ETV Bharat / state

ରାଜ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର ମାର୍ଗରେଟ; ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ - Margaret Baru - MARGARET BARU

Lady Safari Driver Margaret Baru: ରାଜ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର ମାର୍ଗରେଟ ବାରୁ । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ପଢନ୍ତୁ ତାଙ୍କର ସଂଘର୍ଷମୟ କାହାଣୀ ସମ୍ପର୍କରେ

ରାଜ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର ମାର୍ଗରେଟ
ରାଜ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର ମାର୍ଗରେଟ (ETV Bharat Odisha)
author img

By ETV Bharat Odisha Team

Published : Jun 7, 2024, 12:24 PM IST

ସମ୍ବଲପୁର: ଆଜିର ନାରୀ କେଉଁ ପୁରୁଷ ତୁଳନାରେ କମ୍ ନୁହଁନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ଚଳାଉଛନ୍ତି, ଅନ୍ୟକୁ ରୋଜଗାର ବି ଦେଉଛନ୍ତି । ନାରୀ ସଶକ୍ତିକରଣର ସେଭଳି ଜଣେ ନିଚ୍ଛକ ଉଦାହରଣ ହେଉଛନ୍ତି ସମ୍ବଲପୁରର ଝିଅ ମାର୍ଗରେଟ ବାରୁ, ଯିଏକି ଜଣେ ସଫାରୀ ଡ୍ରାଇଭର । ପିଲାଟି ବେଳୁ ଖୁବ୍ ଅଭାବ ଅନଟନ ଭିତରେ ବଢିଥିଲେ ମାର୍ଗେଟ । ଏମିତିକି ପରିବାରର ଆର୍ଥିକ ସମ୍ବଳ ଅଭାବରୁ ସେ ଅଧିକ ପାଠ ପଢିପାରି ନଥିଲେ । ତଥାପି ସେ ଆଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ମାର୍ଗରେଟ ଡେବ୍ରିଗଡ଼ ଅଭୟାରଣ୍ୟର ସଫାରୀ ଡ୍ରାଇଭର ଭାବେ ଏବେ କାର୍ଯ୍ୟରତ । ସେ ସମ୍ଭବତଃ ରାଜ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର ଅଟନ୍ତି l

ରାଜ୍ୟର ପ୍ରଥମ ମହିଳା ସଫାରୀ ଡ୍ରାଇଭର ମାର୍ଗରେଟ, ନାରୀ ସଶକ୍ତିକରଣର ଅନନ୍ୟ ଉଦାହରଣ (ETV Bharat Odisha)

ମାର୍ଗରେଟ ବାରୁ, ଡେବ୍ରିଗଡ଼ ଅଭୟାରଣ୍ୟର ସଫାରୀ ଡ୍ରାଇଭର l ତାଙ୍କ ଘର ଅଭୟାରଣ୍ୟ ପାଖରେ ଥିବା ଗାଁରେ l ସକାଳ ହେବା କ୍ଷଣି ମାର୍ଗରେଟ ନିଜର କର୍ତ୍ତବ୍ୟ ପାଳନ ପାଇଁ ଅଭୟାରଣ୍ୟକୁ ଚାଲି ଆସନ୍ତି l ଅଭୟାରଣ୍ୟକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ସଫାରୀ ଗାଡ଼ିରେ ବସାଇ ସୁରକ୍ଷିତ ଭାବେ ଅଭୟାରଣ୍ୟ ପରିଭ୍ରମଣ କରାନ୍ତି l କେବଳ ଜଙ୍ଗଲ ପରିଭ୍ରମଣ ନୁହେଁ ଡେବ୍ରିଗଡ଼ ଅଭୟାରଣ୍ୟର ବନ୍ୟ ପରିଚାଳନା, କେଉଁଠି ଜୀବଜନ୍ତୁ ଦେଖାଯାଆନ୍ତି, କେଉଁଟା କେଉଁ ଜନ୍ତୁ ସବୁ କିଛି ପର୍ଯ୍ୟଟନଙ୍କୁ ଏକ ଇକୋଗାଇଡ଼ ଭାବେ ବୁଝାଇ ଦିଅନ୍ତି l ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ହେଉଛି ତାଙ୍କର ନୀତି ଦିନିଆ କାମ l

ଏହା ମଧ୍ୟ ପଢନ୍ତୁ: ନାରୀ ସଶକ୍ତିକରଣର ଉତ୍କୃଷ୍ଟ ନମୁନା, ମଣ୍ଡି ପରିଚାଳନାରେ SHG ମହିଳା

ମାର୍ଗରେଟ ଏହି ସ୍ଥାନକୁ ପହଞ୍ଚିବା ପାଇଁ ବହୁତ କଷ୍ଟ କରିଛନ୍ତି l ତାଙ୍କ ବାପା ଜଣେ କୃଷକ ହୋଇଥିବା ବେଳେ ଆର୍ଥିକ ଅନଟନ ଭିତରେ ମାର୍ଗରେଟ ବଢିଛନ୍ତି l ପରିବାରର ଆର୍ଥିକ ଅସ୍ବଚ୍ଛଳନତା କାରଣରୁ ସେ ମାଟ୍ରିକ ପରେ ଆଉ ଅଧିକ ପାଠ ପଢି ପାରିନଥିଲେ l ତେବେ ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ଯେତେବେଳେ ସଫାରୀ ଡ୍ରାଇଭର ଆବଶ୍ୟକ ପଡିଲା ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ଜଣେ ମହିଳା ଡ୍ରାଇଭର ନିଯୁକ୍ତ କରିବାକୁ ଚାହିଁଲେ l ଏହି ସୂଚନା ପାଇବା ପରେ ମାର୍ଗରେଟ ବନ ବିଭାଗ ସହ ଯୋଗାଯୋଗ କରିଥିଲେ l ଏହାପରେ ତାଙ୍କର ଇଚ୍ଛାଶକ୍ତି ଦେଖି ବନ ବିଭାଗ ପକ୍ଷରୁ ମାର୍ଗରେଟଙ୍କୁ ଡ୍ରାଇଭିଂ ଟ୍ରେନିଂ ଦିଆଯାଇ ଡ୍ରାଇଭିଂ ଲାଇସେନ୍ସର ବ୍ୟବସ୍ଥା ମଧ୍ୟ କରାଗଲା l ଏହାପରେ ସେ ଏଠାରେ ସଫାରୀ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଛନ୍ତି l

ଏବେ ମାର୍ଗରେଟ ନିଜେ ରୋଜଗାର କରି ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ନିଜର ଛୋଟ ଭଉଣୀଙ୍କୁ ପାଠ ପଢେଇବା ସହିତ ପରିବାର ପ୍ରତିପୋଷଣ କରିବାରେ ନିଜ ବାପାଙ୍କୁ ସହଯୋଗ କରୁଛନ୍ତି l ସମ୍ବଲପୁରର ଏହି ଝିଅଟିର କାହାଣୀ ବାସ୍ତବରେ ପ୍ରେରଣାଯୋଗ୍ୟ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.