ETV Bharat / state

ଚାକିରି ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକକୁ ହତ୍ୟା, ଅଭିଯୁକ୍ତ ଗିରଫ - Kalahandi Murder - KALAHANDI MURDER

Murder in Kalahandi: ଚାକିରି କରାଇବା ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ହତ୍ୟା କଲା ଯୁବକ । ଅଧିକ ପଢ଼ନ୍ତୁ

Murder in Kalahandi
Murder in Kalahandi (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 9:17 PM IST

Murder in Kalahandi (ETV Bharat Odisha)

ଭବାନୀପାଟଣା: ଚାକିରି ପାଇଁ ଦେଇଥିବା ଟଙ୍କା ମାଗିବାରୁ ଯୁବକଙ୍କୁ ହତ୍ୟା । ଏହିଭଳି ଏକ ଅଭାବନାୟ ଘଟଣା କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଭଅଁରମାଲ ଅଞ୍ଚଳରେ । ତେବେ ଅଭିଯୁକ୍ତ ପରଲସିଙ୍ଗା ମହୁଲ ପଡାର ଜିତୁ ଗୌଡ଼ ସେହି ଗ୍ରାମର ବିରଞ୍ଚିକୁ ଚାକିରି ଆଶା ଦେଖାଇଥିଲା । ଆଉ ଜିତୁ ଉପରେ ଭରସା କରି ବିରଞ୍ଚି ତାଙ୍କୁ ଟଙ୍କା ଦେଇଥିଲେ । ହେଲେ ଚାକିରି ନମିଳିବାରୁ ସେ ତାଙ୍କ ଟଙ୍କା ମାଗିଥିଲେ । ହେଲେ ଜିତୁ ଟଙ୍କା ଫେରାଇବା ବଦଳରେ ବିରଞ୍ଚିଙ୍କୁ ହତ୍ୟା କରିଥିବା ଅଭିଯୋଗ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୋଲିସ ।

ପୋଲିସ ସୂଚନା ମୁତାବକ, ଗତ ୧୨ ତାରିଖ ଦିନ ପରଲସିଙ୍ଗା ମହୁଲ ପଡାର ୧୯ ବର୍ଷୀୟ ଜିତୁ ଗୌଡ଼ ବିରଞ୍ଚିକୁ ଚାକିରି ଆଶାରେ ଦେଖାଇଥିଲା । ଚାକିରି ପରିବର୍ତ୍ତେ ସେ ବିରଞ୍ଚି ଠାରୁ ଟଙ୍କା ନେଇଥିଲା । ଚାକିରି ନହେବାରୁ ବିରଞ୍ଚି, ଜିତୁ ନେଇଥିବା ଟଙ୍କା ମାଗିଥିଲା । ଏହାକୁ ନେଇ ବିରଞ୍ଚିକୁ ରାସ୍ତାରୁ ହଟାଇବା ପାଇଁ ପୂର୍ବରୁ ଯୋଜନା କରିଥିଲା ଅଭିଯୁକ୍ତ । ଜିତୁ ପ୍ରଥମେ ବିରଞ୍ଚିକୁ ଡାକି ପ୍ରଚୁର ମଦ୍ୟପାନ କରାଇଥିଲା । ପରେ ବିରଞ୍ଚି ଅଚେତ ହେବାପରେ ତାର ହାତ ଗୋଡ଼ ବାନ୍ଧି ଏକ ଛୁରୀ ମାଧ୍ୟମରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ପୁରୀ ରେଳୱେ ଷ୍ଟେସନରେ ସାଙ୍ଗକୁ ଛୁରି ମାଡ କଲା ସାଙ୍ଗ - Youth Brutally Attacked

ଏତିକିରେ ତାର ମନ ବୁଝି ନଥିଲା । ହତ୍ୟାକାଣ୍ଡ ଯେପରି ଲୋକ ଲୋଚନକୁ ନଆସେ ସେଥିବା ପାଇଁ ସେ ବ୍ୟବସ୍ଥା କଲା । ତାପର ଦିନ ଭୋଟ ଗ୍ରହଣ ଦିନ ହୋଇଥିଲା ଏବଂ ଲୋକେ ଭୋଟରେ ବ୍ୟସ୍ତ ଥିବାରୁ ଦିନ ୧୨ଟା ବେଳକୁ ଜିତୁ ବିରଞ୍ଚିର ମୃତଦେହକୁ ଟାଣି ଟାଣି ଆଣି ଏକ ନାଳ ପାଖରେ ଫୋପାଡି ଦେଇଥିଲା । ତେବେ ଅଭିଯୁକ୍ତ ଜିତୁ ବିରଞ୍ଚିର ହତ୍ୟା କରିଥିବା ସ୍ୱୀକାର କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ।

ସେହିଭଳି ଗତକାଲି (ଗୁରୁବାର) ରାତିରେ ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନଂ ୨ରେ ପାର୍ଶ୍ଵରେ ଥିବା ପାର୍ସଲ ଅଫିସ ପାର୍ଶ୍ବରୁ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ଷ୍ଟେସନ ଆଡକୁ ଆସୁଥିବା କିଛି ଆରପିଏଫ ପୋଲିସ ଦେଖିବାକୁ ପାଇଥିଲେ । ଘଟଣା ଦେଖିବା କ୍ଷଣି ବ୍ୟକ୍ତିଙ୍କ ନିକଟକୁ ଯାଇ ପଚରାଉଚରା କରିବା ସହ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରତନ । ରତନଙ୍କ କହିବା ଅନୁଯାୟୀ, ତାଙ୍କ ଘର ନାଗପୁର ଅଞ୍ଚଳରେ । ସେ ଓ ତାଙ୍କର ଦୁଇ ସାଙ୍ଗ ଲକ୍ଷ୍ମଣ ଓ କ୍ରିଷ୍ଣା ତାଙ୍କ ସହ ପୁରୀ ଆସି କାର୍ଯ୍ୟ କରୁଥିଲେ । କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ହେବାରୁ ଉଭୟ ଲକ୍ଷ୍ମଣ ଓ କ୍ରିଷ୍ଣା ତାଙ୍କୁ ଛୁରା ମାଡ଼ କରି ଫେରାର ହୋଇଯାଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.