ETV Bharat / state

ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା - SIMILIPAL SANCTUARY REOPEN

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । କୋର ଏରିଆକୁ ଘରୋଇ ଗାଡି ପ୍ରବେଶ କଟକଣା । ସଫାରୀ ଗାଡିରେ ବୁଲି ପ୍ରକୃତିର ମଜା ନେବେ ପର୍ଯ୍ୟଟକ ।

SIMILIPAL NATIONAL PARK REOPENS
SIMILIPAL NATIONAL PARK REOPENS (ETV Bharat Odisha)
author img

By ETV Bharat Odisha Team

Published : Oct 10, 2024, 6:01 PM IST

Updated : Oct 10, 2024, 6:07 PM IST

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଖୋଲିଲା ଶିମିଳିପାଳ । ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରକୃତି ପ୍ରେମିଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ।

ଖୋଲିଲା ଶିମିଳିପାଳ:

SIMILIPAL NATIONAL PARK REOPENS (ETV Bharat Odisha)

ଦୈନିକ ଚାରି ଚକିଆ ଯାନ କାଳିଆଣି ତନଖି ଫାଟକ (ଯଶିପୁର) ପଟୁ ୩୫ ଗାଡି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ସ୍ଥିରୀକୃତ ହୋଇଛି । ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ । ପ୍ରତି ପର୍ଯ୍ୟଟକଙ୍କ ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକ ମାନେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ପର୍ଯ୍ୟଟକ ମାନେ ନେବା ଉପରେ କଟକଣା ଜାରି କରାଯାଇଛି ।

ରାତ୍ରୀଯାପନ ପାଇଁ କିପରି କରିବେ ବୁକିଂ ?

SIMILIPAL SANCTUARY OPEN
SIMILIPAL SANCTUARY OPEN (ETV Bharat Odisha)

ଏଥର ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ କୋର ଅଞ୍ଚଳ ପାଇଁ ଘରୋଇ ଗାଡି ପରିବର୍ତ୍ତେ ନୂତନ ୩୫ଟି ଖୋଲା ଜିପ୍ ବା ସଫାରୀ ଗାଡିରେ ସକାଳ ୫.୩୦ ବା ଅପରାହ୍ନ ୩ଟା ରେ ୫ଘଣ୍ଟା ଲେଖାଏଁ ବୁଲିବାର ମଜା ନେବେ ପର୍ଯ୍ୟଟକ । ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଙ୍ଗଲ ପରିବେଶରେ କିପରି ବନ୍ୟଜନ୍ତୁଙ୍କ ଚଳ ପ୍ରଚଳକୁ ପାଖରୁ ଦେଖିପାରିବେ ସେଥିପାଇଁ ସତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନ ପାଇଁ ପର୍ଯ୍ୟଟକ ମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ ।

ଶିମିଳିପାଳରେ କ'ଣ କ'ଣ ସବୁ ରହିଛି ?

ପ୍ରକାଶ ଥାଉ କି ପ୍ରତି ବର୍ଷ ବର୍ଷାଋତୁ ଯୋଗୁଁ ଜୁନ ମାସ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ନଭେମ୍ବର ପହିଲାରେ ଖୋଲିଥାଏ । ତେବେ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଗତ ବର୍ଷ ଅକ୍ଟୋବର ୧୪ରୁ ଖୋଲିଥିଲା । ସେହିପରି ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି । ଉକ୍ତ ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି । ଯେଉଁଥିପାଇଁ ଏହା ଭାରତର ବାଘ, ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି । ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭିଦ ସହିତ ୧୦୪ ପ୍ରଜାତିର ଅର୍କିଡ୍ ଓ ବରେହିପାଣି, ଯୋରନ୍ଦା,ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ ।

ଦୁଃସାହାସିକ କ୍ରୀଡା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା :

ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତ ବର୍ଷ ଦୁଃସାହାସିକ କ୍ରୀଡା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍‌‌ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡାକୁ ସାମିଲ କରିଛନ୍ତି । ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ନେଚର ଗେମିଙ୍ଗର ସୁବିଧା କରାଯାଇଛି । ବିଶେଷକରି ଯୁବପିଢ଼ି ଓ ଛୋଟ ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଦୁଃସାହାସିକ କ୍ରୀଡାକୁ ଏଥିରେ ସାମିଲ କରାଯାଇଛି । ପର୍ଯ୍ୟଟକ ମାନେ ପ୍ରତି ଗାଡ଼ିରେ ଜଣେ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡ଼ିବ । ସେହିପରି ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ, ୪ଟା ପୂର୍ବରୁ ଚହଲା ଏବଂ ୫ଟା ବେଳକୁ ପ୍ରସ୍ଥାନ ଗେଟ ବାହାରକୁ ଆସିବାକୁ ନିର୍ଦ୍ଦେଶ ରହିଛି ।

ରାତ୍ରୀଯାପନ ପାଇଁ କେଉଁଠି ହୋଇଛି ବ୍ୟବସ୍ଥା ?

କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକ ମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ୪ହଜାର ଟଙ୍କା ଜମା ଦେବାକୁ ନିୟମ ରହିଛି । ରାତ୍ରିରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ, ବରେହିପାଣି ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାତ୍ର ରହଣୀ ପାଇଁ ପର୍ଯ୍ୟଟକ ମାନେ ୱେବସାଇଟରେ ଅଗ୍ରୀମ ସଂରକ୍ଷଣ କରିବାକୁ ପଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଆସନ୍ତାକାଲିଠୁ ଖୋଲିବ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ, ଏଥର ଏହି ନୂଆ ବ୍ୟବସ୍ଥା

ଏହା ମଧ୍ୟ ପଢନ୍ତୁ ... Sniffer Dogs to protect wildlife; ସନ୍ଧାନୀ କୁକୁର ଜଗିବ ଜଙ୍ଗଲ; 5 ଡିଭିଜନ ପାଇଁ 10 ସ୍ନିଫର ଡଗ୍, ଆଉ ଖସି ପାରିବେନି ଶିକାରୀ - sniffer dogs to guard forests

ଏହା ମଧ୍ୟ ପଢନ୍ତୁ ... ବିଶ୍ବ ରେକର୍ଡ କରିବ ଓଡ଼ିଶା: ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ, ଡିସେମ୍ବର ସୁଦ୍ଧା ହୋଇପାରେ କାର୍ଯ୍ୟକ୍ଷମ - Similipal Black Tiger Safari

ଡିସେମ୍ବରରେ ଆରମ୍ଭ ହେବ ଇକୋ ରି-ଟ୍ରିଟ:

ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ମିନିବସ୍‌ର ମଧ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ଵତନ୍ତ୍ର ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଯାହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଅକ୍ଟୋବର ମାସରେ ତାଳବନ୍ଧରେ ନିର୍ମାଣାଧୀନ ଇକୋ ରି-ଟ୍ରିଟ ଡିସେମ୍ବର ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Oct 10, 2024, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.