ETV Bharat / state

ଖାଲି ପଡ଼ିଛି ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀ, ନିଯୁକ୍ତି କେବେ ? - shortage of administrative officer

author img

By ETV Bharat Odisha Team

Published : Aug 9, 2024, 8:39 PM IST

SHORTAGE OF ADMINISTRATIVE OFFICER: ଜଗତସିଂହପୁର ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ମରୁଡ଼ି ଦେଖିବାକୁ ମିଳିଛି । ଏକାଧିକ ବିଭାଗର ମୁଖ୍ୟଙ୍କ ପଦବୀ ଖାଲି ପଡ଼ିଥିବାବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ । ଅଧିକା ପଢନ୍ତୁ

SHORTAGE OF ADMINISTRATIVE OFFICER
SHORTAGE OF ADMINISTRATIVE OFFICER (ETV Bharat Odisha)

ଜଗତସିଂହପୁର: ନାହିଁ ନାହିଁରେ ଚାଲିଛି ପ୍ରଶାସନିକ କାର୍ଯ୍ୟ । ବରିଷ୍ଠ ଅଧିକାରୀଙ୍କ ମରୁଡ଼ି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ । ଆଗରୁ ଜିଲ୍ଲାପାଳ ପଦବୀ ଖାଲି ପଡ଼ିଥିବାବେଳେ ଏବେ ଦିନେ ଦୁଇ ଦିନ ହେବ ନୂତନ ଜିଲ୍ଲାପାଳ ନିଯୁକ୍ତି ପାଇଛନ୍ତି । ସେପଟେ ଅନେକ ବିଭାଗୀୟ ମୁଖ୍ୟଙ୍କ ପଦବୀ ଖାଲି ପଡ଼ିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ହୋଇଥିବା ବେଳେ ଏଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଛି ।

ଜଗତସିଂହପୁରରେ ପ୍ରଶାସନିକ ଅଧିକାରୀଙ୍କ ମରୁଡ଼ି:

ଅତିରିକ୍ତ ଜିଲ୍ଲାପାଳଙ୍କ ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ ପଦବୀ 4ମାସରୁ ଅଧିକ ଦିନ ହେବ ଖାଲି ପଡ଼ିଛି । ସେହିପରି ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ପଦବୀ 4ମାସରୁ ଊର୍ଦ୍ଧ୍ବ ପୂରଣ ହୋଇନାହିଁ । ସେପଟେ ଜଗତସିଂହପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଗୁତୁତ୍ୱପୂର୍ଣ୍ଣ ପଦ ପଦବୀ ଖାଲି ପଡିଥିବା ବେଳେ ଖୋଦ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ପଦ ମଧ୍ୟ ଖାଲି ପଡ଼ିଛି । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଗରୁ ଜିଲ୍ଲାପାଳ ପଦବୀ ମଧ୍ୟ ଖାଲି ପଡ଼ିଥିବାବେଳେ ବର୍ତ୍ତମାନ ଜେ ସୋନାଲଙ୍କୁ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ନିରାଶ ହେଉଛନ୍ତି ସାଧାରଣ ଲୋକେ-

ଏନେଇ ଜଣେ ବୁଦ୍ଧିଜୀବୀ ଉତ୍କଳ ମୋହନ ମହାନ୍ତି କହିଛନ୍ତି," ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ପୂରଣ କରାଯାଉ ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଫିସକୁ ଆସି ନିରାଶ ହୋଇ ଫେରୁଛନ୍ତି । ରାଜ୍ୟ ସରକାର ତୁରନ୍ତ ଜିଲ୍ଲାରେ ଫାଙ୍କା ପଡିଥିବା ପଦ-ପଦବୀ ପୂରଣ କରନ୍ତୁ ।

ଏହା ମଧ୍ୟ ପଢନ୍ତୁ ...IAS ସ୍ତରରେ ବଡ଼ ଅଦଳବଦଳ: ୧୯ ନୂଆ ଜିଲ୍ଲାପାଳ, ନବୀନ ଅମଳରେ କୋଣଠେସା, ମୋହନ ଦେଲେ ଗୁରୁ ଦାୟିତ୍ୱ - IAS reshuffle in Odisha

ସେହିପରି ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ଦେବୀ ପ୍ରସାଦ ମହାରଣା କହିଛନ୍ତି," ଜଗତସିଂହପୁରକୁ ଏକ ସାବତ ଜିଲ୍ଲା ଭାବରେ ଦେଖା ଯାଉଛି । ଦୀର୍ଘ ଦିନ ଧରି ବିଭିନ୍ନ ପଦ ପଦବୀ ଖାଲି ପଡ଼ିଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇ ଯାଇଛି । ସାଧାରଣ ଲୋକେ ଅଭିଯୋଗ ପତ୍ରଟିଏ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଗଲେ ନିରାଶ ହୋଇ ଫେରୁଛନ୍ତି । ଏହା ଏକ ବନ୍ୟା ପ୍ରଭାବିତ ଜିଲ୍ଲା । ମହାନଦୀ ଓ ଦେବୀ ନଦୀରେ ପାଣି ଆସୁଥିବରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ତେବେ ସେମାନେ ଗୁହାରି କାହାକୁ କରିବେ ।"ଏହି ଘଟଣାରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ କହିଛନ୍ତି," ଖୁବଶୀଘ୍ର ଜିଲ୍ଲାରେ ଫାଙ୍କା ପଡିଥିବା ପଦବୀ ପୂରଣ କରାଯିବା ପାଇଁ ପ୍ରକ୍ରିୟା ଜାରି ରହିଛି ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.