ETV Bharat / state

ଦାଦନ ଖଟିବାକୁ କେରଳ ଯାଇଥିଲେ, ଫେରିଲା ମୃତଦେହ - ଦାଦନ ଶ୍ରମିକଙ୍କ ମୃତଦେହ

Migrant Worker Body Reached At Home: ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇ ଗାଁକୁ ଫେରିଛି ଶ୍ରମିକଙ୍କ ମୃତଦେହ । ଦୀର୍ଘ ୮ ବର୍ଷ ହେବ କେରଳର ଏକ ପ୍ଲାଏ କମ୍ପାନୀରେ କରୁଥିଲେ କାମ । ଅଧିକ ପଢନ୍ତୁ

ଭିଟାମାଟିକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, କେରଳରେ ଗାଡି ଧକ୍କାରେ ମୃତ୍ୟୁ

author img

By ETV Bharat Odisha Team

Published : Feb 14, 2024, 9:37 PM IST

ଭିଟାମାଟିକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, କେରଳରେ ଗାଡି ଧକ୍କାରେ ମୃତ୍ୟୁ

ଫୁଲବାଣୀ: ଦାଦନରୁ ଦେହାନ୍ତ । ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର ହୋଇ ଗାଁକୁ ଫେରିଛି ମୃତଦେହ । ମୃତକ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡାମ୍ବାକିଆ ଗ୍ରାମର ଯାଦବ ନାୟକ (୨୭) । ଦୀର୍ଘ ୮ ବର୍ଷ ହେବ କେରଳର ଏର୍ନାକୁଲମ ଜିଲ୍ଲା ପେରୂମବାବର୍ ଅଞ୍ଚଳରେ ପ୍ଲାଏ କମ୍ପାନୀରେ କାମ କରୁଥିଲେ ଯାଦବ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଗତକାଲି ରାତିରେ ମାର୍କେଟ ଠାରୁ ନିଜ ବାସସ୍ଥାନକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ।

ରାସ୍ତା ପାରି ହେଉଥିବା ବେଳେ ଗୋଟିଏ କାର ଦୁର୍ଘଟଣା ଘଟେଇ ଚାଲିଯାଇଥିଲା ଓ ସେ ତଳେ ପଡ଼ିଯାଇଥିଲେ । ପରେ ଅନ୍ୟ ଏକ ଗାଡି ତାଙ୍କ ଉପରେ ମାଡ଼ି ଯିବା ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ନିକଟସ୍ଥ ମେଡ଼ିକାଲ ନେଇଥିଲେ ଓ ୨୦୧/୨୦୨୪ ୟୁ ଏସ -୨୭୯,୩୦୪- ଏ ଆଇପିସିରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ ... ଶାଶ୍ବତ ପ୍ରେମର ମୁକସାକ୍ଷୀ ନିମୁହିଁ ଦେଉଳ, ଚିରନ୍ତନ ଭଲ ପାଇବାର ସ୍ମୃତି ବହନ କରୁଛି କାରୁକାର୍ଯ୍ୟ

ଦୁର୍ଘଟଣା ବିଷୟରେ ଖବର ପରିବାର ଓ ସେଠାରେ ଥିବା ଅନ୍ୟ ସମ୍ପର୍କୀୟ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା । ସେଠାରେ ଯେଉଁ କମ୍ପାନୀରେ କାମ କରୁଥିଲେ ସେହି କମ୍ପାନୀ ମାଲିକ ଘଟଣା ବିଷୟରେ ଜାଣିବା ପରେ ଶବକୁ ଓଡ଼ିଶାକୁ ଆଣିବା ନିମନ୍ତେ ବ୍ୟବସ୍ଥା କରି ଜାହାଜରେ ଟିକଟ କରି ଦେଇଥିଲେ ଓ ଶବକୁ ଓଡ଼ିଶା ଭୁବନେଶ୍ଵର ପଠାଇଥିଲେ । ସେଠାରୁ ଶବକୁ କନ୍ଧମାଳ ନିଜ ଗ୍ରାମ ଡାମ୍ବାକିଆକୁ ଆମ୍ବୁଲାନ୍ସ ଦ୍ବାରା ଅଣାଯାଇଥିଲା । ସରକାରଙ୍କ ପକ୍ଷରୁ ସ୍ଥାନୀୟ ପେଟାପାଙ୍ଗା ସରପଞ୍ଚଙ୍କ ସହାୟତାରେ ରେଡକ୍ରସ ପକ୍ଷରୁ ଆମ୍ବୁଲାନ୍ସ ଖର୍ଚ୍ଚ ଦିଆଯାଇଥିଲା ଓ ଶୋକାକୁଳ ପରିବେଶରେ ଖ୍ରୀଷ୍ଟୀୟ ରୀତିନୀତି ଅନୁସାରେ ତାଙ୍କର ଶବ ସତ୍କାର କରାଯାଇଛି ।

ସୂଚନା ମୁତାବକ ଯାଦବ ନାୟକ ବିବାହିତ ଥିଲେ ହେଲେ ତାଙ୍କର ସ୍ତ୍ରୀ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି । ଜଣେ ୯ ବର୍ଷର ପୁଅ ହୋଇଥିବା ବେଳେ ଅନ୍ୟ ଜଣେ ୭ ବର୍ଷର ପୁଅ । ଦୁଇଟି ପୁଅ ମୃତକଙ୍କ ବୃଦ୍ଧ ପିତାମାତାଙ୍କ ନିକଟରେ ରହି ପାଠ ପଢୁଥିଲେ । ତେବେ ବାପାଙ୍କ ମୃତ୍ୟୁ ପରେ ଉଭୟ ଛୁଆର ପ୍ରତିପୋଷଣ କିପରି ହେବ ସେ ନେଇ ସ୍ଥାନୀୟ ଅଞ୍ଚଳରେ ଭାଳେଣି ପଡିଥିବା ବେଳେ ଉଭୟ ପିଲାଙ୍କର ଥଇଥାନ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବାର ବ୍ୟବସ୍ଥା କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.