ETV Bharat / state

ଢେଙ୍କାନାଳରେ ଦିବ୍ୟାଙ୍ଗ ଯୁବକଙ୍କୁ କଚାଡି ମାରିଲା ହାତୀ - Man killed in Elephant attack

author img

By ETV Bharat Odisha Team

Published : May 4, 2024, 9:19 AM IST

Man killed in Elephant attack: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଅଘଟଣ । କାଜୁ ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Man killed in Elephant attack
Man killed in Elephant attack (Etv Bharat Odisha)

ଢେଙ୍କାନାଳ: ହାତୀ ଆକ୍ରମଣରେ ଯୁବକ ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଲିମି ଥାନା ଖଜୁରିଆକଟା ସେକ୍ସନ ନୂଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କାଜୁ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ ଜଣକ । ଖବର ପାଇ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବକ ଜଣକ ନୂଆଗ୍ରାମର ୩୨ ବର୍ଷୀୟ ଶ୍ରୀଧର ସାମଲ । ସେ ଜଣେ ଦିବ୍ୟାଙ୍ଗ ଥିଲେ ।

ଢେଙ୍କାନାଳରେ ବାରମ୍ବାର ହାତୀ-ମଣିଷ ସଂଘର୍ଷ ଦେଖିବାକୁ ମିଳୁଛି । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ଶିକାର ପାଇଁ ହେଉ କିମ୍ବା ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ବିଲରେ କରେଣ୍ଟ ତାର ଲଗାଇ ହାତୀର ଜୀବନ ନେଉଛି ମଣିଷ । ଶୁକ୍ରବାର ହିନ୍ଦୋଳ ବନାଞ୍ଚଳ ବାଲିମି ଥାନା ଖଜୁରିଆକଟା ସେକ୍ସନ ଅଞ୍ଚଳରେ ଦିବ୍ୟାଙ୍ଗ ଯୁବକ ଜଣକ କାଜୁ ତୋଳିବାକୁ କାଜୁ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ପୁଣି ହାତୀ ଓ ମଣିଷ ମୁହାଁମୁହିଁ, ହାତୀ କଚଡ଼ାରେ ବ୍ୟକ୍ତିଙ୍କ ମୃତ୍ୟୁ - Man Killed In Elephant Attack

ମୃତ ଯୁବକ କଥା କହିପାରନ୍ତି ନାହିଁ କି ଶୁଣିପାରନ୍ତି ନାହିଁ । ଅନ୍ୟପଟେ ଏନେଇ ସ୍ଥାନୀୟ ଲୋକେ ବନବିଭାଗ ଟିମକୁ ଖବର ଦେବା ପରେ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଖଜୁରିଆକଟା ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ପୋଷ୍ଟମର୍ଟମ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ବନ ବିଭାଗ ଟିମ୍ ।

ଅନ୍ୟପଟେ ହିନ୍ଦୋଳ ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଅଘଟଣ ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି l ଶ୍ରୀଧରଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ହାତୀଟି ଆକ୍ରମଣ କରି ଗ୍ରାମ ନିକଟ ଜଙ୍ଗଲକୁ ପଳାଇ ଯାଇଥିବାରୁ ସେଠାରେ ରହୁଥିବା ଗ୍ରାମବାସୀମାନେ ଭୟଭୀତ ଅଛନ୍ତି l ଢେଙ୍କାନାଳ ଜିଲ୍ଲାରେ ହାତୀ-ମଣିଷ ଲଢେ଼ଇ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି l ହାତୀ ଆକ୍ରମଣରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି l

ଗତ ସୋମବାର ଦିନ ଓଡ଼ପଡା ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା l ମୃତ ଯୁବକ ଜଣକ ଓଡ଼ପଡା ବ୍ଲକ ବଳରାମପୁର ଗ୍ରାମର ସନ୍ତୋଷ ଧଳ l ସେ ମଧ୍ୟ କାଜୁ ବଗିଚାରେ କାଜୁ ତୋଳୁଥିବା ବେଳେ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା l ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା l ଏହି ଅଞ୍ଚଳରେ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣରେ ଦୁଇଟି ଜୀବନ ଚାଲିଯାଇଛି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.