ETV Bharat / state

କେନ୍ଦ୍ରାପଡା ଭତ୍ତା ଦୁର୍ନୀତି, ୬୫ ଜଣଙ୍କ ନାଁରେ ଏତଲା - OLD AGE PENSION SCHEME SCAM

କେନ୍ଦ୍ରାପଡା ଭତ୍ତା ଜାଲିଆତି ଘଟଣାରେ ୬୫ ଜଣଙ୍କ ନାଁରେ ଥାନାରେ ଏତଲା । ସାଧାରଣରେ ଉଠିଲା ପ୍ରଶ୍ନ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ?

Kendrapada Old age pension scheme corruption
Kendrapada Old age pension scheme corruption (ETV Bharat Odisha)
author img

By ETV Bharat Odisha Team

Published : Dec 15, 2024, 9:06 PM IST

କେନ୍ଦ୍ରାପଡା: ପ୍ରଶାସନ ସହ ଜାଲିଆତି ପଡିଲା ମହଙ୍ଗା । ଏକାଥରେ ୬୫ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯିବା ପରେ ଏବେ ବୟସ ବଢ଼ାଇ ଭତ୍ତା ହାତେଇଥିବା ବ୍ୟକ୍ତିଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ।

ଭତ୍ତା ଦୁର୍ନୀତି ଘଟଣା କଣ ଓ କିଏ କରିଥିଲା ଅଭିଯୋଗ:
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ ଅନେକ ହିତାଧିକାରୀ ଭୋଟର ପରିଚୟପତ୍ର ଓ ଆଧାର କାର୍ଡ ଜାଲିଆତି କରି ଭତ୍ତା ହାତେଇବା ଘଟଣା ସାମ୍ନାକୁ ଆସିଥିଲା । ଏହି ଜାଲ ଦସ୍ତାବିଜରେ ୨୦୦ରୁ ଊର୍ଦ୍ଧ୍ବ ଲୋକେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାରେ ଲାଭବାନ ହେଉଥିବା ନେଇ କେନ୍ଦ୍ରାପଡା ଜିଲ୍ଲା ବିଜେପି ଉପ ସଭାପତି ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଅଭିଯୋଗ କରିଥିଲେ ।

କେନ୍ଦ୍ରାପଡା ଭତ୍ତା ଦୁର୍ନୀତି (ETV Bharat Odisha)

ସେ କହିଥିଲେ,"ବଡ଼ ଦୁଃଖର ବିଷୟ ୨୪୩ଜଣ ଅଯୋଗ୍ୟ ହିତାଧିକାରୀ ଭତ୍ତା ହାତେଇଛନ୍ତି । ସେତେବେଳେ ମୁଁ ମଧ୍ୟ ତାଙ୍କର ବୟସ ଓ ଅନ୍ୟାନ୍ୟ କାଗଜପତ୍ର ବାହାର କରି ୬୫ ଜଣଙ୍କ ଲିଷ୍ଟ ଅନ୍ୟାନ୍ୟ ମାଧ୍ୟମରେ ମଧ୍ୟ ଜଣାଇଛି । ୬୫ଜଣଙ୍କ ଲିଷ୍ଟ ବାହାର କରି ତଦାରଖ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛି । ସର୍ବନିମ୍ନ ୨୦୦ରୁ ଊର୍ଦ୍ଧ୍ବ ଲୋକ ବାହାରିବେ ବୋଲି କହିଥିବା ବେଳେ ଏପର୍ଯ୍ୟନ୍ତ ୪ ମାସ ମଧ୍ୟରେ ଏଯାବତ ସେମାନେ କିଛି କରୁନାହାନ୍ତି ଯାହା ବଡ଼ ଦୁଃଖର ବିଷୟ । ଯଦି ଏହାକୁ ଅଣଦେଖା କରାଯାଏ ତେବେ ଭାରତୀୟ ଜନତା ପାର୍ଟି ତାଙ୍କ ପ୍ରତି ଷ୍ଟେପ୍ ନେବ।"

ବିଜେପିର ଅଭିଯୋଗ ପରେ ବିଜେଡିର ପାଲଟା ଜବାବ:

