ETV Bharat / state

ମମତା ମହାନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ; ମୁଖ୍ୟମନ୍ତ୍ରୀ ମୋହନ କହିଲେ ଦିଲ୍ଲୀରେ ସାଜିବେ ଓଡିଶାର ସ୍ୱର - Mamata elected to Rajya Sabha

author img

By ETV Bharat Odisha Team

Published : Aug 27, 2024, 4:10 PM IST

Updated : Aug 27, 2024, 10:39 PM IST

Mamata Mohanta elected to Rajya Sabha unopposed: ବିଧାନସଭାରେ ମମତା ମହାନ୍ତ । ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ସାର୍ଟିଫିକେଟ୍ ନେବାକୁ ପହଞ୍ଚିଛନ୍ତି ବିଧାନସଭା । ଅଧିକ ପଢନ୍ତୁ

Mamata Mohanta elected to Rajya Sabha
Mamata Mohanta elected to Rajya Sabha (ETV Bharat Odisha)

ଭୁବନେଶ୍ବର: ରାଜ୍ୟସଭାକୁ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ସାର୍ଟିଫିକେଟ୍ ନେବାକୁ ବିଧାନସଭାରେ ପହଞ୍ଚିଲେ ମମତା । ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମମତା ମହାନ୍ତ । ଆଜି (ମଙ୍ଗଳବାର) ରାଜ୍ୟସଭା ନିର୍ବାଚନରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ ଜଗନ୍ନାଥ ପ୍ରଧାନ । ବିଜେପିରୁ ମମତା ମହାନ୍ତ ନାମାଙ୍କନ ଦାଖଲ କରିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ । ଆଜି ସେ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଲା । କେବଳ ଔପଚାରିକ ଘୋଷଣା ବାକିଥିଲା । ତେବେ ଏବେ ଗ୍ରାଉଣ୍ଡରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ରହିଥିଲେ । ତେଣୁ ସେ ପୂର୍ବପରି ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଛନ୍ତି ।

ରାଜ୍ୟସଭା ସାଂସଦ ଭାବେ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ । ଜଗନ୍ନାଥ ପ୍ରଧାନ ଓହରିଯିବା ପରେ ନିର୍ବାଚିତ ହେଲେ ମମତା । ନିର୍ବାଚିତ ହେବା ପରେ ସାର୍ଟିଫିକେଟ ଗ୍ରହଣ କଲେ ମମତା । ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସାର୍ଟିଫିକେଟ ନେଲେ । ଏପଟେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମମତା ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମମତା ମହାନ୍ତ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ମମତା ମହାନ୍ତ (ETV Bharat Odisha)

ଏହା ବି ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ, କହିଲେ ଦଳ ନିର୍ଦ୍ଦେଶ ଦେଇଥିଲା - Jagannath Pradhan nomination

ପ୍ରାର୍ଥିତ୍ବ ପ୍ରତ୍ୟାହାର କରିବା ପରେ ଜଗନ୍ନାଥ କହିଥିଲେ, "ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ, ଦଳ ମୋତେ ଯାହା ନିର୍ଦ୍ଦେଶ ଦେଇଥିଲା ତାହା ମୁଁ କରିଥିଲି ,ଆଜି ଯେତେବେଳେ ଦଳ ମୋତେ ନିର୍ଦ୍ଦେଶ ଦେଲା ମୁଁ ପ୍ରତ୍ୟାହାର କଲି ।’’ ଯେଉଁଦିନ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ, ସେଦିନ ବିଜେପିର ବହୁ ବିଧାୟକ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏଥିରୁ ସ୍ପଷ୍ଟ ହେଉଥଲା ଜଗନ୍ନାଥ ଦଳର ଇଙ୍ଗୀତରେ ହିଁ ନାମାଙ୍କନ ଭରିଥିଲେ ।

