ETV Bharat / state

ଯୁକ୍ତ ଦୁଇ ପାଇଁ ଦୂରକୁ ଯିବେନି ଛାତ୍ରଛାତ୍ରୀ; ରାଜ୍ୟରେ ଆହୁରି ସ୍କୁଲ ହେବ ଅପଗ୍ରେଡ - Secondary Schools upgradation

author img

By ETV Bharat Odisha Team

Published : Aug 4, 2024, 7:17 PM IST

Secondary Schools upgradation: ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦୂରକୁ ଯିବାକୁ ପଡୁଛି । ଯେଉଁଥିପାଇଁ ମାଟ୍ରିକ ପରେ ଛାତ୍ରଛାତ୍ରୀ ପାଠ ଛାଡି ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆହୁରି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକକୁ ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପଢନ୍ତୁ ପୁରା ଖବର

ଯୁକ୍ତ ଦୁଇ ପାଇଁ ଦୂରକୁ ଯିବେନି ଛାତ୍ରଛାତ୍ରୀ; ରାଜ୍ୟରେ ଆହୁରି ସ୍କୁଲ ହେବ ଅପଗ୍ରେଡ
ଯୁକ୍ତ ଦୁଇ ପାଇଁ ଦୂରକୁ ଯିବେନି ଛାତ୍ରଛାତ୍ରୀ; ରାଜ୍ୟରେ ଆହୁରି ସ୍କୁଲ ହେବ ଅପଗ୍ରେଡ (ETV Bharat Odisha)

ଭୁବନେଶ୍ବର: ଏକାଦଶ, ଦ୍ବାଦଶ ପଢିବାକୁ ଆଉ ଦୂର ସ୍ଥାନକୁ ଯିବେନି ପିଲା । ନିଜ ଅଞ୍ଚଳରେ ଥିବା ସ୍କୁଲରେ ଯୁକ୍ତ ଦୁଇ ପାଠ ପଢିପାରିବେ । କାରଣ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ମାଧ୍ୟମିକ ବିଦ୍ୟାଳୟ ବା ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ(ଅପଗ୍ରେଡ) କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଶମ ପରେ ଅନେକ ପିଲା ଅଧାରୁ ପାଠ ଛାଡୁଥିବାରୁ ଏହାକୁ ଦୃଷ୍ଟି ରଖି ରାଜ୍ୟର ଅନେକ ଗୁଡିଏ ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ ବା ଅପଗ୍ରେଡ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଆଗକୁ ଆହୁରି ବିଦ୍ୟାଳୟ ହେବ ଅପଗ୍ରେଡ:
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ''ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଗତ ଦିନରେ କିଛି ସ୍କୁଲ ଅପଗ୍ରେଡ଼ କରିଛି । ଅର୍ଥାତ ସ୍କୁଲ ପରିସରରେ ଯୁକ୍ତ ଦୁଇ ଖୋଲାଯାଇଛି । ପରିସ୍ଥିତି ଦେଖି ଆଗାମୀ ଦିନରେ ଆହୁରି ସ୍କୁଲ ଅପଗ୍ରେଡ କରିବୁ । ପୂର୍ବରୁ ୯୨ଟି ସ୍କୁଲ ଅପଗ୍ରେଡ଼ ହୋଇସାରିଛି । ଆଉ ୧୦ ସ୍କୁଲ ପର୍ଯ୍ୟାୟକ୍ରମେ କରାଯିବ । ଜିଓମ୍ୟାପିଙ୍ଗ ଅନୁସାରେ ଯେଉଁଠି ସ୍କୁଲ ନାହିଁ, ସେଠାରେ ଅପଗ୍ରେଡ଼ ହେବ ।''

୭୯ ମାଧ୍ୟମିକ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ:
ରାଜ୍ୟର ବିଭିନ୍ନ ସ୍ଥାନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନଥିବାରୁ ପିଲାଙ୍କୁ ପାଠପଢ଼ା ପାଇଁ ଦୂରକୁ ଯିବାକୁ ପଡୁଥିଲା । ଦୂର ବାଟ ପାଇଁ ଅନେକ ପିଲା ମାଟ୍ରିକ ପରେ ପାଠ ଛାଡ଼ି ଦେଉଥିଲେ । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୭୯ ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ (ଅପଗ୍ରେଡ) କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟର ପ୍ରକଳ୍ପ ଅନୁମୋଦନ ବୋର୍ଡ (ପିଏବି) ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: 'ଜନଜାତି ଛାତ୍ରଛାତ୍ରୀଙ୍କ ଇଂରାଜୀ ଶିକ୍ଷାକୁ ସୁଦୃଢ କରାଯିବ' - Tribal Students Education

କେଉଁ ଜିଲ୍ଲାରେ କେତେ ସ୍କୁଲ ଅପଗ୍ରେଡ:

ଗଣଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ୭୯ଟି ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି । ସେଥିମଧ୍ୟରେ ଭଦ୍ରକ ଜିଲ୍ଲାର ୪ଟି ମାଧ୍ୟମିକ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିବା ବେଳେ ବଲାଙ୍ଗୀର ଜିଲାର ୮, ବୌଦ୍ଧ ୨, ଗଞ୍ଜାମ ୧୪, ଝାରସୁଗୁଡ଼ା ୪, କଳାହାଣ୍ଡି ୧୭, କେନ୍ଦୁଝର ୫, କୋରାପୁଟ ୬, ମାଲକାନଗିରି ୨, ମୟୂରଭଞ୍ଜ ୧, ନବରଙ୍ଗପୁର ୨, ନୂଆପଡ଼ା ୧, ସମ୍ବଲପୁର ୩ ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ରହିିଛି ।

ପୂର୍ବ ସରକାରରେ ହୋଇଥିଲା ୧୦୦ ଅପଗ୍ରେଡ:

ପୂର୍ବ ସରକାରଙ୍କ ପକ୍ଷରୁ ୨୦୨୨- ୨୩ ଆର୍ଥିକ ବର୍ଷରେ ୧୦୦ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିଲା । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲାଯାଇଛି । ଏହା ସହିତ ଜିଲ୍ଲା ପରିଷଦ ଅଧୀନରେ ଥିବା ଅନ୍ୟ ୧୧୭ଟି ହାଇସ୍କୁଲକୁ ଉନ୍ନୀତ କରିବା ପାଇଁ ଯୋଜନା କରାଯାଇଥିଲା । ଅନେକ ସମୟରେ ଘରଠାରୁ ବହୁତ ଦୂରରେ ସ୍କୁଲ ବା କଲେଜ ରହିଥିବାରୁ ପିଲାମାନେ ଅଧାରୁ ପାଠ ଛାଡ଼ିଥାନ୍ତି । ଏହାକୁ ବିଚାର କରି ନିକଟରେ ଥିବା ବିଦ୍ୟାଳୟଗୁଡିକୁ ଉନ୍ନୀତ କରାଯାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.