ଭତ୍ତା ଜାଲିଆତି ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିବା ପରେ ଏହାର ଦୃଢ଼ ଜବାବ ରଖିଥିଲା ବିଜେଡି । ବିଜେଡି ଆଳି ବ୍ଲକ ସଭାପତି ସନାତନ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,"ଆଳି ବ୍ଲକରେ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ଯ ଭତ୍ତା ନୁହେଁ, ସରକାରୀ ନିୟମ ମୁତାବକ ଯିଏ ପାଇବା ଯୋଗ୍ୟ ସେମାନେ ଭତ୍ତା ପାଉଛନ୍ତି । ନିଜକୁ ବିଜେପି ନେତା ବୋଲାଉଥିବା ବ୍ୟକ୍ତି ବିଶେଷ କୌଣସି ଉପଯୁକ୍ତ ଅନୁସନ୍ଧାନ ନ କରି ବୃଥା ଲୋକପ୍ରିୟତା ହାସଲ କରିବା ନିମନ୍ତେ ଏଭଳି ବୃଥା ଅଭିଯୋଗ କରି ଶସ୍ତା ଲୋକପ୍ରିୟତା ନିମନ୍ତେ ଯେଉଁ ଉଦ୍ୟମ କରିଛନ୍ତି ଆମେ ତାର ଦୃଢ ପ୍ରତିବାଦ କରୁଛୁ ।’

ସେ ଆହୁରି କହିଛନ୍ତି, ‘ସରକାରୀ ନିୟମ ମୁତାବକ ଭୋଟର ଲିଷ୍ଟ ପ୍ରସ୍ତୁତି, ଉପଯୁକ୍ତ କମିଟି ଦ୍ବାରା ଭତ୍ତା ହିତାଧିକାରୀ ମନୋନୟନ କରାଯାଇ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଭତ୍ତା ପ୍ରଦାନ କରାଯାଇଥାଏ । ତେଣୁ ଆଳି ବ୍ଲକରେ ସରକାରୀ ନିୟମ ମୁତାବକ ଭତ୍ତା ଦିଆଯାଉଛି । କୌଣସି ନିର୍ଦ୍ଦିଷ୍ଟ ଅନିୟମିତତାର ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ଶସ୍ତା ଲୋକପ୍ରିୟତାର ହାସଲ କରିବା ପାଇଁ ଏଭଳି ହୀନ ଉଦ୍ୟମରୁ ନିବୃତ୍ତ ହୁଅନ୍ତୁ, ସାଧାରଣ ଜନତା ଏହାର ଉପଯୁକ୍ତ ଜବାବ ଦେବେ।’

ଭତ୍ତା ଦୁର୍ନୀତିର ଯାଞ୍ଚ ପାଇଁ ଗାଁରେ ପଡିଥିଲା ମେଡ଼ିକାଲ କ୍ୟାମ୍ପ:

ଆଳି ବ୍ଲକ ଅର୍ଗଳ ପଞ୍ଚାୟତରେ ଶତାଧିକ ଭେଣ୍ଡିଆ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ହାତେଇବା ନେଇ ବିଜେପି ପକ୍ଷରୁ ଅଭିଯୋଗ ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଳି ବିଡ଼ିଓ ମିନତୀ ଜଗଦେଵ ଘଟଣାର ତଦନ୍ତ କରିବା ପାଇଁ ଅର୍ଗଳ ପଞ୍ଚାୟତରେ ମେଡିକାଲ କ୍ୟାମ୍ପ ବସାଇ ସମସ୍ତ ଭତ୍ତା ହିତାଧିକାରୀଙ୍କ ସ୍ଵାସ୍ଥ୍ୟବସ୍ଥା ଚଳିତ ମାସ ୯ ତାରିଖରେ ଯାଞ୍ଚ କରିଥିଲେ ।

