ETV Bharat / state

୬ ଦିନ ପରେ ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ବାଘୁଣୀ 'ଯମୁନା'

ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ପୁଣି ଥରେ ଖୋଲିଲା ମୟୂରଭଞ୍ଚ ଶିମିଳିପାଳ ଅଭୟାରଣ୍ୟ । ବାତ୍ୟା 'ଦାନା' ପାଇଁ ୨୩ ତାରିଖରୁ ବନ୍ଦ ରହିଥିଲା । ନୂଆ ଅତିଥି ବାଘୁଣୀ ଯମୁନା ଆକର୍ଷଣର କେନ୍ଦ୍ରବିନ୍ଦୁ ।

mayurbhanj Similipal Tiger Reserve reopens today for tourists
mayurbhanj Similipal Tiger Reserve reopens today for tourists (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 1:03 PM IST

Updated : Oct 29, 2024, 1:40 PM IST

ରାଇରଙ୍ଗପୁର (ମୟୂରଭଞ୍ଜ) : ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ । ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଏବଂ ଏହା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ କରାଯାଇଥିଲା । ଗତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ଥିବା ବେଳେ ଆଜିଠାରୁ ଅର୍ଥାତ ଅକ୍ଟୋବର ୨୯ ତାରିଖରୁ ପୁ୍‌ଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ।

ବାତ୍ୟା ଦାନା ପାଇଁ ବନ୍ଦ ଥିଲା 'ଶିମିଳିପାଳ':

ବାତ୍ୟା ଦାନା ପାଇଁ ଶିମିଳିପାଳ ଅଭୟାରଣ୍ୟ ଗତ ୬ ଦିନ ପାଇଁ ବନ୍ଦ ରହିଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳାରେ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ୬ ଦିନ ଶିମିଳିପାଳକୁ ପ୍ରବେଶ ନିଷେଧ ରହିଥିବା ବେଳେ ଆଜି ପାଖରୁ ପୁଣି ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁଁ ମାଟି ପାହାଡିଆ ରାସ୍ତା କିଛି ଧୋଇଯିବା ଫଳରେ ପର୍ଯ୍ୟଟକମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିଲା । ବାତ୍ୟା ଦାନା ଯୋଗୁଁ ପ୍ରବଳ ବୃଷ୍ଟିପାତ ଯୋଗୁଁ ଯାହା କିଛି ବି ସାମାନ୍ୟ କ୍ଷୟକ୍ଷତି ହୋଇଥିଲା ତୁରନ୍ତ ସେସବୁକୁ ସଜଡ଼ା ଯାଇ ପୁଣି ଥରେ ଖୋଲା ଯାଇଛି ଶିମିଳିପାଳ ।

mayurbhanj Similipal Tiger Reserve reopens today for tourists (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ- ଯମୁନାର ନୂଆ ଠିକଣା ଶିମିଳିପାଳ, ଏନକ୍ଲୋଜରରେ ବାଘୁଣୀକୁ ଛଡାଗଲା

ଏହା ମଧ୍ୟ ପଢ଼ନ୍ତୁ-ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା

ପିଠାବଟା ଗେଟ୍ ଓ ଯଶିପୁର ଗେଟ୍ ପଟରୁ ପ୍ରବେଶ :

ମୟୂରଭଞ୍ଜ ଜିଲ୍ଲା ବାରିପଦା ପିଠାବଟା ଗେଟ୍ ଏବଂ ଯଶିପୁର ସ୍ଥିତ କାଳିକା ପ୍ରସାଦ ଗେଟ୍ ଦେଇ ପର୍ଯ୍ୟଟକମାନେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରି ପାରିବେ । ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ପ୍ରଦାନ କରିଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ।

Mayurbhanj Similipal Tiger Reserve Reopens Today For Tourists
Mayurbhanj Similipal Tiger Reserve Reopens Today For Tourists (ETV Bharat Odisha)

ଶିମିଳିପାଳ ଆୟତନ ୨୭୫୦ ବର୍ଗ କିଲୋମିଟର:

ଶିମିଳିପାଳ ଜୈବମଣ୍ଡଳର ଆୟତନ ୨୭୫୦ ବର୍ଗ କିଲୋମିଟର । ସେଥିରୁ ୩୦୩ ବର୍ଗ କିଲୋମିଟର ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ, ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ । ଏହା ମୁଖ୍ୟତଃ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଏବଂ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳନ୍ତି । ସେଥିରୁ ୧୦୭୬ ପ୍ରଜାତି ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଅଟନ୍ତି ।

Similipal melanistic Tiger
Similipal melanistic Tiger (ETV Bharat Odisha)
  • ଶିମିଳିପାଳର ଆୟତନ ୨୭୫୦ ବର୍ଗ କିଲୋମିଟର
  • ଏଥିରୁ ୩୦୩ ବର୍ଗ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ
  • ଏହା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଏବଂ ଜାତୀୟ ଉଦ୍ୟାନ
  • ଏଥିରେ ବିଭିନ୍ନ ପ୍ରଜାତି ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳନ୍ତି
  • ଏଠାରେ ଅଛନ୍ତି ୧୦୭୬ ପ୍ରଜାତି ସ୍ତନ୍ୟପାୟୀ ପ୍ରାଣୀ
  • ୨୩୧ ପ୍ରଜାତିର ପକ୍ଷୀ ଏବଂ ୨୯ ପ୍ରଜାତି ସରୀସୃପ ଅଛନ୍ତି

