ETV Bharat / state

ଝିମିଟି ଖେଳରୁ ମହାଭାରତ, ନାବାଳକକୁ ଲୁହା ଛଡ଼ ଭୁସିଲା ନାବାଳକ - IRON ROD ATTACK BY MINOR

author img

By ETV Bharat Odisha Team

Published : May 31, 2024, 7:27 PM IST

Minor Severely Injured in Bargarh: ଖେଳୁ ଖେଳୁ ଦୁଇ ନାବଳକଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ନେଲା ଭୟଙ୍କର ରୂପ । ଜଣେ ନାବଳକ ଅନ୍ୟ ନାବାଳକଙ୍କ ଛାତିରେ ଭୁସିଲା ଲୁହାଛଡ଼ । ଅଧିକ ପଢ଼ନ୍ତୁ

Minor Severely Injured in Bargarh
Minor Severely Injured in Bargarh (ETV Bharat Odisha)

ବରଗଡ଼: ନାବାଳକଙ୍କ କଳି ହେଲା କାଳ । ଖେଳୁ ଖେଳୁ ଦୁଇ ନାବଳକଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ପରେ ସେହି ଛୋଟ ଝଗଡ଼ା ଭୟଙ୍କର ରୂପ ନେଇଥିଲା l ଜଣେ ନାବାଳକ ଅନ୍ୟ ନାବାଳକଙ୍କ ଛାତିରେ ଲୁହା ଛଡ଼ ଭୁସି ଦେଇଥିଲେ । ଫଳରେ ଛଡ଼ଟି ଛାତିର ଆରପାର ହୋଇ ଦେହରେ ଲଟକି ରହିଥିଲା । ଏହିଭଳି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ଭଟଲିର ରଥ ପଡ଼ାରେ ଘଟିଛି । ତେବେ ଗୁରୁତର ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରି ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାର ଚିକିତ୍ସା ପାଇଁ ବରଗଡ଼ରୁ ବୁର୍ଲା ବଡ଼ ମେଡିକାଲକୁ ନେଇଥିଲେ । ସେଠାରେ ନାବାଳକର ସଫଳ ଅପରେସନ କରାଇ ଲୁହା ଛଡ଼ଟିକୁ ସୁରକ୍ଷିତ ଭାବେ ଦେହରୁ କଢ଼ାଯାଇଥିଲା l ହେଲେ ବର୍ତ୍ତମାନ ନାବାଳକ ଜଣକର ଜୀବନ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଭଟଲିର ରଥ ପଡ଼ାରେ ଶୁକ୍ରବାର ସକାଳେ ୨ ଜଣ ନାବାଳକ ଖେଳୁଥିବା ସମୟରେ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା । ଏହି କଳିରେ ଉତ୍ୟକ୍ତ ହୋଇ ଜଣେ ନାବାଳକ ଅନ୍ୟ ନାବାଳକଙ୍କ ପିଠିପଟୁ ଏକ ମୁନିଆ ଲୁହାଛଡ଼ ଭୁସି ଦେଇଥିଲେ। l ତେବେ ଆହତ ଜଣକ ହେଲେ 9 ବର୍ଷର ଜୀବନ ପାତିକାର । ତେବେ ଛଡଟି ଜୀବନଙ୍କ ପିଠିପଟୁ ଫୁସଫୁସ ନିକଟକୁ ପଶି ଯାଇ ଶରୀରରେ ଲାଗି ରହିଥିଲା । ଗୁରୁତର ଅବସ୍ଥାରେ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ନାବାଳକଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ହେଲେ ଶରୀରରୁ ଲୁହାଛଡ଼ କାଢିବା ସମ୍ଭବ ନହେବାରୁ ଗୁରୁତର ଅବସ୍ଥାରେ ନାବାଳକ ଜୀବନଙ୍କୁ ଭୀମସାର୍‌ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ସଂକଳ୍ପ ପରିବାରର ସଦସ୍ୟ ମାନେ ବୁର୍ଲାକୁ ନେବାପରେ ସେଠାରେ ସଙ୍ଗେସଙ୍ଗେ ଏକ ଡାକ୍ତରୀ ଟିମ ବିଳମ୍ବ ନକରି ଅସ୍ତ୍ରୋପ୍ରଚାରରେ ଲାଗିପଡ଼ିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ଗାଡି କିଣିବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ମାରିଲା ସ୍ୱାମୀ ! କୁନିପୁଅ ବଖାଣିଲା ସତ - Nayagarh Murder

ଅକ୍ଲାନ୍ତ ପରିଶ୍ରମ କରି ସୁରକ୍ଷିତ ଭାବେ ପିଲାଟିର ଦେହରୁ ଉକ୍ତ ଛଡ଼କୁ କାଢ଼ିବାରେ ସଫଳ ହୋଇଥିଲେ ଡାକ୍ତରୀ ଟିମ l ତେବେ ଆଶ୍ଚର୍ଯ୍ୟର ବିଷୟ ଯେ କୁନି ପିଲାଟି ଦେହରେ ପ୍ରବଳ ରକ୍ତସ୍ରାବ ସହିତ ଲୁହାଛଡ଼ଟି ଲାଗିରହିଥିଲେ ମଧ୍ୟ ଧର୍ଯ୍ୟର ସହିତ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ କଷ୍ଟ ସହି ସେ ରହିଥିଲା l ବର୍ତ୍ତମାନ ପିଲାଟି ବିପଦରୁ ବାହାରେ ଥିବା ବେଳେ ଜୀବନ ପାତିକାର ନୂତନ ଜୀବନ ଫେରି ପାଇଥିବା ନେଇ ପରିବାର ଲୋକଙ୍କ ମଧ୍ୟରେ ଆଶ୍ବସ୍ତି ଦେଖାଦେଇଛି l ଜୀବନର ଶରୀରରେ ଆଭ୍ୟନ୍ତରୀଣ କ୍ଷତ ଲାଗିଥିବାରୁ ଏବେ ତାଙ୍କୁ ବୁର୍ଲାରେ ଚିକିତ୍ସା କରାଯିବ ଏବଂ ବର୍ତ୍ତମାନ ଜୀବନ ସମ୍ପୂର୍ଣ୍ଣ ବିପଦ ମୁକ୍ତ ରହିଥିବା ଜଣାଇଛନ୍ତି ଡାକ୍ତର ଟିମ l ତେବେ ଦୁଇ କୁନି ପିଲାଙ୍କ ମଧ୍ୟରେ ଗଣ୍ଡଗୋଳରେ କଥା ଜୀବନ ନେବା ପର୍ଯ୍ୟନ୍ତ ଯିବା ଘଟଣା ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଦେଇଥିବା ବେଳେ ଏସବୁ ଘଟଣା ସିନେମାରେ ଦେଖାଯାଉଥିବା ହିଂସାତ୍ମକ ସିନ ଗୁଡିକର କୁପ୍ରଭାବ ପିଲାଙ୍କ ଠାରେ ଦେଖାଦେଉଛି ବୋଲି ମତ ପ୍ରକାଶ ପାଇଛି l

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.