ନିମାପଡା: ମାନସିକ ଚାପ ନେଇଗଲା ବିବାହିତ ଯୁବକର ଜୀବନ । ପାରିବାରିକ କଳହ ପାଇଁ ଜୀବନ ହାରିଲେ ସ୍ୱାମୀ । ମୃତ୍ୟୁ ପୂର୍ବରୁ ଭିଡିଓ କରି ସ୍ତ୍ରୀ ଓ ପୋଲିସ ବିରୋଧରେ ଅଭିଯୋଗ ଆଣି ଜୀବନ ହାରିଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ବ୍ଲକ ଅଞ୍ଚଳରେ । 7 ବର୍ଷ ତଳେ ପ୍ରେମ ବିବାହ କରିଥିବା ବେଳେ ସ୍ତ୍ରୀ ପାଇଁ ଜୀବନ ହାରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ପିପିଲି ବ୍ଲକ ପୁବା ଶାସନ ପଞ୍ଚାୟତ ଡେଲଟା କଲୋନୀ ଜ୍ଞାନେନ୍ଦ୍ର ସାହୁଙ୍କ ପୁଅ ଦିବ୍ୟ ଜ୍ୟୋତି ସାହୁ ଓରଫ ବାବୁ ଗତ ୭ ବର୍ଷ ତଳେ ଭୁବନେଶ୍ୱର ଗ୍ୟାରେଜ ଛକ ଅଞ୍ଚଳର ପ୍ରିୟଙ୍କା ପ୍ରିୟଦର୍ଶିନୀ ଓରଫ ମୁନୁଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କ ଅଢେଇ ବର୍ଷର ଏକ ପୁଅ ରହିଛି । କିଛି ଦିନ ହେବ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଏନେଇ ପତ୍ନୀ ମୁନୁ ତାଙ୍କ ସ୍ବାମୀ ଓ ପରିବାର ନାମରେ ଥାନାରେ ଅଭିଯୋଗ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ଶ୍ବଶୁର ଘରେ ଜୀବନ ହାରିଲେ ଜ୍ବାଇଁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଏହି ମାମଲାକୁ ନେଇ ମୃତ ଦିବ୍ୟ ଜ୍ୟୋତି ମାନସିକ ଚିନ୍ତାରେ ରହୁଥିବା ନେଇ ପରିବାର ଲୋକେ କହିଛନ୍ତି । ମିଛ ମାମଲାରେ ଫସାଇ ପୁଅଠୁ ଟଙ୍କା ନେବା ପାଇଁ ଚାହୁଁଥିବା ବେଳେ ପୋଲିସ ମଧ୍ୟ ମୃତକଙ୍କ ପତ୍ନୀଙ୍କୁ ଏଥିରେ ସାହାଯ୍ୟ କରୁଥିବା କହିଛନ୍ତି ଦିବ୍ୟ ଜ୍ୟୋତିଙ୍କ ପରିବାର ଲୋକେ । ପୋଲିସ ମାମଲା ରଫା ଦଫା ପାଇଁ ଲାଞ୍ଚ ମାଗୁଥିବା ବେଳେ ପଇସା ନଦେଲେ ସପରିବାରକୁ ଜେଲରେ ପୁରାଇ ଦେବାର ଧମକ ଦେଉଥିଲେ । ଏନେଇ ପରିବାର ଲୋକେ ଅଭିଯୋଗ ଆଣିଥିବା ବେଳେ ସୁଇସାଇଟ ନୋଟ ଓ ସୁଇସାଇଡ ପୂର୍ବରୁ ଦିବ୍ୟ ଜ୍ୟୋତି କରିଥିବା ଭିଡିଓରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଭିଡିଓ କରିସାରିବା ପରେ ନିଜ ଜୀବନ ହାରିଛନ୍ତି ଦିବ୍ୟ ଜ୍ୟୋତି । ଏହି ମାମଲାରେ ସ୍ତ୍ରୀ, ପୋଲିସ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁ ନେଇଛନ୍ତି ଦିବ୍ୟ ଜ୍ୟୋତି ।
ଏହାମଧ୍ୟ ପଢନ୍ତୁ..ପାରିବାରିକ କଳହରୁ ଜୀବନ ହାରିଲେ ଯୁବକ !
ଅନ୍ୟପଟେ ପୁଅର ଜୀବନ ହାରିବା ଖବର ପାଇବା ପରେ ପରିବାର ଲୋକେ ଏନେଇ କୌଶଲ୍ୟାଗଙ୍ଗ ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ବାପା ଜ୍ଞାନେନ୍ଦ୍ର କୁମାର ସାହୁ କୌଶଲ୍ୟା ଗଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିବା ବେଳେ ପୁଅ ମାନସିକ ଚାପ ପାଇଁ ଜୀବନ ହାରିଥିବା ବେଳେ ଏଥିପାଇଁ ପୁଅର ପତ୍ନୀ ଓ ତାର ପରିବାର ଲୋକ ଏବଂ ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଅଭିଯୋଗ ପାଇବା ପରେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ତଦନ୍ତ ଜାରି ରଖିଛି ।
ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି, 'ଏମିତି ଝିଅ କାହାକୁ ନ ମିଳୁ । ଯିଏ ସ୍ୱାମୀକୁ ମାରିବାକୁ ପଛେଇଲାନି । ତୁ ଖୁସିରେ ରହ ସମୟ ଆସିବ ତୁ ମତେ ମନେ ପକେଇବୁ । ତତେ ମୁଁ ଅଧିକ ଭଲ ପାଏ ଧନ ତୋ ପାଖାପାଖି ଥିବି ଯେତେବେଳେ ମନେ ପକେଇବୁ ଆସିବି l ଜୀବନରେ ବହୁତ ବଡ଼ ଭୁଲ କରିଦେଲି, ବହୁତ ବଡ଼ ଡିସିସନ ନେଇଗଲି, ମୋ ପୁଅ ବିନା ମୁଁ ପାଗଳ । ମତେ ଆଉ ବଞ୍ଚିବାକୁ ଇଚ୍ଛା ନାହିଁ । ପୋଲିସ ପାଇଁ ମୁଁ ସୁଇସାଇଡ କରୁଛି ।..."
ଇଟିଭି ଭାରତ, ନିମାପଡା