ETV Bharat / state

ଏମିତି ପୁଅ କାହାକୁ ନ ମିଳୁ ! ବାପାକୁ ମାରି ଦୁର୍ଘଟଣାର ରୂପ ଦେଇଥିଲେ, ଇଞ୍ଜିନିୟର ପୁଅ ଓ କିନ୍ନର ବୋହୂ ଗିରଫ - Son transgender wife kill father - SON TRANSGENDER WIFE KILL FATHER

Man, transgender wife kill father: ପେନସନ ଟଙ୍କା ଓ ସମ୍ପତ୍ତି ପାଇଁ ବୃଦ୍ଧ ବାପାକୁ ମିଶି ମାରିଦେଲେ ପୁଅ ଓ କିନ୍ନର ବୋହୂ । ଦୁର୍ଘଟଣାର ରୂପ ଦେବାକୁ ହସ୍ପିଟାଲରେ କରିଥିଲେ ଭର୍ତ୍ତି । ହେଲେ ପୋଲିସ ହାତରେ ଏମିତି ଧରା ପଡିଗଲେ ଦୁହେଁ । ପଢନ୍ତୁ ପୁରା ଖବର

ବାପାକୁ ମାରି ଦୁର୍ଘଟଣାର ରୂପ ଦେଇଥିଲେ, ଇଞ୍ଜିନିୟର ପୁଅ ଓ କିନ୍ନର ବୋହୂ ଗିରଫ
ବାପାକୁ ମାରି ଦୁର୍ଘଟଣାର ରୂପ ଦେଇଥିଲେ, ଇଞ୍ଜିନିୟର ପୁଅ ଓ କିନ୍ନର ବୋହୂ ଗିରଫ (ETV Bharat Odisha)
author img

By ETV Bharat Odisha Team

Published : Aug 20, 2024, 1:58 PM IST

Updated : Aug 20, 2024, 2:34 PM IST

ବ୍ରହ୍ମପୁର: ସମ୍ପତ୍ତି ପାଇଁ ସଇତାନ ସାଜିଲା ପୁଅ । ନିଜର କିନ୍ନର ସ୍ତ୍ରୀ ସହ ମିଶି ବୁଢା ବାପାକୁ କଲା ହତ୍ୟା । ଏହାପରେ ହସ୍ପିଟାଲରେ ଭର୍ତ୍ତି କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଚା କରୁଥିଲା । ହେଲେ ପୁଅ-ବୋହୂର ସବୁ ପ୍ଲାନ ଧରାପଡିଯାଇଛି ପୋଲିସ ହାତରେ । ଅଭିଯୁକ୍ତ ପୁଅ ଓ କିନ୍ନର ବୋହୂକୁ ପୋଲିସ ଗିରଫ କରିଛି । ଏମିତି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗର ଅଞ୍ଚଳରେ । ମୃତକ ହେଲେ ୭୪ ବର୍ଷୀୟ ଗରିବବନ୍ଧୁ ପଣ୍ଡା । ସେ ଜଣେ ଅବସରପ୍ରାପ୍ତ କିରାଣୀ ଥିଲେ ।

ପୁଅ-ବୋହୂ ମିଶି ବୁଢା ବାପାକୁ ମାରିଦେଲେ:

ଏମିତି ପୁଅ କାହାକୁ ନ ମିଳୁ ! ବାପାକୁ ମାରି ଦୁର୍ଘଟଣାର ରୂପ ଦେଇଥିଲେ, ଇଞ୍ଜିନିୟର ପୁଅ ଓ କିନ୍ନର ବୋହୂ ଗିରଫ (ETV Bharat Odisha)
ସୂଚନା ଅନୁଯାୟୀ, ପେନସନ ଟଙ୍କା ଓ ସମ୍ପତ୍ତିକୁ ନେଇ ଗରିବ ବନ୍ଧୁ ଓ ପୁଅ ସନ୍ଦୀପ ପଣ୍ଡା ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା । ଗତ ୧୪ତାରିଖ ରାତିରେ ଏହିସବୁ କାରଣକୁ ନେଇ ସନ୍ଦୀପ ଓ ତା'ର କିନ୍ନର ସ୍ତ୍ରୀ ଶ୍ରୀୟା, ମଦ୍ୟପାନ କରି ବୃଦ୍ଧଙ୍କ ସହିତ ଗଣ୍ଡଗୋଳ କରିଥିଲେ । ଦୁହେଁ ରାଗରେ ଗରିବବନ୍ଧୁଙ୍କ ଉପରକୁ ଟେବୁଲ ଫ୍ୟାନ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ । ଏଥିରେ ଗୁରୁତର ଭାବେ ଆହତ ହୋଇପଡିଥିଲେ ବୃଦ୍ଧ ଜଣକ । ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା ।

ହେଲେ ବୃଦ୍ଧ ବାପା ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପୁଅ-ବୋହୂ ତାଙ୍କୁ ହସ୍ପିଟାଲକୁ ନେଇନଥିଲେ । ଦୁଇ ଦିନ ଯନ୍ତ୍ରଣାରେ ଘରେ ପଡି ରହିବା ପରେ ବୃଦ୍ଧ ଆଖି ବୁଜିଥିଲେ । ଏହାପରେ ସନ୍ଦୀପ ଓ ତା'ର କିନ୍ନର ସ୍ତ୍ରୀ ବାପାଙ୍କ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ୧୬ ତାରିଖ ପୂର୍ବାହ୍ନରେ ବ୍ରହ୍ମପୁର ‘ଏମକେସିଜି’ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଗରିବବନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣାର ରୂପ ଦେବାକୁ କରିଥିଲେ ପ୍ଲାନ:

