ETV Bharat / state

ରୋଜଗାର ପାଇଁ ଥାଇଲାଣ୍ଡ ଯାଇ ଫସିଛନ୍ତି ୯ ଶ୍ରମିକ, ଉଦ୍ଧାର ପାଇଁ ଆକୁଳ ନିବେଦନ - Migrant Workers Held Captive

author img

By ETV Bharat Odisha Team

Published : Jul 24, 2024, 6:53 PM IST

Migrant Workers Held Captive in Thailand: ସୁଦୂର ଥାଇଲାଣ୍ଡ ଯାଇ ଫସିଛନ୍ତି ୯ ଶ୍ରମିକ । ସେମାନଙ୍କ ମଧ୍ୟରୁ ୭ ଜଣ ଓଡ଼ିଶାର ହୋଇଥିବାବେଳେ ଅନ୍ୟ ୨ ଜଣ ବିହାରର ରହିଛନ୍ତି । ଅଧିକ ପଢନ୍ତୁ

Migrant Workers Held Captive
Migrant Workers Held Captive (ETV Bharat Odisha)

କେନ୍ଦ୍ରାପଡ଼ା: ରୋଜଗାର ଆଶାରେ ସୁଦୂର ଥାଇଲାଣ୍ଡ ଯାଇ ଫସିଛନ୍ତି ଓଡ଼ିଆ ପୁଅ । ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନାର ବିଭିନ୍ନ ଗାଁରୁ କୁଶଳୀ ଶ୍ରମିକ ଏବଂ କାରିଗରମାନେ ଆଙ୍ଗଥଙ୍ଗ ଅଞ୍ଚଳର 'ସାନଭି ଭିନିୟର ପ୍ଲାଇବୋର୍ଡ' କମ୍ପାନୀକୁ କାମ କରିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରେ ରହିଥିଲେ ସିକୁଡି ଗାଁର ଦୁଇ ଭାଇ ଅମୀୟ ନାୟକ ଓ ଅଶୋକ ନାୟକ, ଶିଳପୋଖରୀ ଗାଁର ଦୀନବନ୍ଧୁ ପଲାଇଙ୍କ ପୁଅ ସଞ୍ଜୟ ପଲାଇ, ସେହି ଗାଁର ଶତ୍ରୁଘ୍ନ ପଲାଇଙ୍କ ପୁଅ ସଞ୍ଜୟ ପଳାଇ ।

ସେହିପରି ରାଜନଗର ବ୍ଲକର ପଞ୍ଚୁପଲ୍ଲୀ ଗାଁର ସନାତନ ରାଉତ, ଜଗନ୍ନାଥ ରାଉତ ଓ ପଟ୍ଟାମୁଣ୍ଡାଇ ବ୍ଲକର ଅଶୋକ ସେଠୀ ମଧ୍ୟ ଥିବା ଜଣାପଡ଼ିଛି । ଗତ ୬ ମାସ ତଳେ କମ୍ପାନୀର ମ୍ୟାନେଜର ଦେବେନ୍ଦ୍ର ସିଂଙ୍କ ସହିତ ୭ ଜଣ ଓଡ଼ିଆ ଶ୍ରମିକ ଓ ୨ ଜଣ ବିହାର ରାଜ୍ୟର ଶ୍ରମିକ ଯାଇଥିଲେ । ଗଲାବେଳେ ଆବଶ୍ୟକୀୟ ଅର୍ଥ ପୈଠ କରିଥିଲେ ସୁଦ୍ଧା ଭିସା କନଫର୍ମ ହୋଇନଥିବା ଅଭିଯୋଗ ହୋଇଛି । ଫଳରେ ସେମାନେ ସେଠାକୁ ଟୁରିଷ୍ଟ ଭିସାରେ ଯାଇ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ ଦରମା ପ୍ରଦାନ କରାଯାଉନଥିବାବେଳେ ଭିସା କନଫର୍ମ ହୋଇନଥିବାରୁ ଫସିରହିଥିବା କହିଛନ୍ତି ପ୍ରବାସୀ ଶ୍ରମିକ । ଏନେଇ ସେମାନେ ଭିଡିଓ ଜାରି କରିବା ସହ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ଏହା ବି ପଢନ୍ତୁ...ଓମାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓରେ ଆକୁଳ ନିବେଦନ - Odisha Labourers Stuck in Oman

ଅଭିଯୋଗ ମୁତାବକ, "୩ ମାସର ଟୁରିଷ୍ଟ ଭିସାରେ ସେମାନଙ୍କୁ ଅଣାଯାଇଥିଲା । କୁହାଯାଇଥିଲା ଯେ, ପହଞ୍ଚିଲା ପରେ ଭିସା ଅବଧି ବୃଦ୍ଧି କରାଯାଇ ବାର୍ଷିକ କରି ଦିଆଯିବ । କାମ କରିବା ଆଗରୁ ଯେତିକି ଟଙ୍କା ପ୍ରାପ୍ୟ କଥା ହୋଇଥିଲା ସେତିକି ନଦେଇ ଖୁବ କମ ଟଙ୍କା ଦିଆଗଲା । ସମୟ ଅନୁସାରେ ବି ଦରମା ଦିଆଗଲା ନାହିଁ । ଅନ୍ୟପଟେ ଟୁରିଷ୍ଟ ଭିସାର ଅବଧି ସରିଗଲା ପରେ ଥାଇଲାଣ୍ଡ ପୋଲିସ ଖୋଜୁଥିବାରୁ ସେମାନଙ୍କୁ ଜଙ୍ଗଲରେ ଲୁଚିବାକୁ ପଡୁଥିବା କହିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁନଥିବାରୁ ଦୁଇ ମାସ ହେଲା ଭୋକ ଉପାସରେ ରହିବାକୁ ପଡୁଛି । ଏପରିକି କାମ ବନ୍ଦ କଲେ ଜେଲ ପଠାଇ ଦେବାକୁ କମ୍ପାନୀ ମାଲିକ ଧମକ ଦେଉଛନ୍ତି ।" ସେପଟେ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର । ପରିବାର ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି। ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଅବଗତ କରାଯିବା ପରେ ସେ ଶ୍ରମ ବିଭାଗ ସହ କଥା ହୋଇ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.