ETV Bharat / state

ଅବହେଳିତ ଅବସ୍ଥାରେ ୨୦ଟି ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ, ନିରବ ଦ୍ରଷ୍ଟା ପ୍ରଶାସନ - Boudh tribal school problems

author img

By ETV Bharat Odisha Team

Published : Jun 30, 2024, 10:42 PM IST

TRIBAL SCHOOL PROBLEMS:ମାଳମାଳ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ । ୨୦ଟି ହଷ୍ଟେଲ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିବାବେଳେ ପାଣିରେ ପଡ଼ିଛି କୋଟି କୋଟି ଟଙ୍କା । ଅଧିକ ପଢନ୍ତୁ

BOUDH TRIBAL SCHOOL PROBLEMS
BOUDH TRIBAL SCHOOL PROBLEMS (ETV Bharat Odisha)

ବୌଦ୍ଧ: ସୁନା ଅଣ୍ଡା ଦିଆ କୁକୁଡ଼ା ପାଲଟିଛି ଜିଲ୍ଲାର ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ । ଜିଲ୍ଲାରେ ସମାଜ ମଙ୍ଗଳ ବିଭାଗ ଅଧିନରେ ଥିବା ୨୮ ଗୋଟି ଆଦିବାସୀ ହଷ୍ଟେଲ ମଧ୍ୟରୁ ଅଧିକାଂଶ ଅନ୍ୟାନ୍ୟ ବିଭାଗ କବଜାରେ ରହିଥିବା ବେଳେ ୨୦ଟି ହଷ୍ଟେଲ ଅକାମୀ ହୋଇ ପଡ଼ିଥିବା ସତ୍ତ୍ୱେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ କେବଳ ଠିକାଦାର ପୋଷା ଚାଲିଛି । ସମସ୍ୟା ଘେରରେ ଜିଲ୍ଲାର ବିଭିନ୍ନ ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିନରେ ଥିବା ୨୮ଟି ଆଦିବାସୀ ହଷ୍ଟେଲ ଓ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ଅନ୍ୟାନ୍ୟ ବିଭାଗ କବଜାରେ ରହିଥିବା ଜଣାପଡ଼ିଛି । ୨୦ଟି ହଷ୍ଟେଲ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିଥିବା ସତ୍ତ୍ୱେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ କେବଳ ଠିକାଦାର ପୋଷା ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଯୋଜନା କେବଳ ପ୍ରହସନ ପାଲଟିଛି ।

ଜିଲ୍ଲାର ଅଧିକାଂଶ ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ ବ୍ୟାପକ ସମସ୍ୟା ତଥା ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ସମୁଦାୟ ୨୮ଟି ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ ସମାଜ ମଙ୍ଗଳ ବିଭାଗ ଅଧିନରେ ରହିଛି ।ଏହାଛଡା ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଥିବା ୨୦ଟି ହଷ୍ଟେଲ ସମ୍ପୂର୍ଣ୍ଣ ଅକାମୀ ହୋଇ ପଡ଼ିରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବର୍ଷ ଏସବୁ ବନ୍ଦ ପଡ଼ିଥିବା ହଷ୍ଟେଲର ମରାମତି ଓ ରକ୍ଷଣାବେକ୍ଷଣା ତଥା ରଙ୍ଗମରା ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଉଛି । ତେବେ କାର୍ଯ୍ୟକ୍ଷମ ଥିବା ଆଦିବାସୀ ହଷ୍ଟେଲରେ ପାନୀୟଜଳ, ବିଦ୍ୟୁତ, ରନ୍ଧନ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

ବୌଦ୍ଧ ଜିଲ୍ଲାର ସଦର ବ୍ଲକରେ ୪ଟି ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲ ରହିଥିବାବେଳେ ଉଭୟ କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ୧୨ଟି ଲେଖାଏଁ ବିଦ୍ୟାଳୟ ଓ ହଷ୍ଟେଲ କାର୍ଯ୍ୟକ୍ଷମ ରହିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବୌଦ୍ଧ ସଦରମହକୁମା ଠାରେ ଥିବା ୬ ଗୋଟି ଆଦିବାସୀ ହଷ୍ଟେଲ କେବଳ କାଗଜପତ୍ରରେ ସିମୀତ ରହିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଗୋଟିଏ ହଷ୍ଟେଲରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଚାଲୁଥିବାବେଳେ ଅନ୍ୟଟି କାର୍ଯ୍ୟରେ ଲାଗୁନାହିଁ । ସେହିପରି ବୁଟୁପାଲି ଠାରେ ଥିବା ହଷ୍ଟେଲରେ ହାଇସ୍କୁଲ ଚାଲୁଥିବା ବେଳେ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ମଧ୍ୟ ବନ୍ଦ ହୋଇ ରହିଛି ।

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କଲେ ମନୋଜ ଆହୁଜା - Manoj Ahuja Takes Charge

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବୌଦ୍ଧ ମହିଳା ମହାବିଦ୍ୟାଳୟ ପରିସରରେ ଥିବା ଦୁଇଟି ହଷ୍ଟେଲ ମଧ୍ୟରୁ ଗୋଟିଏ ପଚାଶ ଲକ୍ଷ ଟଙ୍କାରେ ନିର୍ମାଣ ଅନ୍ୟ ଗୋଟିଏ ଅର୍ଦ୍ଧ ନିର୍ମିତ ହଷ୍ଟେଲ କୁଆଡେ ଗଲା ତାର ପତ୍ତା ପାଉନି ବ୍ଲକ ପ୍ରଶାସନ ।ଏ ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସ୍ବତନ୍ତ୍ର ବୈଠକରେ ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ନୂତନ ଶିକ୍ଷା ବର୍ଷରୁ ଜିଲ୍ଲାର ସମସ୍ତ ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲକୁ କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲରେ ରହିଥିବା ସମସ୍ୟାର ସମାଧାନ ପାଇଁ ନୂତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଗତ (ଶନିବାର) ଦିନ ବୌଦ୍ଧ ଜିଲ୍ଲାଗସ୍ତରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ବିଦ୍ୟାଳୟ ଓ ହଷ୍ଟେଲରେ ରହିଥିବା ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ ।ଏଭଳି ସମସ୍ୟା ସାରା ରାଜ୍ୟରେ ରହିଥିବା ତଥା ହଷ୍ଟେଲ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ହଷ୍ଟେଲ ଗୁଡ଼ିକ କାର୍ଯ୍ୟ କ୍ଷମ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.