ଏନେଇ ବ୍ରହ୍ମପୁର ଏସଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି,''ଅଭିଯୁକ୍ତ ଓ ତା'ର କିନ୍ନର ସ୍ତ୍ରୀ ବାପାର ପେନସନ ଟଙ୍କାରେ ଚଳୁଥିଲେ । ସେ ସବୁ ଟଙ୍କା ଖର୍ଚ୍ଚ କରିଦେଉଥିବାରୁ ବାପା ଗରିବବନ୍ଧୁ ବିରୋଧ କରୁଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ୧୪ ତାରିଖ ଦିନ ପୁଣିଥରେ ଭୀଷଣ ଗଣ୍ଡଗୋଳ ହୋଇଥିଲା । ଏହାପରେ ଅଭିଯୁକ୍ତ ଓ ତା' କିନ୍ନର ପତ୍ନୀ ତାଙ୍କ ଆକ୍ରମଣ କରିବା ସହ ଆଲମିରା ପକାଇ ଦେଇଥିଲେ । ହେଲେ ସେ ଗୁରୁତର ଆହତ ହୋଇଥିଲେ ହେଁ ତାଙ୍କୁ ଆଉ ହସ୍ପିଟାଲକୁ ନ ଆଣି ଘରେ ପକାଇ ରଖାଇଥିଲେ । ୧୬ ତାରିଖ ଦିନ ବୃଦ୍ଧ ଆଉ ହଲଚଲ ନହେବାରୁ ସେମାନେ ହସ୍ପିଟାଲକୁ ନେଇଥିଲେ ଓ ସେଠାରେ ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ । ଏହାପରେ ଅଭିଯୁକ୍ତ ଥାନାରେ ପହଞ୍ଚି ବାପା ଘରେ ପଡିଯାଇଥିବା କହିଥିଲେ । ହେଲେ ତଦନ୍ତ ପରେ ଏହା ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।''

  • ପୁଅ ଓ କିନ୍ନର ବୋହୂ ଗିରଫ:

ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ପହଞ୍ଚି ପଡୋଶୀଙ୍କୁ ପଚରାଉଚରା କରି ଖୋଳତାଡ କରିଥିଲା । ହେଲେ ମୃତ ବୃଦ୍ଧଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଦେହରେ ଏକାଧିକ କ୍ଷତ, ଛାତି ହାଡ ଭାଙ୍ଗିଥିବା ଜଣାପଡିବା ପରେ ପୋଲିସ ହାତରେ ପ୍ରକୃତ ସତ ଧରାପଡି ଯାଇଥିଲା । ଏହାପରେ ପୋଲିସ ଅଭିଯୁକ୍ତ ସନ୍ଦୀପ ଓ ତା'ର କିନ୍ନର ପତ୍ନୀ ଶ୍ରୀୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁହେଁ ବୃଦ୍ଧ ବାପାଙ୍କୁ ଆକ୍ରମଣ କରିବା ପରେ ଚିକିତ୍ସା ନକରାଇ ଘରେ ରଖିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଉଛି ।

  • ପୁଅ ଓ କିନ୍ନର ବୋହୂ ୩ ମାସ ହେଲା ବ୍ରହ୍ମପୁରରେ ରହୁଥିଲେ:

ଏହି ଘଟଣାର ଖୋଳତାଡ ପରେ ପୋଲିସକୁ ଆହୁରି ଅଧିକ ତଥ୍ୟ ମିଳିଛି । ଅଭିଯୁକ୍ତ ସନ୍ଦୀପ ପଣ୍ଡା ପୂର୍ବରୁ ମୁମ୍ବାଇରେ ଇଞ୍ଜିନିୟର ଭାବେ କାମ କରୁଥିଲା । ପାରିବାରିକ କହଳକୁ କେନ୍ଦ୍ର କରି ତା'ର ପ୍ରଥମ ପତ୍ନୀ ଓ ଝିଅ ଘର ଛାଡି ବାପା ଘରକୁ ଚାଲି ଯାଇଥିଲେ । ଏହାପରେ ସନ୍ଦୀପ ମହାରାଷ୍ଟ୍ରର କିନ୍ନର ଶ୍ରୀୟାକୁ ବିବାହ କରିଥିଲା । ଶ୍ରୀୟର ପ୍ରକୃତ ନାମ ଥିଲା ପ୍ରବୀଣ କୁମାର ଶର୍ମା ଓ ଘର ମହାରାଷ୍ଟ୍ର ଥାନେ ଜିଲ୍ଲାର ଶିବାଜୀନଗର ଅଞ୍ଚଳରେ । ବିବାହ ପରେ ଅଭିଯୁକ୍ତ ନିଜର କିନ୍ନର ପନ୍ତ୍ରୀକୁ ଆଣି ଘରେ ରଖିବା ଯୋଗୁଁ ଏହାକୁ ନେଇ ତା'ର ପରିବାର ବର୍ଗ ଓ ବନ୍ଧୁ ପରିଜନ ସହ ସେତେଟା ଭଲ ସମ୍ପର୍କ ନଥିଲା ବୋଲି କୁହାଯାଉଛି । ଦୁହେଁ ତିନି ମାସ ହେଲା ଗରିବ ବନ୍ଧୁଙ୍କ ପାଖରେ ଅଯୋଧ୍ୟ ନଗର ତୃତୀୟ ଲେନ ସ୍ଥିତ ଘରେ ରହୁଥିଲେ । ୨ ବର୍ଷ ପୂର୍ବେ ମୃତ ବୃଦ୍ଧଙ୍କ ପତ୍ନୀଙ୍କ ପରଲୋକ ହୋଇଥିବା ବେଳେ ତାଙ୍କର ଝିଅ ବିଦେଶରେ ରହୁଛନ୍ତି l

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 20, 2024, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.