ETV Bharat / state

କମୁଛି ମହେନ୍ଦ୍ରତନୟା ନଦୀର ଜଳସ୍ତର, ବର୍ଷା ନହେଲେ ପାରଳାଖେମୁଣ୍ଡିରେ ଦେଖା ଦେବ ଜଳସଙ୍କଟ

author img

By ETV Bharat Odisha Team

Published : Mar 16, 2024, 6:01 PM IST

Mahendratanaya River Water Level Dropped: କମୁଛି ମହେନ୍ଦ୍ରତନୟା ନଦୀର ଜଳସ୍ତର । ପାରଳାଖେମୁଣ୍ଡିରେ ଦେଖା ଦେଇପାରେ ଜଳ ସଙ୍କଟ । ଅଧିକ ପଢନ୍ତୁ

Etv Bharat
Etv Bharat
Mahendratanaya River

ଗଜପତି: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମଋତୁ । ଅନେକ ସ୍ଥାନରେ ଜଳସଙ୍କଟ ମଧ୍ୟ ଦେଖା ଦେଲାଣି । ଆଗାମୀ ଦିନରେ ପାରଳାଖେମୁଣ୍ଡି ସହରରେ ଜଳ ସମସ୍ୟା ଉତ୍କଟ ହେବ ବୋଲି ଆଶଙ୍କା ରହିଛି । ବର୍ତ୍ତମାନ ମହେନ୍ଦ୍ରତନୟା ନଦୀର ଜଳସ୍ତର ଦେଖିଲେ ଏଭଳି କିଛି ବାରି ହେଉଛି । ଅନେକ ଦିନ ହେଲା ପାରଳାଖେମୁଣ୍ଡି କିମ୍ବା ମହେନ୍ଦ୍ରତନୟା ଅବବାହିକାରେ ବର୍ଷା ହୋଇନାହିଁ । ତେଣୁ ଆଗାମୀ ଦିନରେ ବର୍ଷା ନହେଲେ ଜଳସଙ୍କଟ ଦେଖା ଦେବ ବୋଲି କହିଛନ୍ତି ବିଭାଗୀୟ ସହକାରୀ ଯନ୍ତ୍ରୀ । ସେପଟେ ଜଳସଙ୍କଟକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଉଥିବା ଜନସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ କହିଛନ୍ତି ।

ପାରଳାଖମୁଣ୍ଡି ସହର ସମେତ ଆଖପାଖ ଗ୍ରାମଞ୍ଚଳର ଗାଁ ମହେନ୍ଦ୍ର ତନୟା ନଦୀ ଜଳ ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଏହି ପାଣି ଧିରେ ଧିରେ ଶୁଖୁବାକୁ ଲାଗିଲାଣି । କିଛି ଜାଗାରେ ନଦୀର ମଧ୍ୟ ଭାଗରେ ପଙ୍କ କାଦୁଅ ଭାସୁଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଖରା ବଢିବା ସହ ଅସହ୍ୟ ତାତି ଅନୁଭୂତ ହେଲାଣି । ତାତି ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେବଳ ନଦୀ ନୁହେଁ, ସହରର ଜଳସ୍ତରକୁ ପରିଚାଳନା କରୁଥିବା ସମସ୍ତ ସାଗର ମଧ୍ୟ ପଙ୍କ କାଦୁଅରେ ବୁଡି ରହିଛି । ସହରର ଦୁଇ ପାର୍ଶ୍ବରେ ଥିବା ଉଭୟ ରାମ ସାଗର ଏବଂ ସୀତା ସାଗରର ଜଳସ୍ତର ହ୍ରାସ ପାଇଛି । ତେଣୁ ବର୍ତ୍ତମାନ ରହିଥିବା ଜଳକୁ ସଂରକ୍ଷଣ ନକଲେ ଚଳିତ ବର୍ଷ ଖରା ଦିନରେ ଲୋକେ ଜଳ ଟୋପାଏ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏ ଦିଗରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସହରର ଜଳ ସମସ୍ୟା ଆଗମୀ ଦିନରେ ଉତ୍କଟ ହେବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସ୍ବାକାର କରିଛଠନ୍ତି । ନଦୀର ଜଳସ୍ତର ହ୍ରାସ ପାଇଥିବା ବେଳେ ସାଗରମାନଙ୍କରେ ମଧ୍ୟ ଜଳସ୍ତର ହ୍ରାସ ପାଇଛି । ଏ ସଂପର୍କରେ ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇ ଜଳ ସଂରକ୍ଷଣ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି । ଜଳ ସଙ୍କଟ ଦେଖାଦେଲେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯିବ ବୋଲି ସେ କହିଛନ୍ତି ।

ଗତ ପ୍ରାୟ 8ମାସ ହେଲା ବର୍ଷା ନଥିବା ବେଳେ ଜଳ ସଂରକ୍ଷଣ କରିବା ପରିବର୍ତ୍ତେ ପ୍ରଶାସନ ସମସ୍ତ ଜଳାଶୟକୁ ଶୁଖିଲା ପକାଇଛି । ତେଣୁ ଆଗାମୀ ଦିନରେ ଦେଖାଦେବାକୁ ଥିବା ଜଳ ସଙ୍କଟର ମୁକାବିଲା କିଭଳି କରାଯାଉଛି ତାହା ଉରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.