ETV Bharat / state

ପୁଅର ଜୀବନ ନେବାକୁ ପଛାଇଲାନି ନୃଶଂସ ବାପା, ଦେବଦୂତ ସାଜିଲା ପୋଲିସ

ରାକ୍ଷସ ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ନିଜ ପୁଅକୁ ଟ୍ରେନ୍ ଲାଇନରେ ବାନ୍ଧି ହତ୍ୟା ଉଦ୍ୟମ । ପୋଲିସ ଠିକ୍ ସମୟରେ ପହଞ୍ଚି ନାବାଳକକୁ ଉଦ୍ଧାର କରିଛି ।

author img

By ETV Bharat Odisha Team

Published : 8 hours ago

MAN ATTEMPTS TO KILL HIS SON
MAN ATTEMPTS TO KILL HIS SON (ETV Bharat Odisha)

ବଲାଙ୍ଗୀର: ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ନିଜ ପୁଅକୁ ଟ୍ରେନ ଲାଇନରେ ବାନ୍ଧି ହତ୍ୟା ଉଦ୍ୟମ କଲା ବାପା । ଠିକ୍ ସମୟରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରିବା ସହ ବାପାକୁ ଗିରଫ କରିଛି । ଗତ(ଶନିବାର) ରାତିରେ ବଲାଙ୍ଗୀର ଜିଲ୍ଲା କଂଶାରୀପଡ଼ା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ପାରିବାରିକ କହଳହରୁ ପୁଅକୁ ହତ୍ୟା ଉଦ୍ୟମ:

ଚିନ୍ମୟ ଦାସ ନାମକ ଜଣେ ବ୍ୟକ୍ତି ନିଜ କୁନି ପୁଅକୁ ମାରିବା ପାଇଁ କରିଥିଲା ଉଦ୍ୟମ । ପୋଲିସର ସଠିକ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ନାବାଳକ ପୁଅର ଜୀବନ। କେବଳ ସ୍ବାମୀ-ସ୍ତ୍ରୀ ମଧ୍ୟରେ କଳହ ଯୋଗୁଁ ବାପା ଏହି ନାଟକୀୟ କାଣ୍ଡ ଭିଆଇଥିଲା । ଯେଉଁଥିରେ ନିଜ ଆଠ ବର୍ଷର ପୁଅକୁ ଟ୍ରେନ ଲାଇନରେ ବାନ୍ଧି ହତ୍ୟା କରିବାର ଯୋଜନା କରିଥିଲା । ଏପରିକି ସେଠାରୁ ଏକ ଫଟୋ ତାର ସ୍ତ୍ରୀଙ୍କୁ ପଠାଇଥିଲା । ତେବେ ସ୍ତ୍ରୀ ଏଥିରେ ଭୟଭୀତ ହୋଇ ବଲାଙ୍ଗୀର ପୋଲିସକୁ ଖବର ଦେଇଥିଲେ । ପୋଲିସ ତତ୍ପରତା ଦେଖାଇ ବଲାଙ୍ଗୀର କଂଶାରୀପଡ଼ା ରେଳ ଧାରଣା ନିକଟକୁ ଯାଇ ପୁଅକୁ ଉଦ୍ଧାର କରିଥିଲା । ତେବେ ପୁଅଟି ଭୟଭୀତ ଥିବାବେଳେ ପୋଲିସ ଡାକ୍ତରୀ ମାଇନା ପରେ ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଛି ।

ଏହା ମଧ୍ୟ ପଢନ୍ତୁ...ଚାକିରି ନାଁରେ ଠକି ନେଲେ ଟଙ୍କା: ଜୀବନ ହାରିଲେ ଯୁବତୀ, ପ୍ରେମିକ ଅଟକ

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡା ଉପକୂଳରୁ ଠାବ ହେଲା ସନ୍ଦିଗ୍ଧ ପାରା; ଗୋଡରେ ଲାଗିଛି ଟ୍ୟାଗ

ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ୱରର ଏକ ସ୍ପା’ ସେଣ୍ଟରୁ ଯୁବତି ଉଦ୍ଧାର, ଅନୈତିକ କାମ କରାଉଥିଲେ ସ୍ପା ମାଲିକ

କ'ଣ ଥିଲା ପୁରା ଘଟଣା ?

ବଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି," ଚିନ୍ମୟ ଦାସ ନାମକ ଜଣେ ବ୍ୟକ୍ତିଙ୍କର ଦୀର୍ଘ ଦିନ ହେବ ନିଜ ସ୍ତ୍ରୀଙ୍କ ସହ ବଚସା ଲାଗି ରହିଥିଲା । ସେହି ପାରିବାରିକ କହଳହକୁ କେନ୍ଦ୍ର କରି ନିଜ 8 ବର୍ଷର ପୁଅକୁ ନେଇ ରେଳ ଧାରଣାରେ ବାନ୍ଧି ହତ୍ୟା କରିବାର ଉଦ୍ୟମ କରିଥିଲା ଚିନ୍ମୟ । ଏପରିକି ଏହାର ଏକ ଫଟୋ ନିଜ ସ୍ତ୍ରୀକୁ ମଧ୍ୟ ପଠାଇଥିଲା । ପୋଲିସ ଅଭିଯୋଗ ପାଇବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳେ ପହଞ୍ଚି ନାବାଳକକୁ ଉଦ୍ଧାର କରିଛି । ସେ ସମୟରେ ଆସୁଥିବା ଏକ ଟ୍ରେନକୁ ଆଗୁଆ ସୂଚନା ଦେଇ ଘଟଣା ସ୍ଥଳରୁ ଶହେ ମିଟର ଦୂରରେ ରୋକା ଯାଇଥିଲା । "

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.