ETV Bharat / state

ରାଜଧାନୀରେ ଗର୍ଜିଲା ଓଡିଶା ନର୍ସିଂ ସଂଘ,୨୭ରୁ କାର୍ଯ୍ୟବନ୍ଦ ଚେତାବନୀ - ODISHA NURSING staff protest - ODISHA NURSING STAFF PROTEST

ODISHA NURSING STAFF PROTEST: ୧୦ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲା ଓଡିଶା ନର୍ସିଂ କର୍ମଚାରୀ ସଂଘ । ଆସନ୍ତା ୨୬ ତାରିଖ ସୁଧା ସମସ୍ତ ଦାବି ପୂରଣ କରିବା ପାଇଁ ସରକାରଙ୍କୁ ନିବେଦନ କରିଥିବାବେଳେ ଦାବି ପୁରଣ ନହେଲେ ୨୭ରୁ ଇଞ୍ଜେକ୍ସନ ବନ୍ଦ ସହ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ଚେତାବନୀ ସଂଘ । ଅଧିକ ପଢନ୍ତୁ

ODISHA NURSING STAFF PROTEST
ODISHA NURSING STAFF PROTEST (ETV Bharat Odisha)
author img

By ETV Bharat Odisha Team

Published : Aug 23, 2024, 10:19 PM IST

ଭୁବନେଶ୍ବର: ୨୭ରୁ ଇଞ୍ଜେକ୍ସନ ବନ୍ଦ ସହ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ଓଡିଶା ନର୍ସିଂ କର୍ମଚାରୀ । ଆଜି ୧୦ ଦଫା ଦାବି ନେଇ ଗାନ୍ଧୀମାର୍ଗରେ ଗର୍ଜିଥିଲେ ଓଡିଶା ନର୍ସିଂ କର୍ମଚାରୀ ସଂଘ । ସାରା ରାଜ୍ୟର ୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ନିଜ ହକର ଲଢେଇ ପାଇଁ ଗାନ୍ଧୀମାର୍ଗରେ ଏକାଠି ହୋଇ ସରକାରୀଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । 'ସରକାର ଆମ ଦାବି ଶୁଣନ୍ତୁ ନହେଲେ ହସ୍ପିଟାଲରେ ପଡିବ ତାଲା' ଏହି ନାରା ଲୋୟର ପିଏମଜିରେ ହାଲାବୋଲ କରିଥିଲେ ନର୍ସିଂ କର୍ମଚାରୀ ।

ODISHA NURSING STAFF PROTEST (ETV Bharat Odisha)

ଇଞ୍ଜେକ୍ସନ ଧରି ପ୍ରତିବାଦ କଲେ ନର୍ସିଂ କର୍ମଚାରୀ:

ହାତରେ ପ୍ରତିକ୍ରିୟାତ୍ମକ ଭାବେ ସିରିଞ୍ଜ ବା ଇଞ୍ଜେକ୍ସନ ଧରି କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଯଦି ସରକାର ତାଙ୍କ ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ୨୭ ଅଗଷ୍ଟରେ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି । ଏହାସହ ସିରିଞ୍ଜ ଛାଡ ଆନ୍ଦୋଳନ ବା ଇଞ୍ଜେକ୍ସନ ବନ୍ଦ ଆନ୍ଦୋଳନ କରିବ ବୋଲି ସଂଘ ଚରମବାଣୀ ଶୁଣାଇଛି । କାରଣ ପୂର୍ବ ସରକାରରେ ଓଡିଶା ନର୍ସିଂ କର୍ମଚାରୀ ସଂଘ ନିଜର ଦାବି ପାଇଁ ୨୦୨୨ରୁ ଅନେକ ଥର ରାଜରାସ୍ତାକୁ ଓହ୍ଲାଇଥିଲେ । ହେଲେ ପୂର୍ବ ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ପାଲଟିଥିଲା । ଯାହାକୁ ନେଇ ପୁଣି ସଂଘ ରାଜରାସ୍ତାକୁ ଓହ୍ଲାଇଛି । ଜଣେ ନର୍ସିଂ କର୍ମଚାରୀ କହିଛନ୍ତି,"ଯଦି ସରକାର ଆମର ଦାବିଗୁଡ଼ିକୁ ଆସନ୍ତା ୨୬ ତାରିଖ ସୁଧା ନଶୁଣନ୍ତି, ତାହାଲେ ଆଗାମୀ ଦିନରେ ବଡ ଆନ୍ଦୋଳନ ସହ ରୋଗୀ ସେବା ଠପ କରିଦେବୁ । ୨୭ରୁ ଇଞ୍ଜେକ୍ସନ ବନ୍ଦ ସହ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ।"

ଏହା ମଧ୍ୟ ପଢନ୍ତୁ ....ଲାଗିଲା ESMA, ସ୍ବାସ୍ଥ୍ୟକର୍ମୀଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା - Odisha government invokes ESMA

୨୭ରୁ କାର୍ଯ୍ୟବନ୍ଦ ଚେତାନବୀ:

ଓଡିଶା ନର୍ସିଂ କର୍ମଚାରୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି ,"୧୦ ଦଫା ଦାବି ନେଇ ରାଜ୍ୟର କୋଣଅନୁକୋଣରୁ ୫ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଏକାଠି ହୋଇଛନ୍ତି । ବିଭିନ୍ନ ସମୟରେ ଆମେ ସରକାରଙ୍କୁ ଦାବି ଉପସ୍ଥାପନା କରିଥିଲେ ମଧ୍ୟ ଦାବି ପୂରଣରେ କର୍ଣ୍ଣପାତ କରୁନାହାନ୍ତି । ଏହାକୁ ନେଇ କ୍ଷୋଭ ପ୍ରକାଶ କରି ଆନ୍ଦୋଳନକୁ ସଂଘ ଓହ୍ଲାଇଛି । ୨୦୧୩ରୁ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରେଗୁଲାର କରାଯାଉ । ଏହାସହ କର୍ମଚାରୀଙ୍କ ପଦନ୍ନୋତି କରିବା ଓ ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ନିଯୁକ୍ତି ନ ଦେବା ପାଇଁ ଆମର ଦାବି । ଯଦି ସରକାର ଆମ ଦୁଃଖ ନଶୁଣନ୍ତି ତେବେ ଆମେ ୨୭ରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.