ETV Bharat / state

Male to Female Surgery: ପୁଅ ପାଲଟିଗଲେ ଝିଅ; ଅଜୟ ବନିଲେ ରିଙ୍କି, ଜାଣନ୍ତୁ ଏହା ପଛର କାରଣ ? - Boy Changed Gender

author img

By ETV Bharat Odisha Team

Published : Aug 30, 2024, 12:36 PM IST

Updated : Aug 30, 2024, 3:08 PM IST

Boy Changed Gender: ପୁଅ ବନିଲେ ଝିଅ । ବାଲେଶ୍ବରର ଅଜୟ ଅସ୍ତ୍ରୋପଚାର କରି ଯୁବକରୁ ହୋଇଛନ୍ତି ଯୁବତୀ। କାହିଁକି ସେ ଏପରି କଲେ , କଣ ରହିଛି ଏହା ପଛର କାରଣ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

BOY CHANGED GENDER
BOY CHANGED GENDER (Etv Bharat)

ବାଲେଶ୍ବର: ଶରୀର ପୁରୁଷ କିନ୍ତୁ ମନ ନାରୀ । ପୁରୁଷ ପୋଷାକ ସିନା ପରିଧାନ କରୁଥିଲେ କିନ୍ତୁ ମହିଳାଙ୍କ ପରି ଥିଲା ଆଚରଣ । ଶେଷରେ ଟାହି ଟାପରାକୁ ଖାତିର ନକରି ପୁଅରୁ ଝିଅ ବନି ଗଲେ ବାଲେଶ୍ବରର ଯୁବକ । ଅସ୍ତ୍ରୋପଚାର ଜରିଆରେ ଏବେ ସେ ଅଜୟ ବାରିକରୁ ରିଙ୍କି ବାରିକ ବନିଯାଇଛନ୍ତି । ଝିଅଙ୍କ ପରି ସଜେଇ ହୋଇ ଶାଢୀ ପରିଧାନ କରୁଛନ୍ତି । ନିଜକୁ ଝିଅ ରୂପରେ ଦେଖି ରିଙ୍କିଙ୍କ ଖୁସି କହିଲେ ନସରେ । ପୁଅରୁ ଝିଅ ହେବା ପରେ ପରିଚୟ ପତ୍ରରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ରିଙ୍କି କଲିକତାର ଏକ ମେଡିସିନ ଦୋକାନରେ ବର୍ତ୍ତମାନ କାମ କରୁଛନ୍ତି ।

BOY CHANGED GENDER (BOY CHANGED GENDER)

କେମିତି ଅଜୟରୁ ହେଲେ ରିଙ୍କି: ଜଳେଶ୍ବର ବ୍ଲକ ଅନ୍ତର୍ଗତ ନମକାନା ଗ୍ରାମର ରବିନ୍ଦ୍ର ବାରିକଙ୍କ ତିନି ପୁଅ ଙ୍କ ମଧ୍ୟରୁ ମଝିଆଁ ପୁଅ ହେଉଛନ୍ତି ଅଜୟ ବାରିକ। ପାଠପଢା ଶେଷ ହେବା ପରେ କଲିକତାରେ ରହି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତାଙ୍କ ଶରୀରରେ ନାରୀ ହରମୋନ ବଢିବା ଯୋଗୁଁ ଡାକ୍ତରଙ୍କ ପରାମର୍ଶ ନେଇ ସମ୍ପୂର୍ଣ୍ଣ ନାରୀ ହେବାକୁ ନିଷ୍ପତ୍ତି ନେଇଥିଲେ। 2022 ମସିହା ଡିସେମ୍ବର ମାସରେ ଦିଲ୍ଲୀ ସ୍ଥିତ ଓଲମେକ୍ ହସ୍ପିଟାଲର ଡାକ୍ତର ନରେନ୍ଦ୍ର କୌଶିକଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର କରାଇ ଥିଲେ ଅଜୟ। ସମସ୍ତ ପରୀକ୍ଷା ନିରିକ୍ଷା ପରେ ବିଶେଷଜ୍ଞ ଡାକ୍ତରୀ ଟିମଙ୍କ ଦ୍ବାରା ଅନେକ ପ୍ରକାର ସର୍ଜରୀ କରାଯାଇଥିଲା । 6 ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ସେ ଅଜୟ ବାରିକରୁ ରିଙ୍କି ବାରିକର ପରିଚୟ ପାଇ ଥିଲେ।

BOY CHANGED GENDER
BOY CHANGED GENDER (Etv Bharat)

