ETV Bharat / state

ରାଜ୍ୟ ସଂଗ୍ରହାଳୟରେ ମହାତ୍ମାଗାନ୍ଧୀ ଗ୍ୟାଲେରୀ ଉଦଘାଟିତ; ମିଳିବ ଗାନ୍ଧିଜୀଙ୍କ ଓଡିଶା ଗସ୍ତର ସମସ୍ତ ତଥ୍ୟ

Mahatma Gandhi Special Memoir Gallery At State Museum : ଗାନ୍ଧିଜୀଙ୍କ ତିରୋଧାନ ଦିବସରେ ଓଡିଶା ରାଜ୍ୟ ସଂଗ୍ରହାଳୟରେ ଉନ୍ମୋଚିତ ହେଲା ମହାତ୍ମାଗାନ୍ଧୀ ଗ୍ୟାଲେରୀ । କେବଳ ସ୍କ୍ରିନ ଉପରେ ୱାନ କ୍ଲିକରେ ଦର୍ଶକଙ୍କୁ ମିଳିବ ଗାନ୍ଧିଜୀଙ୍କ ଓଡିଶା ଗସ୍ତର ସବିଶେଷ ତଥ୍ୟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 30, 2024, 10:18 PM IST

ରାଜ୍ୟ ସଂଗ୍ରହାଳୟରେ ମହାତ୍ମାଗାନ୍ଧୀ ଗ୍ୟାଲେରୀ ଉଦଘାଟିତ ; ମିଳିବ ଗାନ୍ଧିଜୀଙ୍କ ଓଡିଶା ଗସ୍ତର ସମସ୍ତ ତଥ୍ୟ

ଭୁବନେଶ୍ବର : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ଏହି ଦିବସକୁ ସାରାଦେଶରେ ସହିଦ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଆଜି ଓଡିଶା ରାଜ୍ୟ ସଂଗ୍ରହାଳୟରେ ଉଦଘାଟିତ ହୋଇଛି ମହାତ୍ମାଗାନ୍ଧୀ ଗ୍ୟାଲେରୀ । ଏଣିକି ଡିଜିଟାଲ୍ ପ୍ଲାଟଫର୍ମରେ କେବଳ ୱାନ କ୍ଲିକରେ ଦର୍ଶକଙ୍କୁ ମିଳିବ ଗାନ୍ଧିଜୀଙ୍କ ଓଡିଶା ଗସ୍ତର ସବିଶେଷ ତଥ୍ୟ । ମହାତ୍ମା ଗାନ୍ଧୀ ଓଡିଶାକୁ କେତେ ଥର ଆସିଥିଲେ , କେଉଁଠିକୁ ଆସିଥିଲେ ଓ କଣ ରହିଥିଲା ତାଙ୍କ ବକ୍ତବ୍ୟ , ସେସମସ୍ତ ତଥ୍ୟ ଏହି ଗ୍ୟାଲେରୀରେ ପାଇ ପାରିବେ । ଗାନ୍ଧିଜୀ ଓଡିଶାକୁ ୮ ଥର ଗସ୍ତରେ ଆସିଥିବା ବେଳେ ଟଚସ୍କ୍ରିନ ଜରିଆରେ ପ୍ରତ୍ୟେକ ଗସ୍ତର ତଥ୍ୟ ମିଳିପାରିବ । ନୂତନ ମହାତ୍ମାଗାନ୍ଧୀ ଗ୍ୟାଲେରୀକୁ ଉଦଘାଟନ କରିଛନ୍ତି ଛୋଟଛୋଟ ସ୍କୁଲ ଛାତ୍ରଛାତ୍ରୀ ମାନେ । ସେପଟେ ଗ୍ୟାଲେରୀରେ ମ୍ୟୁରାଲ୍ ଆର୍ଟ ସାଙ୍ଗକୁ ଚଳଚ୍ଚିତ୍ର ବିଶେଷ ଆକର୍ଷିତ କରୁଛି । ମହାତ୍ମାଗାନ୍ଧୀଙ୍କ ପାଦପଦ୍ମ ଓଡିଶା ମାଟିରେ ଯେଉଁ ଅଞ୍ଚଳ ଓ ସ୍ଥାନରେ ପଡିଛି ତାହା ଏବେ ଇତିହାସ ପାଲଟିଛି ।

