ETV Bharat / state

ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା, ବଢ଼ିଲା ସର୍ବନିମ୍ନ ମଜୁରୀ, ନିଯୁକ୍ତି ପାଇବେ ଶିକ୍ଷକ - Odisha Cabinet Meeting

author img

By ETV Bharat Odisha Team

Published : Jul 10, 2024, 4:01 PM IST

Updated : Jul 11, 2024, 11:49 AM IST

Minimum wage hike to 450 rs in odisha: ଦ୍ବିତୀୟ କ୍ୟାବିନେଟରେ 5 ବଡ ନିଷ୍ପତ୍ତି ନେଲେ ମୋହନ ସରକାର । ରାଜ୍ୟରେ ସର୍ବନିମ୍ନ ଜରୁରୀ ବଢିଲା । ଅଧିକ ପଢନ୍ତୁ

450 ଟଙ୍କାକୁ ବଢିଲା ରାଜ୍ୟରେ ସର୍ବନିମ୍ନ ମଜୁରୀ, ପ୍ରତିଷ୍ଠା ହେବ ଓଡିଆ ଅସ୍ମିତା ପାଇଁ 200 କୋଟିର କର୍ପସଫଣ୍ଡ
450 ଟଙ୍କାକୁ ବଢିଲା ରାଜ୍ୟରେ ସର୍ବନିମ୍ନ ମଜୁରୀ, ପ୍ରତିଷ୍ଠା ହେବ ଓଡିଆ ଅସ୍ମିତା ପାଇଁ 200 କୋଟିର କର୍ପସଫଣ୍ଡ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ 450 ଟଙ୍କା ହେଲା ସର୍ବନିମ୍ନ ମଜୁରୀ । ଆଜି ବସିଥିବା କ୍ୟାବିନେଟ ବୈଠକରେ ମୋହନ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ ରାଜ୍ୟରେ ସର୍ବନିମ୍ନ ମଜୁରୀ 352 ଟଙ୍କା ଥିବା ବେଳେ ଆଜି ଏହାକୁ ବୃଦ୍ଧି କରାଯାଉଛି । ଏହା ସହ ଅନ୍ୟ 5ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମଧ୍ୟ ମୋହର ଲାଗିଛି । ଏହା ମଧ୍ୟରେ ଓଡିଆ ଅସ୍ମିତା ପାଇଁ କର୍ପସ ଫଣ୍ଡ ଗଠନ, ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମହୋତ୍ସବ ମାନ୍ୟତା, ଶିକ୍ଷକ ନିଯୁକ୍ତି ପରି 4ଟି ପ୍ରମୁଖ ପ୍ରସ୍ତାବରେ ମୋହର ଲାଗିଛି । ପୂର୍ବରୁ ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ସହ ଜଡିତ ପ୍ରସ୍ତାବ ସହ 4 ପ୍ରସ୍ତାବକୁ ଅନୁମୋଦନ ଦେଇଥିଲା ମୋହନ ସରକାର ।

ରାଜ୍ୟରେ ବଢିଲା ସର୍ବନିମ୍ନ ମଜୁରୀ, ଓଡିଆ ଅସ୍ମିତା ପାଇଁ 200 କୋଟି (ETV Bharat odisha)

ଆଜି କ୍ୟାବିନେଟ ବୈଠକ ଶେଷ ହେବା ପରେ ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଜେପି ସରକାରର ଦ୍ଵିତୀୟ କ୍ୟାବିନେଟ ବୈଠକରେ 5ଟି ପ୍ରସ୍ତାବରେ ମୋହର ବାଜିଛି । ଶ୍ରମ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି, ଗଣଶିକ୍ଷା, ଜଳ ସମ୍ପଦ, କୃଷି ବିଭାଗର ଗୋଟିଏ ଗୋଟିଏ ପ୍ରସ୍ତାବରେ ମୋହର ଲଗେଇଛି କ୍ୟାବିନେଟ ।

1- ରାଜ୍ୟରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି । ଶ୍ରମ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ରାଜ୍ୟରେ 4 ପ୍ରକାର ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକ ବ୍ୟବସ୍ଥା ରହିଛି । ସବୁ ବର୍ଗର ଶ୍ରମିକଙ୍କର ଦୈନିକ ମଜୁରୀ ବୃଦ୍ଧି ହୋଇଛି । ଗତ ଅକ୍ଟୋବର ମାସରେ ପୂର୍ବ ସରକାର ଶ୍ରମିକଙ୍କ ଦୈନିକ ମଜୁରୀରେ 7 ଟଙ୍କା ବୃଦ୍ଧି କରିଥିଲେ । ଚଳିତ ଥର ଶ୍ରମିକର ଦୈନିକ ମଜୁରୀ 352ରୁ 450 ଟଙ୍କାକୁ ବୃଦ୍ଧି ପାଇଛି । ଅର୍ଦ୍ଧକୁଶଳୀଙ୍କ ଦୈନିକ ମଜୁରୀ 392ରୁ 500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ 442ରୁ 550କୁ ବୃଦ୍ଧି ହୋଇଛି । ସେହିପରି ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ 502ରୁ 600କୁ ବୃଦ୍ଧି ପାଇଛି ।

2-ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗର ଏକ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ । ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ପାଇଁ ଏହାର ପ୍ରଚାର ପ୍ରସାର ଆବଶ୍ୟକ । ଏଥି ପାଇଁ କର୍ପସ ଫଣ୍ଡର ବ୍ୟବସ୍ଥା କରାଯାଇଛି । 200 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି । ଗାଇଡଲାଇନ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏକ୍ସପଟଙ୍କୁ ନେଇ କମିଟି ଗଠନ ହେବ ।

3- ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 20 ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିଲା । ଏ ନେଇ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ 18 ହଜାର 788 ପ୍ରାଥୀଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ - CM Mohan Majhi Review Meeting

4- ଜଳସମ୍ପଦ ବିଭାଗ ଅନ୍ତର୍ଗତ ଅଚଳ ହୋଇପଡିଥିବା 2 ହଜାର 65ଟି ଉଠା ଜଳସେଚନ ପ୍ରକଳ୍ପକୁ ସଚଳ କରାଯିବ । ଆସନ୍ତା 5 ବର୍ଷରେ 1 ହଜାର 44 କୋଟି 84 ଲକ୍ଷ ବିନିଯୋଗ ହେବ ।

5- ପିଏମ କିଷାନରୁ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ କରାଯିବ । ମାର୍ଗଦର୍ଶିକା ଅନୁଯାଇ ସେମାନେ ସାମିଲ ହେବେ । ସମସ୍ତ କୃଷକ ପାରିବାର ହେବେ ପିଏମ କିଷାନରେ ସାମିଲ । କ୍ଷୁଦ୍ର, ମଧ୍ୟମ ଓ ବଡ଼ ଚାଷୀଙ୍କୁ ସାମିଲ କରାଯିବ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥିବା ଯୋଗ୍ୟ ବିବେଚିତ କୃଷକ ପିଏମ କିଷାନରେ ସାମିଲ ହେବେ । 5 ଲକ୍ଷରୁ 6 ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ଥିଲେ । କାଳିଆ ଯୋଜନା ତାଲିକା ଅନୁଯାୟୀ ଚାଷୀ ବଞ୍ଚିତ ହେଉଥିଲେ ତାହା ଉଠିଲା । 6 ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ । ଆଗାମୀ କିସ୍ତି ପାଇବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 11, 2024, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.