ETV Bharat / state

ରାଜ୍ୟରେ ବଢୁଛି ମ୍ୟାଲେରିଆ, ରାୟଗଡାରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ! ସଚେତନ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ - Student dies of malaria

author img

By ETV Bharat Odisha Team

Published : Aug 3, 2024, 5:43 PM IST

Suspected Malaria death in Rayagada: ରାୟଗଡାରେ ଜଣେ ସନ୍ଦିଗ୍ଧ ମ୍ୟାଲେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ୧୦ ବର୍ଷର ଚତୁର୍ଥ ଶ୍ରେଣୀ ଛାତ୍ର । ସ୍କୁଲରେ ଜ୍ବର ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପଢନ୍ତୁ ପୁରା ଖବର

ରାଜ୍ୟରେ ବଢୁଛି ମ୍ୟାଲେରିଆ, ରାୟଗଡାରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ !
ରାଜ୍ୟରେ ବଢୁଛି ମ୍ୟାଲେରିଆ, ରାୟଗଡାରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ! (ETV Bharat Odisha)

ରାୟଗଡ଼ା/ଭୁବନେଶ୍ବର: ରାଜ୍ୟରେ ବ୍ୟାପୁଛି ଡେଙ୍ଗୁ, ମ୍ୟାଲେରିଆ । ବିଶେଷକରି ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି । ଏବେ ରାୟଗଡାରେ ଜଣେ ସନ୍ଦିଗ୍ଧ ମ୍ୟାଲେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ କୋଲନରା ବ୍ଲକ ଅନ୍ତର୍ଗତ ଭୋଇମଡ଼ା ଆଶ୍ରମ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର । ନାମ ଜାକସନ ମାଣ୍ଡାଙ୍ଗି (୧୦) । ତାଙ୍କୁ ସ୍କୁଲରେ ଜ୍ବର ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ଛାତ୍ରଙ୍କୁ ରାୟଗଡା ହସ୍ପିଟାଲ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଗୁରୁବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ବଢୁଛି ମ୍ୟାଲେରିଆ (ETV Bharat Odisha)

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ:

ତେବେ ହଷ୍ଟେଲରେ ରହିବା ସମୟରେ ଚିକିତ୍ସା କରାନଯିବାରୁ ଜାକ୍‌ସନଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ ପାଇଁ କୋଲନରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

ପ୍ରତିକ୍ରିୟା ରଖିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ:

ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ''ଛାତ୍ରଙ୍କୁ ସ୍କୁଲରେ ଜ୍ବର ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମ କରି PHCରେ ଭର୍ତ୍ତି କରିଥିଲେ । ସେଠି ଜ୍ବର ଠିକ ନହେବାରୁ, ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତା' ପରେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିଲା । ପିଲାଟି ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ଏ ଯାଏଁ ରିପୋର୍ଟ ଆସିନାହିଁ ।''

ଏହା ମଧ୍ୟ ପଢନ୍ତୁ: ଡ଼ରାଉଛି ଡେଙ୍ଗୁ-ମ୍ୟାଲେରିଆ, ନୟାଗଡ଼-ବୌଦ୍ଧରେ ସ୍ଥିତି ଅଣାୟତ୍ତ ! - malaria and dengue cases rising

ଚାଲିଛି ଅନୁଧ୍ୟାନ:

ସେ ଆହୁରି ମଧ୍ୟ କହିଛନ୍ତି, ‘ସେହି ସ୍କୁଲରେ ଅନ୍ୟ ଜ୍ବର ମାମଲା ଦେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ରାୟଗଡା CDMOଙ୍କ ସହ କଥା ହୋଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଆଦିବାସୀ ବିକାଶ ବିଭାଗ ସହିତ ଆଲୋଚନା କରାଯାଇଛି । ମଶାରୀ ବ୍ୟବହାର ପାଇଁ ANMଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମ୍ପୃକ୍ତ ଛାତ୍ରଙ୍କୁ କେମିତି ଜ୍ବର ହେଲା ଜଣାପଡି ନାହିଁ । ସ୍କୁଲ ହଷ୍ଟେଲରେ ମଶାରୀ ଟଣା ହେଉଥିଲା ନା ନାହିଁ, ଆମେ ଅନୁଧ୍ୟାନ କରୁଛୁ’ ।

ମ୍ୟାଲେରିଆ ଏବଂ ଡେଙ୍ଗୁକୁ ନେଇ ସଚେତନତା ନିର୍ଦ୍ଦେଶ:

ମ୍ୟାଲେରିଆ ଓ ଡେଙ୍ଗୁ ନେଇ ସରକାରଙ୍କ ସମସ୍ତ ବିଭାଗକୁ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାସ୍ ସ୍କୁଲ ଛାତ୍ରଛାତ୍ରୀ ଏବଂ ପ୍ରଧାନ ଶିକ୍ଷକଙ୍କୁ ବିଶେଷ ସଚେତନ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ପିଲାମାନେ ହଷ୍ଟେଲରେ ରହୁଛନ୍ତି ମଶାରୀ ଟାଙ୍ଗିବେ । ସ୍କୁଲ କର୍ତ୍ତୃପକ୍ଷ ଏହାର ତଦାରଖ କରିବେ । ହଷ୍ଟେଲରେ ନିୟମିତ ମଶା ଧୂଆଁ ଦିଆଯିବ । ପ୍ରଧାନ ଶିକ୍ଷକ ପିଲାମାନଙ୍କୁ ଡେଙ୍ଗୁ ବାବଦରେ ସଚେତନ କରିବେ ।

ପାଣିର ମାନ ଯାଞ୍ଚ ହେବ:

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, "ବିଭିନ୍ନ ମାର୍ଗଦର୍ଶିକା ସବୁ ବିଭାଗ ପାଇଁ ଜାରି ହୋଇଛି । ଋତୁ ପରିବର୍ତ୍ତନ ପାଇଁ ବି ଝାଡାବାନ୍ତି ହୁଏ । ମାଥିଲିରେ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଉପରେ ନଜର ରହିଛି । ବିଶେଷକରି ଏହି ଦିନରେ ଖାଦ୍ୟ ଓ ପାଣି ଉପରେ ଅଧିକ ସଚେତନ ହେବା କଥା । ସ୍କୁଲ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବିଶୁଦ୍ଧ ପାଣି ବ୍ୟବହାର ହେବା ଆବଶ୍ୟକ । ସବୁ ସ୍ଥାନରେ ପାଣିର ମାନ ଯାଞ୍ଚ କରାଯିବ ।''

ଇଟିଭି ଭାରତ, ରାୟଗଡ଼ା/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.