ETV Bharat / state

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ୯ ଜଣ ଆହତ, ଘଟଣା ଦୁର୍ଭାଗ୍ୟଜନକ କହିଲେ ଶ୍ରମ ମନ୍ତ୍ରୀ - Rourkela Steel Plant Gas Leak

author img

By ETV Bharat Odisha Team

Published : Jul 1, 2024, 8:38 PM IST

Updated : Jul 1, 2024, 8:53 PM IST

Rourkela Steel Plant Gas Leak: ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଘଟଣରେ 9 ଜଣ ଆହତ । ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ଶ୍ରମ ମନ୍ତ୍ରୀ । ଅଧିକ ପଢନ୍ତୁ

Rourkela Steel Plant Gas Leak
Rourkela Steel Plant Gas Leak (ETV Bharat Odisha)

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଗ୍ୟାସ ଲିକ ଘଟଣା ଘଟିଛି । ଏଥି ଯୋଗୁଁ ୯ ଜଣ ଆହତ ହୋଇଛନ୍ତି । ଏହା ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଅଘଟଣ । ଏହି ଘଟଣାରେ ଭୁଲ ଓ ଅବହେଳା ଥିଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଏ ସମ୍ବନ୍ଧରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ (ETV Bharat Odisha)

ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଆଜି ପୂର୍ବାହ୍ନ ୧୦.୧୫ ମିନିଟରେ ଗ୍ୟାସ ଲିକ ହୋଇଥିଲା । ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ନିୟମିତ ଓ ୬ ଜଣ ଠିକା ଶ୍ରମିକ ଆହତ ହୋଇଛନ୍ତି । ଡେପୁଟି ଡାଇରେକ୍ଟର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ ଓ ବଏଲରସ ତୁରନ୍ତ ଘଟଣାସ୍ଥଳକୁ ଯାଇଛନ୍ତି । ଆହତ ୯ ଜଣଙ୍କୁ ତତକ୍ଷଣାତ ଷ୍ଟିଲ ପ୍ଲାଣ୍ଟର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ତନ୍ମଧ୍ୟରୁ ଜଣଙ୍କୁ ଅକ୍ସିଜେନ ଦେବା ପରେ ଛାଡ଼ି ଦିଆଯାଇଛି । ଅନ୍ୟ ୮ ଜଣଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭ ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ବିପଦମୁକ୍ତ । ତେବେ ସେମାନେ ଆଇସିୟୁରେ ଅଛନ୍ତି । ଅକ୍ସିଜେନ ଦିଆଚାଲିଛି ।

ଏହା ବି ପଢନ୍ତୁ- ରୁଙ୍ଗଟା କାରଖାନା ଦୁର୍ଘଟଣା: ମୃତାହତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବି କଲା ବିଜେପି

ଡେପୁଟି ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ ଓ ବଏଲରସ ବିଭୁ ପ୍ରସାଦ ଜଣାଇଛନ୍ତି ଯେ ଅନ୍ୟ ଜଣେ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଘଟଣାକୁ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଅଘଟଣ ବୋଲି କହିଛନ୍ତି । ଏହି ଘଟଣାରେ ଭୁଲ ଓ ଅବହେଳା ଥିଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଏ ସମ୍ବନ୍ଧରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ ଓ ବଏଲରସ ଅନୁସନ୍ଧାନ କରି ଶ୍ରମ ବିଭାଗର ପ୍ରମୁଖ ସଚିବଙ୍କୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହତ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ ତିନିଜଣ ରେଗୁଲାର ଓ ବାକି 6 ଜଣ କଣ୍ଟ୍ରାକ୍ଚୁଆଲ ଥିଲେ । ପାଇପ ଆଇସୋଲଟେଡେ କରାଯାଉଥିଲା କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ଲିକ ହେଲା । ନିର୍ଦ୍ଦେଶ ଦିଆଯାଇଛି ତଦନ୍ତ କରିବା ପାଇଁ । ପ୍ରିକସନ୍ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଘଟଣା ତଦନ୍ତ ପରିସରରେ ଅଛି ବୋଲି ଶ୍ରମ ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Jul 1, 2024, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.