ଢେଙ୍କାନାଳ: ମୁଖ୍ୟମନ୍ତ୍ରୀଙ୍କ ମୋ ବସଷ୍ଟାଣ୍ଡରେ ସାମିଲ ହେଲା ଢେଙ୍କାନାଳ । ୧୧କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳର ନବ ନିର୍ମିତ ବସଷ୍ଟାଣ୍ଡକୁ ଉଦଘାଟନ କଲେ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏହି ମୋ ବସଷ୍ଟାଣ୍ଡ ଯାତ୍ରୀମାନଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇଦେଵ ବୋଲି ପ୍ରକାଶ କରିଛନ୍ତି ଖଣି ମନ୍ତ୍ରୀ ଓ ବିଧାୟକ ।
ରାଜ୍ୟରେ ଯାତ୍ରୀ ପରିବହନ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପ ମୋ ବସଷ୍ଟାଣ୍ଡ ଯୋଜନାରେ ସାମିଲ ହେଲା ଢେଙ୍କାନାଳ । ଆଜି ଅପରାହ୍ନରେ ଓଡିଶା ରାଜ୍ୟ ପରିବହନ ନିଗମର ୧୧କୋଟି ଟଙ୍କା ବ୍ୟୟରେ ଢେଙ୍କାନାଳ ଜିଲ୍ଲା ସଦର ମହକୁମା ସ୍ଥିତ ନବ ନିର୍ମିତ ମୋ ବସଷ୍ଟାଣ୍ଡ ଆଜି ଉଦଘାଟନ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପ ନଗରପାଳ ପ୍ରକାଶ କୁଅଁର ପ୍ରମୁଖ ଯୋଗଦେଇ ଥିଲେ । ରାଜ୍ୟରେ ଲଷ୍ମୀ ଯୋଜନାରେ ପ୍ରତି ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ପରିବହନ ପାଇଁ ଲଷ୍ମୀ ବସ ସେବା ପରିବହନ ଦିଗରେ ନୂତନ ଦିଶା ଯୋଗାଇ ଦେଇଛି ବୋଲି ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ପ୍ରତି ପଞ୍ଚାୟତରେ ଲଷ୍ମୀ ବସଷ୍ଟାଣ୍ଡ ସାଙ୍ଗକୁ ରାଜ୍ୟରେ ମୋ ବସଷ୍ଟାଣ୍ଡ ଯୋଜନାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ମୋ ବସଷ୍ଟାଣ୍ଡ ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ଏହି ମୋ ବସଷ୍ଟାଣ୍ଡ ଯାତ୍ରୀମାନଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇଦେଵ ବୋଲି ପ୍ରକାଶ କରିଛନ୍ତି ଖଣି ମନ୍ତ୍ରୀ ଓ ବିଧାୟକ । ଯାତ୍ରୀମାନଙ୍କ ପାଇଁ ଶୌଚାଳୟ, ପାନୀୟଜଳ, ବିଶ୍ରାମଗାର ଆଦି ଅନେକ ସୁବିଧା ସୁଯୋଗ ଯୋଗାଇଦେବ l ଯାତ୍ରୀମାନଙ୍କୁ ଏହାର ସୁବିଧା ମିଳୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି l ଏହି ଅବସରରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଓ ପ୍ରଶାସନିକ ଅଧିକାରୀ, ଓଡିଶା ରାଜ୍ୟ ପରିବହନ ନିଗମର ଅଧିକାରୀମାନେ ଉଦଘାଟନୀ ଉତ୍ସବରେ ସାମିଲ ଥିଲେ ।
ଇଟିଭି ଭାରତ, ଢେଙ୍କାନାଳ