ETV Bharat / state

ପଣା ସଂକ୍ରାନ୍ତି ପାଳନ ନେଇ ଦ୍ବନ୍ଦ, ତ୍ରୁଟିମୁକ୍ତ ପଞ୍ଜିକା ପ୍ରସ୍ତୁତ କରିବାକୁ ଗୁରୁତ୍ବପୂର୍ଣ୍ଣ ବୈଠକ - ପୁରୀ ପଞ୍ଜିକାର ଓ ଗଣନାକାରୀ ବୈଠକ

Odia Calendar: ପଣା ସଂକ୍ରାନ୍ତି ଆସନ୍ତା ଏପ୍ରିଲ ୧୩ କିମ୍ବା ୧୪ ତାରିଖରେ ପାଳନ ନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତଥ୍ୟ ଥିବାବେଳେ ଏହି ଦ୍ବନ୍ଦ ଦୂର କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ବୈଠକ ହୋଇଛି । ଅଧିକ ପଢ଼ନ୍ତୁ

ପଣା ସଂକ୍ରାନ୍ତି ପାଳନ ନେଇ ଥିବା ଦ୍ବନ୍ଦ
ପଣା ସଂକ୍ରାନ୍ତି ପାଳନ ନେଇ ଥିବା ଦ୍ବନ୍ଦ
author img

By ETV Bharat Odisha Team

Published : Feb 7, 2024, 8:27 PM IST

ପଣା ସଂକ୍ରାନ୍ତି ପାଳନ ନେଇ ଥିବା ଦ୍ବନ୍ଦ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ଆଗାମୀ ୨୦୨୪-୨୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ଦିନ ମହାପ୍ରଭୁଙ୍କ କେଉଁ ପର୍ବପର୍ବାଣୀ ପାଳନ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଆସନ୍ତା ଏପ୍ରିଲ ୧୩ କିମ୍ବା ୧୪ ତାରିଖରେ ପାଳନ ନେଇ ବିଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତଥ୍ୟ ଥିବାବେଳେ ଏହି ଦ୍ବନ୍ଦ ଦୂର କରିବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ତେବେ ବଜାରରେ ମିଳୁଥିବା କିଛି ପାଞ୍ଜିରେ ଆଗାମୀ ଏପ୍ରିଲ ୧୩ ତାରିଖରେ ପଣା ସଂକ୍ରାନ୍ତି ପାଳନ ନେଇ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ବୀକୃତ ରାଧାରମଣ ପଞ୍ଜିକା ସହିତ ଅନ୍ୟ କିଛି ପଞ୍ଜିକାର ଗଣନାକାରୀ ଏପ୍ରିଲ୍ ୧୪ରେ ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ପାଳନ ନେଇ ତଥ୍ୟ ଦେଇଛନ୍ତି । ଯାହାକୁ ନେଇ ଲୋକମାନେ ବିଭ୍ରାନ୍ତ ହେଉଥିବା ବେଳେ ଏହାକୁ ଦୂର କରିବା ପାଇଁ ଆଜିର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଆଜିର ବୈଠକରେ କୈଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନଥିବା ବେଳେ ଆସନ୍ତା ୧୨ ତାରିଖରେ ପୁଣିଥରେ ବିଭିନ୍ନ ପଞ୍ଜିକାର ଓ ଗଣନାକାରୀଙ୍କୁ ନେଇ ଆଉ ଏକ ବୈଠକ କରାଯିବ ।

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ବୀକୃତ ରାଧାରମଣ ପ୍ରେସ୍ ପଞ୍ଜିକା ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ଗଣନା ଅନୁଯାୟୀ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି ପାଳନ ହେବ ।‌ ଚଳିତ ବର୍ଷ ଅଧିବର୍ଷ ପଡ଼ୁଥିବାରୁ ଫେବୃଆରୀ ମାସ ୨୯ ଦିନିଆ ରହିଛି । ତେଣୁ ଏଭଳି ଦ୍ବନ୍ଦ ସ୍ଥିତି ଉପୁଜିଛି । ସେପଟେ ଚଳିତବର୍ଷ ମହାପ୍ରଭୁଙ୍କ ଅନବସର ନୀତି ୧୫ ଦିନ ପରିବର୍ତ୍ତେ ୧୩ ଦିନ ପଡୁଛି । କ୍ଷୟ ତିଥି ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବେଳେ ମହାପ୍ରଭୁଙ୍କ ଅନବସର ଓ ନେତ୍ରୋତ୍ସବ ନୀତି କିଭଳି ପାଳନ ହେବ ସେନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ.....ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

ସେହିପରି ଚଳିତ ବର୍ଷ ପଞ୍ଚୁକ ମଧ୍ୟ କ୍ଷୟ ତିଥି ଯୋଗୁ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପଡୁଛି । କ୍ଷୟ ତିଥି ଯୋଗୁ ପଞ୍ଚୁକରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ ବୋଲି କହିଛନ୍ତି ସେବାୟତ । ଏହାକୁ ନେଇ ଆସନ୍ତା ୧୨ ତାରିଖରେ ଆଉ ଏକ ବୈଠକ ହେବା ପରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ । ସେପଟେ ଶ୍ରୀମନ୍ଦିର ପ୍ରଶାସନର ସ୍ବୀକୃତ ରାଧାରମଣ ପ୍ରେସ୍ ପଞ୍ଜିକାର ସୂଚନା ଅନୁସାରେ, ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟପରାଗ ଓଡ଼ିଶା ପାଇଁ ନାହିଁ । ପଣା ସଂକ୍ରାନ୍ତି ଏବଂ ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀ ପାଳନକୁ ନେଇ ଉଠିଥିବା ଦ୍ବନ୍ଦ ସମାଧାନକୁ ନେଇ ଆସନ୍ତା ୧୨ ତାରିଖ ବୈଠକରେ ଗଣନାକାରୀଙ୍କୁ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.