ETV Bharat / state

ବିଜେଡି ସରକାରରେ ମିଳିଲାନି ନ୍ୟାୟ ! ବଦଳିଲା ସରକାର, ବଡ଼ଦାଣ୍ଡରେ ପୀଡ଼ିତ ପରିବାରଙ୍କ ପଦଯାତ୍ରା - Padayatra By Affected Families - PADAYATRA BY AFFECTED FAMILIES

Padayatra By Affected Families: ବିଜେଡି ସରକରାର ନ୍ୟାୟ ପାଇନଥିବା ଅଭିଯୋଗ କରି ବଡ଼ଦାଣ୍ଡରେ ପଦଯାତ୍ରା କରିଛନ୍ତି ଅନେକ ପୀଡ଼ିତଙ୍କ ପରିବାର । ଅଧିକ ପଢ଼ନ୍ତୁ

ବିଜେଡି ସରକାରରେ ମିଳିଲାନି ନ୍ୟାୟ ! ବଦଳିଲା ସରକାର
ବିଜେଡି ସରକାରରେ ମିଳିଲାନି ନ୍ୟାୟ ! ବଦଳିଲା ସରକାର (ETV Bharat Odisha)
author img

By ETV Bharat Odisha Team

Published : Jun 8, 2024, 5:56 PM IST

Updated : Jun 8, 2024, 7:58 PM IST

ପୁରୀ: ବିଜେଡି ସରକାରରେ ନ୍ୟାୟ ମିଳିଲାନି । ସେ ପିହୁ ହେଉ କି ପରୀ ଏମିତି ଏନେକ ପୀଡ଼ିତଙ୍କ ପରିବାର ଆଜି ପୁରୀ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ବିଜେଡି ସରକାରରେ ନ୍ୟାୟ ପାଇନଥିବା ଅଭିଯୋଗ କରି ବଡ଼ଦାଣ୍ଡରେ ପଦଯାତ୍ରା କରିଛନ୍ତି । ନୂତନ ସରକାର ଆସିଲେ ସେମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶାବାଦୀ ଅଛନ୍ତି ।

ବିଜେଡି ସରକାରରେ ମିଳିଲାନି ନ୍ୟାୟ ! (ETV Bharat Odisha)

ବିଜେଡି ସରକାରରେ ନ୍ୟାୟ ପାଇନଥିବା ପୀଡ଼ିତ ପରିବାର ଏକାଠି ହୋଇ ବଡ଼ଦାଣ୍ଡରେ ପଦଯାତ୍ରା କରିଛନ୍ତି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସିଂହଦ୍ଵାରରେ ଦୀପଦାନ କରିବା ସହ ନୂଆ ସରକାର ପାଖରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ପରୀର ବାପା ଅଶୋକ ସାହୁ, ପିହୁର ମା’ ମୋନାଲିସା ନାୟକ, ଅମୃତର ମା’ ସୁଲୋଚନା ଦାସ, ସୀତାର ବାପା ପ୍ରସନ୍ନ ପଲେଇ, ରଶ୍ମିତାର ବାପା ସୁକାନ୍ତ ସେନାପତି, ରମେଶ ମଲ୍ଲିକଙ୍କ ପରିବାର, ମାହାଙ୍ଗା ଯୋଗେଶ ସାହୁଙ୍କ ପରିବାର ନ୍ୟାୟ ପାଇଁ ବଡ଼ଦାଣ୍ଡରେ ପଦଯାତ୍ରା କରିଛନ୍ତି । ଓଡ଼ିଶା ନ୍ୟାୟ ପାଇଁ ଲଢେଇ ପରିବାର ନେତୃତ୍ବରେ ଓଡ଼ିଶାର ବହୁ ଚର୍ଚ୍ଚିତ ଜଘନ୍ୟ ହତ୍ୟାକାଣ୍ଡ, ଶିଶୁ ଅପହରଣ, ଶିଶୁ ଅଙ୍ଗ ତସ୍କରୀ, ଦୁଷ୍କର୍ମ ଭଳି ମାମଲାରେ ନ୍ୟାୟ ପାଇଁ ମୃତ ଓ ଅପହୃତ ଶିଶୁଙ୍କ ପରିବାର, ହତ୍ୟାକାଣ୍ଡର ଶିକାର ପରିବାର ନ୍ୟାୟ ଦାବିରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ନିରବ ପ୍ରତିବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନିଖୋଜ ପିହୁର ମା’ଙ୍କୁ ଉଠାଇ ନେଲା ପୋଲିସ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ

ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ କହିଛନ୍ତି, "ବର୍ଷ ବର୍ଷ ଧରି ଏହି ମାମଲା ଗଡ଼ି ଚାଲିଥିଲେ ବି ପୀଡ଼ିତ ପରିବାର, ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି । ଏବେ ପିହୁ ଭଳି ଅନେକ ଶିଶୁ ନିଖୋଜ ଅଛନ୍ତି । ନୂଆ ସରକାରଙ୍କ ପାଖରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ପୀଡ଼ିତ ପରିବାର। ସରକାର ବଦଳିବାକୁ ଯାଉଛି । ନୂଆ ସରକାର ଆସୁଛି । ତେଣୁ ନୂଆ ସରକାର ଗୁହାରି ଶୁଣିବେ ବୋଲି ପୀଡ଼ିତ ପରିବାର ଆଶା ବାନ୍ଧିଛନ୍ତି । ନୂଆ ସରକାରଙ୍କୁ ଆଜି ଏହି ନିରବ ପ୍ରତିବାଦ ଓ ଦୀପଦାନ ଜରିଆରେ ନ୍ୟାୟ ପାଇଁ ଗୁହାରି କରିଛନ୍ତି ।" ଆଜିର ଏହି ପଦଯାତ୍ରାରେ ଓଡ଼ିଶା ନ୍ୟାୟ ପାଇଁ ଲଢ଼େଇ ପରିବାରର ରାଜ୍ୟ ସଭାପତି ସୁବ୍ରତଙ୍କ ସହ ସମ୍ପାଦକ ଦିଲ୍ଲୀପ କୁମାର ସାହୁ ଓ ମୁଖପାତ୍ର ଉମେଶ କୁମାର ଜେନା ପ୍ରମୁଖ ସାମିଲ ଥିଲେ ।

ଇଟିଭି ଭାରତ, ପୁରୀ

Last Updated : Jun 8, 2024, 7:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.