ETV Bharat / state

ଆସିଲା ଚର୍ଚ୍ଚିତ କୁଜଙ୍ଗ ବୀଭତ୍ସ ହତ୍ୟାକାଣ୍ଡର ରାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ - Kujanga Double Murder Verdict

author img

By ETV Bharat Odisha Team

Published : Jun 28, 2024, 9:22 PM IST

Man Sentenced to Lifetime Imprisonment: ଜଗତସିଂହପୁର ଜିଲ୍ଲା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି କୁଜଙ୍ଗ କୋର୍ଟ । ଅଧିକ ପଢ଼ନ୍ତୁ

Lifetime Imprisonment
Lifetime Imprisonment (ETV Bharat Odisha)

ଜଗତସିଂହପୁର: ଲୋମ ହର୍ଷଣକାରୀ ହତ୍ୟାକାଣ୍ଡରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ ଦେଲେ କୋର୍ଟ । ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ କୋର୍ଟ ଏହି ଶୁଣାଣି କରିଛନ୍ତି । ଏହା ସହିତ ଦୋଷୀକୁ 10 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୁଜଙ୍ଗ ଅଞ୍ଚଳରେ 2023ରେ ଘଟିଥିବା ଲୋମ ହର୍ଷଣକାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କାଳିଆ କରଶର୍ମା । 2023 ମସିହା ଜୁନ 18 ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ସ୍ଥିତ ଏକ୍ସପ୍ରେସ କଲୋନୀରେ ଭଡାରେ ରହୁଥିଲେ କେନ୍ଦ୍ରାପଡା ଜିଲ୍ଲାର ସହଦେବ ମଲ୍ଲ ଓ ତାଙ୍କ ପତ୍ନୀ ନିର୍ମଳା ଲେଙ୍କା । ତେବେ 2023 ମସିହା ଜୁନ 18 ତାରିଖ ଦିନ ସକାଳ ପ୍ରାୟ 7:30 ମିନିଟ ସମୟରେ ନିର୍ମଳା ଲେଙ୍କା ଗଛରୁ ଫୁଲ ତୋଳୁଥିଲେ । ସେହି ସମୟରେ ଉକ୍ତ କଲୋନୀର ବାବାଜୀ କରଶର୍ମାଙ୍କ ପୁଅ କାଳିଆ କରଶର୍ମା ହଠାତ ଏକ ଧାରୁଆ କଟୁରି ଧରି ମାଡି ଆସିଥିଲା । ଫୁଲ ତୋଳୁଥିବା ନିର୍ମଳାଙ୍କୁ ଉକ୍ତ ଧାରୁଆ କଟୁରିରେ ହାଣି ପକାଇଥିଲା । କୌଣସି କାରଣ ନଥାଇ ଅତି ନିର୍ଦୟ ଭାବରେ ନିର୍ମଳାଙ୍କୁ ହାଣି ପକାଉଥିବା ଦେଖି ନିର୍ମଳାଙ୍କ ସ୍ୱାମୀ ସହଦେବ ଓ ପୁଅ ପ୍ରତିରୋଧ କରିଥିଲେ । ହେଲେ ସେହି କଟୁରିରେ ଅଭିଯୁକ୍ତ କାଳିଆ ସେ ଦୁହିଁଙ୍କୁ ମଧ୍ୟ ହାଣି ପକାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା - Lifetime Imprisonment

ଏହି ଘଟଣା ଦେଖି ସେହି ଅଞ୍ଚଳର ଅନ୍ୟଜଣେ ମହିଳା ସୁନିତା ଭୋଳ କାଳିଆକୁ ପ୍ରତିରୋଧ କରିବାରୁ ଅଭିଯୁକ୍ତ କାଳିଆ ଅତି ନିଷ୍ଠୁର ଭାବେ ତାଙ୍କର ବେକକୁ ହାଣି, ଦେହରୁ ମୁଣ୍ଡକୁ ଅଲଗା କରି ଦେଇଥିଲା । ପରେ ଖବର ପାଇ ସ୍ଥାନୀୟ ଲୋକେ ଅଭିଯୁକ୍ତ କାଳିଆକୁ କାବୁ କରିଥିଲେ ଏବଂ କୁଜଙ୍ଗ ଥାନାକୁ ଖବର ଦେଇଥିଲେ । କୁଜଙ୍ଗ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇ ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ କୁଜଙ୍ଗ ପୋଲିସ ଅଭିଯୁକ୍ତ କାଳିଆ ନାମରେ କେଶ ନମ୍ବର 310/2023 ମାମଲା କରିବା ସହ ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା 302, 307, 326 ଧାରା ଲଗାଇ ତଦନ୍ତ ଆରମ୍ଭ କରିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତିକରି କୁଜଙ୍ଗ ଆଡିସନାଲ କୋର୍ଟ ଅଭିଯୁକ୍ତ କାଳିଆକୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ 10 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.