ETV Bharat / state

ମତଦାନ ପାଇଁ ମାଲକାନଗିରିରେ ଜୋରଦାର ପ୍ରସ୍ତୁତି, ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଜିଲ୍ଲାପାଳଙ୍କ ଅପିଲ - odisha assembly election

author img

By ETV Bharat Odisha Team

Published : May 11, 2024, 2:37 PM IST

Election Preparation: ନିର୍ବାଚନ ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ । ବିପୁଳ ମାତ୍ରାରେ ଭୋଟ ଦେବାକୁ ଆହ୍ବାନ । ଅଧିକ ପଢନ୍ତୁ

MALKANGIRI COLLECTOR PRESS MEET
MALKANGIRI COLLECTOR PRESS MEET (ETV BHARAT ODISHA)

ମାଲକାନଗିରି: ଆସନ୍ତା ସୋମବାର ମାଲକାନଗିରି ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ । ବିପୁଳ ମାତ୍ରାରେ ଭୋଟ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାବାସୀଙ୍କୁ ଆହ୍ବାନ ଦେଲେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ ପାୱାର । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି। ଏହି ଭୋଟରଙ୍କ ନିମନ୍ତେ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୩୦ ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ସେହିପରି ଭିନ୍ନକ୍ଷମଙ୍କ ନିମନ୍ତେ ୨ ଗୋଟି ବୁଥ୍ ବ୍ୟବସ୍ଥା କରାଯାଇଛି। ୧୦ ଟି ୟୁଥ୍ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ୩୦ ବର୍ଷରୁ କମ୍ ଅଧିକାରୀ ତଥା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ କେନ୍ଦ୍ରମନ୍ତ୍ରୀ - lok sabha election 2024

ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ, ଭିନ୍ନକ୍ଷମ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ବ୍ୟବସ୍ଥା, ଜଳଛତ୍ର, ପର୍ଯ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବୁଥ୍ ରେ ନିର୍ବାଚନରେ ନିୟୋଜିତ ଅଧିକାରୀ ତଥା ମତଦାତାଙ୍କୁ ସହାୟତା ନିମନ୍ତେ ଦୁଇ ଜଣ ଲେଖାଏଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡ଼ାକଡ଼ି କରାଯାଇଛି । ଜିଲ୍ଲାରେ ୧୧୪ଟି ସମ୍ବେଦନଶୀଳ ବୁଥ୍ ରହିଥିବା କଥା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଅତ୍ୟଧିକ ଖରା ହେଉଥିବା ହେତୁ ଭୋଟର ମାନଙ୍କୁ ଯଥା ସମ୍ଭବ ଖରା କମ୍ ରହୁଥିବା ସମୟରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୭ରୁ ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ସକାଳ ୭ରୁ ୫ ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିପରି ସ୍ବାଭିମାନ ଅଞ୍ଚଳ ପାଇଁ ମଧ୍ଯ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି, ମାଲକାନଗିରି ଜିଲ୍ଲା ଅତ୍ୟଧିକ ଖରା ହେଉଥିବା ହେତୁ ଭୋଟର ମାନଙ୍କୁ ଯଥା ସମ୍ଭବ ଖରା କମ୍ ରହୁଥିବା ସମୟରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୭ରୁ ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ସକାଳ ୭ରୁ ୫ ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିପରି ସ୍ବାଭିମାନ ଅଞ୍ଚଳ ପାଇଁ ମଧ୍ଯ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ପ୍ରଥମ ଥର ପାଇଁ ସ୍ବାଭିମାନ ଅଞ୍ଚଳରେ ସାଧାରଣ ନିର୍ବାଚନ ହେଉଛି । ଏହି ଅଞ୍ଚଳର ଯନ୍ତ୍ରୀ ଓ ସନ୍ୟାସୀଗୁଡା ଠାରେ ମତଦାନ କେନ୍ଦ୍ର କରାଯାଇଛି। ପୋଲିଂ ଅଧିକାରୀଙ୍କ ଯାତାୟାତର ମଧ୍ଯ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଯେହେତୁ ମାଲକାନଗିରି ଜିଲ୍ଲା ଅନ୍ୟ ରାଜ୍ୟ ସୀମା ସହ ସଂଲଗ୍ନ ରହିଛି ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସୀମା ସୁରକ୍ଷା ବାହିନୀ ଏଥି ନିମନ୍ତେ ମୁତୟନ ଅଛନ୍ତି ଏବଂ ସେମାନେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସଜାଗ ଅଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.