ଏହା ମଧ୍ୟ ପଢ଼ନ୍ତୁ- ବିଶ୍ବ ରେକର୍ଡ କରିବ ଓଡ଼ିଶା: ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ, ଡିସେମ୍ବର ସୁଦ୍ଧା ହୋଇପାରେ କାର୍ଯ୍ୟକ୍ଷମ - Similipal Black Tiger Safari

ଏହା ମଧ୍ୟ ପଢ଼ନ୍ତୁ- ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ସମୁଦ୍ର ପତ୍ତନରୁ ୯୦୦ ମିଟର ଉଚ୍ଚ:

Similipal Water Fall
Similipal Water Fall (ETV Bharat Odisha)

ଶିମିଳିପାଳ ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ହେଉଛି ୯୦୦ ମିଟର । ଏଠାରେ ବିଭିନ୍ନ ପ୍ରକାର ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ ଏବଂ ପଣସ । ସୁଉଚ୍ଚ ପର୍ବତ ଶିଖରଗୁଡିକ ଯଥା ଖୈରିବୁରୁ (୧୧୭୮ ମିଟର ଉଚ୍ଚ) ଓ ମେଘାସନୀ (୧୧୫୮ ମିଟର ଉଚ୍ଚ ) ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀ ଗୁଡ଼ିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳରୁ ଉତ୍ପନ୍ନ ହୋଇଛନ୍ତି । ବରେହିପାଣି ଜଳପ୍ରପାତର ଉଚ୍ଚତା ୪୦୦ ମିଟର ହୋଇଥିବା ବେଳେ, ଯୋରନ୍ଦା ଜଳପ୍ରପାତ ୧୫୦ ମିଟର ଉଚ୍ଚ । ଉସକୀ, ଦେବକୁଣ୍ଡ ଓ ସୀତାକୁଣ୍ଡ ଜଳପ୍ରପାତର ଦୃଶ୍ୟ ଅତୀବ ମନୋରମ ଓ ପ୍ରକୃତୀପ୍ରେମୀଙ୍କୁ ଆକୃଷ୍ଟ କରିଥାଏ ।

  • ଶିମିଳିପାଳ ସମୁଦ୍ର ପତ୍ତନଠାରୁ ହାରାହାରି ୯୦୦ ମିଟର ଉଚ୍ଚ
  • ଏଠାରେ ଶାଳ, ପିଆ ଶାଳ, ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ ଏବଂ ପଣସ ଗଛ ଦେଖାଯାଏ
  • ଖୈରିବୁରୁ ପର୍ବତ (୧୧୭୮ ମିଟର ଉଚ୍ଚ) ଓ ମେଘାସନୀ ପର୍ବତ (୧୧୫୮ ମିଟର ଉଚ୍ଚ)
  • ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ ଓ ପଳପଳା ନଦୀର ଉତ୍ପତ୍ତିସ୍ଥଳ ଶିମିଳିପାଳ
  • ବରେହିପାଣି ଜଳପ୍ରପାତ ଉଚ୍ଚତା ୪୦୦ ମିଟର
  • ଯୋରନ୍ଦା ଜଳପ୍ରପାତ ୧୫୦ ମିଟର ଉଚ୍ଚ
  • ଏଠାରେ ଅଛି ଉସକୀ, ଦେବକୁଣ୍ଡ ଓ ସୀତାକୁଣ୍ଡ ଜଳପ୍ରପାତ

ଶିମିଳିପାଳର ନୂଆ ଅତିଥି ବାଘୁଣୀ ଯମୁନା :

ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଲକ୍ଷ୍ୟରେ ମହାରାଷ୍ଟ୍ରରୁ ଅଣାଯାଇଛି ଏକ ବାଘୁଣୀ । ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ମହାବଳ ବାଘୁଣୀ ଅଣାଯାଇ ଗତକାଲି ( ଅକ୍ଟୋବର ୨୮ ତାରିଖ ସୋମବାର) ଦିନ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର ଅଞ୍ଚଳର ଏନକ୍ଲୋଜରରେ ଛଡ଼ାଯାଇଛି । ଏବେ ପର୍ଯ୍ୟଟକମାନେ ନୂଆ ଅତିଥି ଯମୁନାକୁ ଦେଖି ପାରିବେ କି ନାହିଁ ଜଣାପଡ଼ିନାହିଁ । ତେବେ ମୁଖ୍ୟ ଆକର୍ଷଣରେ ରହିବ ନୂଆ ଅତିଥି । ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ବାଘୁଣୀକୁ ମ‌ହାରାଷ୍ଟ୍ରରୁ ଅଣାଯାଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସୂଚନା ଅନୁସାରେ ଆଗକୁ ଓଡ଼ିଶାକୁ ଏକାଧିକ ବାଘୁଣୀ ଆସିବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Oct 29, 2024, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.