ଏହା ବି ପଢନ୍ତୁ- ରାଜ୍ୟସଭା ନିର୍ବାଚନ: ବିଜେପିରୁ ମମତା ମହାନ୍ତ, ସ୍ବାଧୀନ ଭାବେ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ - Mamata Mahant files nomination

ଏପଟେ ଜଗନ୍ନାଥଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ବିଜେଡି ରଖିଥିଲା ପ୍ରତିକ୍ରିୟା । ରାଜ୍ୟସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନେଇ ବିଜେଡିର ପ୍ରତିକ୍ରିୟା ବିଜେପିରେ ଅନ୍ତଃକନ୍ଦଳ ଅଛି । ଫାଟ ସ୍ପଷ୍ଟ ଦିଶୁଛି । ତେଣୁ ଦୁଇ ଜଣ ପ୍ରାର୍ଥୀଙ୍କୁ ନମାନଙ୍କନ କଲେ । ଏବେ ପ୍ୟାଚ ପକାଇଲେ । ସେମାନଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଓ ତାଳମେଳର ଅଭିବ ଅଛି ବୋଲି କହିଥିଲେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ।

ଜଗନ୍ନାଥ ଡ଼ମି ପ୍ରାର୍ଥୀ ଥିଲେ ବିଜେପି-

ଜଗନ୍ନାଥ ପ୍ରଧାନ ଡମୀ ପ୍ରାର୍ଥୀ ଥିଲେ ବୋଲି କହିଲେ ବିଜେପି ବିଧାୟକ ଅଶୋକ ମହାନ୍ତି । ସେ ପୁଣି କହିଛନ୍ତି, "କେହି ଶିଶୁପାଳ ହୋଇ ନାହାନ୍ତି । ଏହା ଦଳୀୟ ନିଷ୍ପତ୍ତି ଥିଲା । ଯେହେତୁ ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତଙ୍କୁ କରାଯାଇଥିଲା, ତାଙ୍କ ଡମି କ୍ୟାଣ୍ଡିଡେଟ ଭାବେ ଜଗନ୍ନାଥଙ୍କୁ ନମାନଙ୍କନ କରାଯାଇଥିଲା । ଦଳୀୟ ନିଷ୍ପତ୍ତି ମାନିକି ସେ ପ୍ରତ୍ୟାହାର କଲେ । ଜଣେ ପ୍ରାର୍ଥୀ ରହିବେ ।" ରାଜ୍ୟରେ ଏବେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ନିକଟରେ 78 ଜଣ ସଦସ୍ୟ ଥିବାରୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ଜିତିଛନ୍ତି ।

21ରେ ଜଗନ୍ନାଥ ଏବଂ ମମତା କରିଥିଲେ ନାମାଙ୍କନ-

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମମତା ମହାନ୍ତ ଗତ 21 ତାରିଖରେ ନାମାଙ୍କନ ଦାଖଲ କରିଥିଲେ । ରାଜ୍ୟସଭା ପଦରୁ ଓ ବିଜେଡିରୁ ଇସ୍ତଫା ଦେଇ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ତାଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ଏକମାତ୍ର ଆସନରେ ରାଜ୍ୟସଭା ନିର୍ବାଚନ ହୋଇଥିଲା । ସେପଟେ ସ୍ବାଧୀନ ଭାବେ ମଧ୍ୟ ଜଗନ୍ନାଥ ପ୍ରଧାନ ମଧ୍ୟ ସେହିଦିନ ନାମାଙ୍କନ ଦାଖଲ କରିଥିଲେ ।

୯ଟି ରାଜ୍ୟର ୧୨ଟି ଆସନ ପାଇଁ ନିର୍ବାଚନ ହେଉଛି -

ଦେଶର ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଉପନିର୍ବାଚନ ହେବାକୁ ଥିବା ବେଳେ ଅଗଷ୍ଟ ୧୪ ତାରିଖରୁ ନାମାଙ୍କନ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Last Updated : Aug 27, 2024, 10:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.