ତେବେ ୧୯୨୧ ମସିହାରେ ଗାନ୍ଧୀଙ୍କର ପ୍ରଥମ ଗସ୍ତରେ କଟକର କାଠ ଯୋଡି ନଦୀ ଶଯ୍ୟାରେ ଆୟୋଜିତ ହୋଇଥିଲା ସାଧାରଣ ସଭା । ଗାନ୍ଧୀଜୀଙ୍କ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ କସ୍ତୁରବା ଗାନ୍ଧୀ ମଞ୍ଚାସିନ ହୋଇଥିଲେ । ୧୯୨୫ ମସିହାରେ ଦ୍ବିତୀୟ ଗସ୍ତରେ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରିବାକୁ ଆସଥିଲେ । ୧୯୨୭ ମସିହାରେ ଗାନ୍ଧୀଜୀ ବୋଲଗଡ ବଙ୍ଗଳାରେ ଲୋକମାନଙ୍କ ଆଲୋଚନା କରିଥିଲେ । ୧୯୨୮ ଚତୁର୍ଥଗସ୍ତରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଗାନ୍ଧିଜୀ, ୧୯୩୪ ପଞ୍ଚମ ଗସ୍ତରେ ଶୀ ଜଗନ୍ନାଥ ମନ୍ଦିରକୁ ଗାନ୍ଧୀଜୀଙ୍କ ପଦଯାତ୍ରା , ଷଷ୍ଠ ଗସ୍ତରେ ସହଯୋଗୀଙ୍କ ସହ ବାରିକପୁର କ୍ରସିଂରେ ଗାନ୍ଧୀଜୀ, ୧୯୩୮ ସପ୍ତମ ଗସ୍ତରେ ଗାନ୍ଧୀଜୀ ଡେଲାଙ୍ଗରେ ଖଦି ଏବଂ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀକୁ ଉଦଘାଟନ କରିବା, ୧୯୪୬ ମସିହା ଅଷ୍ଟମ ଗସ୍ତରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଏକ ସାଧାରଣ ସଭାର ଚିତ୍ର । ଏ ସମସ୍ତ ଚିତ୍ର ସ୍ଥାନ ପାଇଛି ଓଡିଶାରେ ଗାନ୍ଧି ନୂତନ ଗ୍ୟାଲେରୀରେ । ଏହି ଗ୍ୟାଲେରୀରେ ଗାନ୍ଧୀଜୀଙ୍କ ଓଡିଶା ଗସ୍ତର ଆଠଟି ମ୍ୟୁରାଲ୍ ପେଣ୍ଟିଂ ରହିଥିବା ବେଳେ ମୁଖ୍ୟ ଆକର୍ଷଣ ପାଲିଟିଛି କାଦୁଅ ଆଶ୍ରମର ଅବିକଳ ପ୍ରତିକୃତି , ଅରଟ ଓ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ।

ଏହା ମଧ୍ୟ ପଢନ୍ତୁ ... ଜନତା ମଇଦାନରେ ସାମୟିକ ସଂଗ୍ରାହଳୟ; ସ୍ଥାନ ପାଇବ ଓଡ଼ିଆ ଅସ୍ମିତା ଓ ଗୌରବର ଗାଥା

"ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗବେଷକ ମାନେ ଏହି ତଥ୍ୟ ପୁସ୍ତକ କିମ୍ବା ରିସର୍ଚ୍ଚ କରି ପାଉଥିବା ବେଳେ ଏବେ ଏହା ଆପଣଙ୍କ ପାଖରେ ଗୋଟେ କ୍ଲିକରେ ପାଇପାରିବେ । ଯାହାକୁ ପ୍ରସ୍ତୁତ କରିଛି ଇନ୍‍ଟାକ । ରାଜ୍ୟ ସଂଗ୍ରହାଳୟରେ ମୋଟ ୨୨ ଟି ଗ୍ୟାଲେରୀ ଯୋଡି ହୋଇଥିବା ବେଳେ ଆଗାମୀ ଦିନରେ ତାଳ ପତ୍ରର କାରିଗରୀ ଭଳି ୩ ରୁ ୪ ଟି ନୂତନ ଗ୍ୟାଲେରୀ ଯୋଡି ହେବାକୁ ଯାଉଛି" ବୋଲି କହିଛନ୍ତି ଓଡିଶା ରାଜ୍ୟ ସଂଗ୍ରହାଳୟ ଅଧକ୍ଷ ଭାଗ୍ୟଲିପି ମଲ୍ଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.