ୍ୟରୁ ମାତ୍ର 74ଟି ପଦବୀ ପୂରଣ ହୋଇଥିବା ବେଳେ ଦୀର୍ଘବର୍ଷ ହେଲା 137ଟି ଡାକ୍ତର ପଦବୀ ଖାଲି ପଡିଛି ।

ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋଟ 55ଟି ଡାକ୍ତର ପଦବୀ ମଧ୍ୟରୁ ମାତ୍ର 20ଟି ପଦବୀ ପୂରଣ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଡାକ୍ତର ଓ ବିଶେଷଜ୍ଞ ପଦବୀ ଯଥା ଇଏନଟି, ନିଶ୍ଚେତକ, ଏସଏନସିୟୁ , ଅର୍ଥୋପେଡିକ ଆଦି ପଦବୀ ଖୋଲା ପଡିଛି । ଯେଉଁ କିଛି ହାତଗଣତି ଡାକ୍ତର ଅଛନ୍ତି ସେଥିମଧ୍ୟରୁ ଅଧିକାଂଶ ଲମ୍ବା ଛୁଟିରେ ଥିବା ଜଣାପଡିଛି । ଫଳରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଏଠାକୁ ଚିକିତ୍ସା ପାଇଁ ଆସୁଥିବା ଲୋକେ ଡାକ୍ତରଙ୍କୁ ନପାଇ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।

ଏହାମଧ୍ୟ ପଢନ୍ତୁ..ବୌଦ୍ଧରେ ନାହାନ୍ତି ସ୍ପେଶାଲିଷ୍ଟ ଡାକ୍ତର, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ପ୍ରତିକ୍ରିୟା ରଖିଲେ ADMO

ସେହିଭଳି ସମାନ ସମସ୍ୟା ଦେଖିବାକୁ ମିଳିଛି ଜିଲ୍ଲାର ବାରକୋଟ ତିଳେଇବଣି ଓ ବାରକୋଟ ବ୍ଲକରେ ଥିବା ପିଏଚସି ଓ ସିଏଚସି ଗୁଡିକରେ । ବାରକୋଟ ସିଏଚସିରେ 11 ଗୋଟି ଡାକ୍ତର ପଦବୀ ମଧ୍ୟରୁ 7 ଟି , ବମପରଡ଼ା ସିଏଚସିରେ 10 ରୁ 7 ଟି , ତିଳେଇବଣି ସିଏଚସିରେ 11 ରୁ 8 ଟି ଓ ଛତାବର ସିଏଚସିରେ 11 ରୁ 7 ଟି ଡାକ୍ତର ପଦବୀ ବହୁବର୍ଷ ହେଲା ଖାଲି ପଡିଛି । ଡାକ୍ତର ଅଭାବରୁ ଜିଲ୍ଲାବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ବେଳେ ରୋଗଯନ୍ତ୍ରଣାରେ ଛଟପଟ ହୋଇ ବୁର୍ଲା, ସମ୍ବଲପୁର, ଅନୁଗୁଳ, ରାଉରକେଲା ଓ କଟକ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି । ଅର୍ଥାଭାବରୁ ଗରିବ ଶ୍ରେଣୀ ଲୋକେ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯାଇନପାରି ଚେରମୂଳି ଚିକିତ୍ସାର ଆଶ୍ରୟ ନେଉଥିବା ଜଣାପଡିଛି ।

ଅନ୍ୟପଟେ ଜିଲ୍ଲାବାସୀଙ୍କୁ ଉତ୍ତମମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ସ୍ୱପ୍ନ ଦେଖାଇ ସରକାର ଜିଲ୍ଲା ସଦର ମହକୁମାଠାରେ 114 କୋଟି ଟଙ୍କା ବ୍ୟୟରେ 300 ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଚିକିତ୍ସାଳୟ ନିର୍ମାଣ କରିଛନ୍ତି । ଏହି ଚିକିତ୍ସାଳୟଟି କିଛିଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାପାଇଁ ଚୂଡାନ୍ତ ହୋଇସାରିଛି । ହେଲେ ଜିଲ୍ଲାରେ ଦୀର୍ଘ ସମୟ ଧରି ଖୋଲା ପଡିଥିବା ଶତାଧିକ ଡାକ୍ତର ଓ ବିଶେଷଜ୍ଞ ପଦବୀ ପୂରଣ ନହେଲେ ସରକାରଙ୍କ ଏହି ବ୍ୟୟବହୁଳ ଅତ୍ୟାଧୁନିକ ଚିକିତ୍ସାଳୟଟି କେବଳ ଯେ ଧର୍ମକୁ ଆଖିଠାର ସଦୃଶ ହେବ ତାହା ଜଳଜଳ ହୋଇ ଦିଶୁଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.