ETV Bharat / state

ନିର୍ଭୟା କାଣ୍ଡର ପୁନରାବୃତ୍ତି, ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ! - Kabisuryanagar Gang Rape

author img

By ETV Bharat Odisha Team

Published : Jul 12, 2024, 7:33 AM IST

Kabisuryanagar Gang Rape: ଜଣେ ବିବାହିତ ମହିଳାଙ୍କୁ ମାଡ ମାରି ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ସହ ଡାକ୍ତରୀ ମାଇନା ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Kabisuryanagar Rape Case
Kabisuryanagar Rape Case (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିଲ୍ଲୀ ନିର୍ଭୟାକାଣ୍ଡ ଭଳି ଘଟଣା ସାମନାକୁ ଆସିଛି । କବିସୂର୍ଯ୍ୟନଗର ଥାନା ଅଞ୍ଚଳରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଖବର । ଜଣେ ବିବାହିତ ମହିଳାଙ୍କୁ ମାଡ ମାରି ଗଣଦୁର୍ଷ୍କମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ପରେ ଡାକ୍ତରୀ ମାଇନା କରିବା ସହିତ ଘଟଣାର ତଦନ୍ତ ଚଳାଇଛି ପୋଲିସ । ଏଥିରେ ସଂପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ପୀଡିତାଙ୍କ ବୟାନ ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଟଙ୍କା ଧାର ନେଇଥିଲେ। ସେହି ଟଙ୍କା ସେ ମାଗିବାରୁ କୋଦଳା ଯାଇ ଟଙ୍କା ଆଣିବାକୁ ଆଶ୍ୱାସନା ଦେଇ ଏକ କାର ଭଡାରେ ନେଇ ମହିଳାଙ୍କୁ ସାଙ୍ଗରେ ନେଇଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି । ହେଲେ କବିସୂର୍ଯ୍ୟନଗର ଥାନାର ଖଇରପଲ୍ଲୀ ଜଙ୍ଗଲ ମଧ୍ୟକୁ ନେଇ ମାଡ ମାରିବା ସହ ଗୋଟିଏ ରାତି ମହିଳାଙ୍କୁ ଗଣଦୁର୍ଷ୍କମ କରାଯାଇଥିଲା ।

କବିସୂର୍ଯ୍ୟନଗର ପୋଲିସ ଖବର ପାଇ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ମହିଳାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ସେପଟେ ମହିଳା ଜଣଙ୍କ ନ୍ୟାୟ ପାଇବା ପାଇଁ ଗୁହାରୀ କରିଛନ୍ତି । ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପୋଲିସ ଏହି ଘଟଣାର ବିଭିନ୍ନ ଦିଗକୁ ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଡାକ୍ତରୀ ମାଇନା କରାଯାଇଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଏସଡିପିଓ ରଜନୀକାନ୍ତ ସାମଲ । ସେପଟେ ପୀଡିତାଙ୍କ ସ୍ୱାସ୍ଥ ପରୀକ୍ଷା କରାଯାଇଥିବାବେଳେ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି ।

ଏହା ବି ପଢନ୍ତୁ...ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୩ ଅଭିଯୁକ୍ତ ଗିରଫ - Bhadrak tribal woman Gangrape case
ଏହା ବି ପଢନ୍ତୁ...ଧୋକ୍କା ଦେଲା ସୋସିଆଲ ମିଡିଆ ଫ୍ରେଣ୍ଡ, ଦେଖା କରିବାକୁ ଡାକି ନାବାଳିକାଙ୍କୁ ଗଣଦୁଷ୍କର୍ମ !

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଯାଇଥିବା ଏଭଳି ଏକ ଲଜ୍ଜାଜନକ ଏବଂ ଅମାନବୀୟ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ବର୍ତ୍ତମାନ ଦେଶରେ ଆସିଥିବା ନୂଆ ଆଇନ ବଳରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦବି କରିଛନ୍ତି ଆଇନଜୀବୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.