ETV Bharat / state

୨୦୨୪ ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି, ଆଶାରେ ନିଆଳି ହିତାଧିକାରୀ - Election 2024

Odisha Assembly Election 2024: କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି ଗ୍ରାମାଞ୍ଚଳରେ ପଡ଼ିଛି ପ୍ରଭାବ । ବିଜୁଳି ବିଲ ଫ୍ରି ଏବଂ ଚିଟଫଣ୍ଡ ଟଙ୍କା ଫେରିବା ଆଶାରେ ନିଆଳି ହିତାଧିକାରୀ । ଅଧିକ ପଢନ୍ତୁ

2024 election
2024 election
author img

By ETV Bharat Odisha Team

Published : Mar 16, 2024, 6:18 PM IST

2024 election

ନିଆଳି: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଦେଇଛି ୯ ଗ୍ୟାରେଣ୍ଟି । ନିର୍ବାଚନ ଇସ୍ତାହାର ପ୍ରକାଶ କରିବା ପୂର୍ବରୁ କଂଗ୍ରେସର ଏହି ଗ୍ୟାରେଣ୍ଟିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସବୁବର୍ଗକୁ ଲକ୍ଷ୍ୟ କରି ଏହି ୯ ଗ୍ୟାରେଣ୍ଟି ଆଣିଛି କଂଗ୍ରେସ । କ୍ଷମତାକୁ ଆସିଲେ କଂଗ୍ରେସ ଏହି ୯ ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ପ୍ରକାଶ କରିବା ପରେ କଟକ ଜିଲ୍ଲା ନିଆଳି ଗ୍ରାମାଞ୍ଚଳରେ ପଡ଼ିଛି ଏହାର ପ୍ରଭାବ। ବିଜୁଳି ବିଲ ଫ୍ରି ଏବଂ ଚିଟଫଣ୍ଡ ଟଙ୍କା ଫେରିବା ଆଶାରେ ନିଆଳି ହିତାଧିକାରୀ ।

ତେବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ରାଜ୍ୟବାସୀଙ୍କ ପାଇଁ ଗ୍ୟାରେଣ୍ଟି ପୁଡିଆ ଖୋଲି ଭୋଟ ହାତେଇବା ଲକ୍ଷ୍ୟରେ ରହିଛି।‌ ରାଜ୍ୟରୁ ଦୀର୍ଘ ୨୫ ବର୍ଷ ଶାସନ ଠାରୁ ଦୂରରେ ଥିବା କଂଗ୍ରେସ ଏବେ ନିର୍ବାଚନ ଜିତିବା ପାଇଁ ଚେଷ୍ଟା ଆରମ୍ଭ କରିଛି । ଯେ କୌଣସି ଉପାୟରେ ଭୋଟରଙ୍କ ମନ ଜିଣିବା ପାଇଁ ଏବଂ ବିଶ୍ବାସ ଭରି ଦେବା ପାଇଁ କଂଗ୍ରେସ ଦେଇଛି ନିର୍ବାଚନି ଇସ୍ତାହାର ଗ୍ୟାରେଣ୍ଟି। ଯାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ନିର୍ବାଚନ ସମୟରେ ଯେଉଁ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ସେଥିରେ ଅନେକ ହିତାଧିକାରୀ ନିଜର ଖୁସି ଜାହିର କରିଛନ୍ତି ।

ଅର୍ଥାତ୍ ଉପଭୋକ୍ତାମାନେ ବର୍ଷ ବର୍ଷ ଧରି ୧୦୦୦ ଟଙ୍କା ଦେଇ ନୟାନ୍ତ ହେଲେଣି ତେଣୁ କଂଗ୍ରେସର ୫ ଶହ ଟଙ୍କିଆ ଗ୍ୟାସ ଉପରେ ଭୋଟରଙ୍କ ରହିଛି ନଜର। ସେହିପରି ରାଜ୍ୟରେ ବିଜୁଳି ଦର ବୃଦ୍ଧି ପାଉଥିବାରୁ କଲବଲ ହେଉଛନ୍ତି ଉପଭୋକ୍ତା ସେଥିପାଇଁ ବହୁ ଭୋଟର ମାଗଣା ବିଜୁଳି ଜାଳିବା ପାଇଁ ଚାହୁଁଛନ୍ତି। ସବୁଠାରୁ ବଡ କଥା ହେଉଛି ଗ୍ରାମାଞ୍ଚଳର ବହୁ ଗରିବ ଲୋକେ ପେଟ ପାଟଣା ମାରି ଝିଅ ବିବାହ,ପିଲାମାନଙ୍କ ପାଠ ଏବଂ ଭବିଷ୍ୟତ ପାଇଁ ଟଙ୍କା ଚିଟଫଣ୍ଡରେ ଲଗାଇଥିଲେ । ହେଲେ ଠକେଇର ଶିକାର ହେବା ପରେ ନିରାଶରେ ଅଛନ୍ତି ଠକେଇ ଶିକାର ହୋଇଥିବା ଲୋକ । ତେଣୁ କଂଗ୍ରେସ ପକ୍ଷରୁ ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରତିଶ୍ରୁତି ମିଳିବା ପରେ ବହୁ ଚିଟଫଣ୍ଡ ଠକେଇ ଗ୍ରାହକ କଂଗ୍ରେସର ଏହି ଗ୍ୟାରେଣ୍ଟିକୁ ସହମତି ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆଜି ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ; ନିର୍ବାଚନ ପ୍ରସ୍ତୁତି ଉପରେ ହେବ ଚର୍ଚ୍ଚା

ଏଥି ସହିତ ରାଜ୍ୟରେ ୮୦ ଭାଗ କୃଷକ ରହିଥିବା ବେଳେ ନିଆଳି ମଧ୍ୟ ଏକ କୃଷି ପ୍ରବଣ ଅଞ୍ଚଳ । ଚାଷୀମାନଙ୍କ ପାଇଁ ଧାନ ସହାୟିକ ମୂଲ୍ୟ ଏବଂ କୃଷକମାନଙ୍କୁ ପେନସନ ଯୋଜନା ଚାଷୀମାନଙ୍କୁ ଆକୃଷ୍ଟ କରିଛି। ସେହିପରି ସ୍ଵୟଂସହାୟକ ଗୋଷ୍ଠୀଙ୍କ ପାଇଁ ରଣ ବାବଦକୁ ସୂଧ ଛାଡ, ଗୃହଲକ୍ଷ୍ମୀ ଯୋଜନା, କୃଷକମାନଙ୍କ ପାଇଁ ପେନସନ, କୃଷକ ରଣ ଛାଡ ଭଳି 9ରୁ ଉର୍ଦ୍ଧ୍ୱ ଯୋଜନା ବିଜେଡି ଓ ବିଜେପି ଭୋଟ ବ୍ୟାଙ୍କକୁ ବିଗାଡି ପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କଂଗ୍ରେସ ଆଶା ବାନ୍ଧିଛି ୨୦୨୪ ନିର୍ବାଚନରେ ଭୋଟରଙ୍କ ମନ ଜିଣି ଶାସନଙ୍କୁ ଫେରିବ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.