ETV Bharat / state

ମୟୂରଭଞ୍ଜ ଲଢେଇ ପାଇଁ 5 ପ୍ରାର୍ଥୀ ଘୋଷଣା କଲା ବିଜେଡି, ବିଜେପିକୁ ଚେକ୍‌ ଦେବାକୁ ପ୍ରସ୍ତୁତ ଯୋଦ୍ଧା - Mayurbhanj BJD Candidate List - MAYURBHANJ BJD CANDIDATE LIST

Mayurbhanj BJD Candidate List: ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୯ ଗୋଟି ବିଧାନସଭା ଆସନ ମଧ୍ୟରୁ 5ଟି ଆସନରେ ପ୍ରାର୍ଥୀ ଘୋଷଣା ହୋଇଛି । ତେବେ ପ୍ରାର୍ଥୀ ଖୁସି ହେବା ସହିତ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ

Mayurbhanj BJD Candidate List
Mayurbhanj BJD Candidate List
author img

By ETV Bharat Odisha Team

Published : Apr 4, 2024, 1:26 PM IST

Mayurbhanj BJD Candidate List

ରାଇରଙ୍ଗପୁର: ବୁଧବାର ଦ୍ବିତୀୟ ପର୍ଯ୍ୟାୟରେ ବିଜେଡି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ତେବେ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୯ ଗୋଟି ବିଧାନସଭା ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗୋଟିଏ ମଧ୍ୟ ଘୋଷଣା କରାଯାଇନଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପାଞ୍ଚଟି ବିଧାନସଭା ଆସନ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାରିପଦା, ଉଦଳା, ମୋରୋଡା, ବଡ଼ସାହି ଓ ଯଶିପୁର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

2019 ନିର୍ବାଚନୀ ଇତିହାସ: ଏହି ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ବିଧାନସଭା ନିର୍ବାଚନରେ କେବଳ ମୋରୋଡା ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ଚାରୋଟି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ବିଜେଡ଼ି ତରଫରୁ ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀନାଥ ସୋରେନ, ମୋରୋଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରିତୀନନ୍ଦା କାନୁନଗୋ (୨୦୧୯ ବିଧାନସଭା ନିର୍ବାଚନରେ ବିଜୟୀ ବିଜେଡ଼ି ବିଧାୟକ ରାଜକିଶୋର ଦାସଙ୍କ ସ୍ତ୍ରୀ), ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ଅନୁଶୟା ପାତ୍ର ଓ ଯଶିପୁର ନିର୍ବାଚନ ମଣ୍ଡଳୀ ପାଇଁ ଚକ୍ରଧର ହେମ୍ବ୍ରମଙ୍କ ନାମ ଘୋଷଣା କରାଯାଇଛି। ମ‌ହିଳାଙ୍କୁ ପ୍ରାଥମିକତା ଦେଇ ମୋରୋଡା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ଜଣ ମହିଳାଙ୍କୁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି‌ ।

ଏହା ମଧ୍ୟ ପଢନ୍ତୁ: ଟିକେଟ୍‌ ପାଇବା ପରେ ମୟୂରଭଞ୍ଜରେ ସୁଦାମ ମାରାଣ୍ଡି, କହିଲେ ଜିଲ୍ଲାର ବିକାଶ ପାଇଁ ସ୍ବର ଉତ୍ତୋଳନ କରିବି - Mayurbhanj Lok Sabha Constituency

ମୋରୋଡା ନିର୍ବାଚନ ମଣ୍ଡଳୀ: ୨୦୧୯ ବିଧାନସଭା ନିର୍ବାଚନରେ ମୋରୋଡା ନିର୍ବାଚନ ମଣ୍ଡଳୀରୁ ରାଜକିଶୋର ଦାସ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀଙ୍କ ଠାରୁ ବିଜୟୀ ହୋଇଥିଲା ବେଳେ ଏଥର ତାଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନଗୋଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି ।

ବଡସାହି ନିର୍ବାଚନ ମଣ୍ଡଳୀ: ସେହିପରି ବଡସାହି ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ସ୍ତ୍ରୀ ଅନୁସୟା ପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି ।

ବାରିପଦା ନିର୍ବାଚନ ମଣ୍ଡଳୀ: ସାନନ୍ଦ ମାରାଣ୍ଡି ବାରିପଦା ପାଇଁ ଜଣେ ବେଶ ଜଣାଶୁଣା ଚେହରା । ଜଣେ ଭେଟେରାନ ନେତା ଭାବରେ ବେଶ ପରିଚିତ । ପୂର୍ବରୁ ସାନନ୍ଦ ମାରାଣ୍ଡି ବାରିପଦାର ବିଧାୟକ ରହିଥିବା ବେଳେ ବିଧାନସଭାରେ ଉପବାଚସ୍ପତି ମଧ୍ୟ ଥିଲେ।

ଯଶିପୁର ନିର୍ବାଚନ ମଣ୍ଡଳୀ: ବିଜେଡ଼ି ଦଳର ଜଣେ ଲୋକପ୍ରିୟ ନେତା ତଥା ଚକ୍ରଧର ହେମ୍ବ୍ରମଙ୍କୁ ପ୍ରଥମ ଥର ପାଇଁ ଦଳ ବିଶ୍ବାସ କରିଥିବା ବେଳେ ଉଦଳା ନିର୍ବାଚନ ମଣ୍ଡଳୀ ପାଇଁ ପୁନର୍ବାର ଶ୍ରୀନାଥ ସୋରେନଙ୍କୁ ଟିକେଟ ପ୍ରଦାନ କରିଛି ଦଳ । ଗତ ବିଧାନସଭା ନିର୍ବାଚନରେ କିଛି ଭୋଟ ବ୍ୟବଧାନରେ ଶ୍ରୀନାଥ ସୋରେନ ନିକଟତମ ବିଜେପି ପ୍ରତିଦ୍ବନ୍ଦୀଙ୍କ ଠାରୁ ପରାଜିତ ହୋଇଥିଲେ ।

ତେବେ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏନେଇ ମୟୂରଭଞ୍ଜ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି । ସମସ୍ତଙ୍କ ପ୍ରାର୍ଥୀ ମଧ୍ୟ ଅତ୍ୟନ୍ତ ଉତ୍ସାହିତ ଥିବା ବେଳେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ନେଇ କାମ କରିବା ସହିତ ଦଳ ସେମାନଙ୍କ ପ୍ରତି ଆସ୍ଥା ରଖିଥିବାରୁ ପ୍ରାର୍ଥୀ ମାନେ ବିଜେଡ଼ି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.