ଏହି ଯାଞ୍ଚ ସମୟରେ ହିତାଧିକାରୀ ମିନର୍ଭା ପରିଡା କହିଥିଲେ,"ଆମେ ଆଜି ସ୍ଵାସ୍ଥ୍ୟବସ୍ଥା ଦେଖାଇବାକୁ ମେଡିକାଲ କ୍ୟାମ୍ପକୁ ଆସିଥିଲୁ । ମୋର ବୟସ ୬୪ ହେଲେ ଆମର ଭତ୍ତା କଟାଯାଇଛି । ଯେଉଁମାନେ ବୟସ ବଢ଼ାଇ ଭତ୍ତା ଟଙ୍କା ପାଉଥିଲେ ସେମାନଙ୍କ ପାଇଁ ଆମର କଟିଗଲା । ଆମର ୩-୪ ମାସ ହେଲା ଭତ୍ତା କଟିଯାଇଛି ।"

ବିଡ଼ିଓ ଦେଲେ ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଏତଲା:

ଦୀର୍ଘ ୩ ମାସର ତଦନ୍ତ ପରେ ୬୫ ଜଣ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଆଳି ବିଡ଼ିଓ । ଅଯୋଗ୍ୟମାନେ ନେଇଥିବା ୭ ମାସର ଭତ୍ତା ଟଙ୍କା ଫେରାଇବା ସହ ଲିଗାଲ ଆକ୍ସନ ପାଇଁ ଆଳି ବିଡ଼ିଓ ମିନତୀ ଜଗଦେଵ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ନିର୍ବାଚନ ପୂର୍ଵରୁ ଏହି ପଞ୍ଚାୟତରେ 303 ଜଣଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୧୧ ଜଣ ବିଧବା ଓ ଅନ୍ୟମାନେ ବାର୍ଦ୍ଧକ୍ୟ ଭତ୍ତା ପାଇଥିଲେ ।

ତେବେ ଏହି ପଞ୍ଚାୟତରେ ଭତ୍ତା ଦୁର୍ନୀତି ହୋଇଥିବା ନେଇ ବିଜେପି ପକ୍ଷରୁ ନିର୍ବାଚନ ପରେ ଅଭିଯୋଗ ହେବା ପରେ ଏହାର ତଦନ୍ତ ଲାଗି ଗତ ୯ ତାରିଖ ଦିନ ଅର୍ଗଳ ପଞ୍ଚାୟତରେ 292 ଜଣ ଭତ୍ତା ହିତାଧିକାରୀଙ୍କୁ ଡକାଯାଇ ଏକ ମେଡ଼ିକାଲ ଟିମ ସହାୟତାରେ ଫିଜିକାଲ ଭେରିଫିକେସନ କରାଯାଇଥିଲା । 292 ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 230 ଜଣ ଫିଜିକାଲ ଭେରିଫିକେସନ ପାଇଁ ଆସିଥିବା ବେଳେ ୬୦ରୁ ଉର୍ଦ୍ଧ୍ବ ହିତାଧିକାରୀ ଅନୁପସ୍ଥିତ ଥିଲେ ।

ଏହାମଧ୍ୟ ପଢନ୍ତୁ...

ETV Bharat IMPACT: ତ୍ରୁଟି ସୁଧାରିଲା ପ୍ରଶାସନ, ଶତାୟୁ ବୃଦ୍ଧାଙ୍କୁ ମିଳିଲା ଭତ୍ତା

ପୁରୁଣା ରାସ୍ତା ଦେଖାଇ ଫେକ୍ ବିଲ୍, ୮ ଲକ୍ଷ ହଡ଼ପ ଅଭିଯୋଗ ଆଣିଲେ ଗ୍ରାମବାସୀ

ସବୁଠୁ ବଡ଼ କଥା ହେଉଛି ଭତ୍ତା ମଞ୍ଜୁର ପୂର୍ବରୁ ଭୋଟର ଆଇଡ଼ି, ଆଧାର କାର୍ଡ ଯାଞ୍ଚ ହୋଇନଥିଲା କି ବୋଲି ପ୍ରଶ୍ନ ଉଠୁଥିବା ବେଳେ ଯଦି ଏସବୁ ଠିକ ସେ ତନଖି ହୋଇନଥିଲା ତେବେ ଯେଉଁ ଅଧିକାରୀ ଏଥିପାଇଁ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ନାହିଁ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.