ପିଲା ଦିନକୁ ଝିଅଙ୍କ ପରି ରହିଥିଲା ରିଙ୍କିଙ୍କ ଆଚରଣ: ଏନେଇ ରିଙ୍କି ବାରିକ କହିଛନ୍ତି, ''ଛୋଟ ଜିନରୁ ବାପା ମାଆ ମୋତେ କହୁଥିଲେ ତୁ କାହିଁକି ଝିଅ ପରି ହେଉଛି । ସ୍କୁଲରେ ସମସ୍ତେ ମାଇଚିଆ ବୋଲି କହୁଥିଲେ। ଝିଅର ଆଚରଣ ମୋ ନିକଟରେ ଅଧିକ ଥିଲା। ଡାକ୍ତରଙ୍କ ପରାମର୍ଶ ନେବା ପରେ ମୋ ଶରୀରରେ ନାରୀ ହରମୋନ ଥିବା ଜାଣିବାକୁ ପାଇଥିଲି। ଯେତେ ଔଷଧ ଖାଇଲେ ବି ଏଥିରେ ସୁଧାର ଆସିବ ନାହିଁ ବୋଲି ଡାକ୍ତର କହିଥିଲେ । ଏହାପରେ ମୁଁ ପୁଅରୁ ଝିଅ ହେବାର ନିଷ୍ପତ୍ତି ନେଇଥିଲି ।''

BOY CHANGED GENDER
BOY CHANGED GENDER (Etv Bharat)

ଏହା ମଧ୍ୟ ପଢନ୍ତୁ-ଏମିତି ବି ପ୍ରେମ: ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ, ବାହା ହେବାକୁ ମନା କଲେ ପ୍ରେମିକା

କେମିତି ପୁଅରୁ ଝିଅ ବନିଲେ ? ସେ ଆହୁରି ମଧ୍ୟ କହିଛନ୍ତି, '' ଝିଅ ହେବା ପାଇଁ ଶରୀରରେ ନାରୀର ହରମୋନ ବୃଦ୍ଧି କରାଇଥିଲି । ଶରୀରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା। ଝିଅଙ୍କ ଭଳି କେଶ ଠାରୁ ଆରମ୍ଭ କରି ସବୁକିଛିରେ ପରିବର୍ତ୍ତନ ଆସିଥିଲା । ଏହାପରେ ଡାକ୍ତର କହିଲେ ଯେ ତୁମେ ଏବେ ସର୍ଜରି କରି ପାରିବ। ତା ପରେ ମୁଁ ନିଷ୍ପତ୍ତି ନେଲି ଯେ ଦିଲ୍ଲୀରେ ଥିବା ଜଣେ ବଡ ଡାକ୍ତର ନରେନ୍ଦ୍ର କୌଶିକଙ୍କ ସହ ଯୋଗାଯୋଗ କରିଥିଲି। ଅଲମେକ ହସ୍ପିଟାଲରେ ମୋର 6 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ରାୟ ଏକ ମାସ ଭିତରେ ମୋ ଶରୀର ସମ୍ପୂର୍ଣ ଭାବେ ପରିବର୍ତ୍ତନ ହୋଇଥିଲା ।

BOY CHANGED GENDER
BOY CHANGED GENDER (Etv Bharat)

ନାରୀ ସୁରକ୍ଷା ନେଇ ବାର୍ତ୍ତା: କଲିକତାର ଏକ ମେଡ଼ିସିନ ଦୋକାନରେ ବର୍ତ୍ତମାନ ଚାକିରି କରୁଛନ୍ତି ରିଙ୍କି। ପୁଅରୁ ଝିଅ ବନିବା ପରେ ସମସ୍ତେ ନାରୀ ମାନଙ୍କୁ ଉଚିତ ସମ୍ମାନ ଦିଅନ୍ତୁ ବୋଲି ସେ କହିଛନ୍ତି । ଝିଅ ପିଲାଟିଏ ଜନ୍ମ ହେଲା ବେଳକୁ ତାକୁ ଫୋପାଡ଼ି ଦେଉଛନ୍ତି, ସେମିତି କେହି କରନ୍ତୁ ନାହିଁ। ନାରୀ ନିର୍ଯ୍ୟାତନା ନହେଉ, ଉଚିତ ସମ୍ମାନ ଦେବାକୁ ରିଙ୍କି କହିଛନ୍ତି ।

BOY CHANGED GENDER
BOY CHANGED GENDER (Etv Bharat)

ଇଟିଭି ଭାରତ, ବାଲେଶ୍ବର

Last Updated : Aug 30, 2024, 3:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.