ETV Bharat / state

Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲା, ୯ ଜଣଙ୍କୁ ଆଜୀବନ କାରାଦଣ୍ଡ, ଜଣେ ନିର୍ଦ୍ଦୋଷ - LIFE IMPRISONMENT BY COURT - LIFE IMPRISONMENT BY COURT

Mahanga Double Murder: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାୟ । ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସାଲେପୁର ଅତିରିକ୍ତ ଦୌରାଜଜ କୋର୍ଟ । ମୋଟ ୧୦ଜଣ ମୁଦାଲାଙ୍କର ରାୟ ପ୍ରକାଶ କରିଛନ୍ତି ଅଦାଲତ । ଅଧିକ ପଢ଼ନ୍ତୁ,

Mahanga Double Murder
Mahanga Double Murderat (ETV Bharat Odisha)
author img

By ETV Bharat Odisha Team

Published : Aug 28, 2024, 1:54 PM IST

କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାୟ ଆସିଛି । ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । କଟକ ସାଲେପୁର ଅତିରିକ୍ତ ଦୌରାଜଜ୍ କୋର୍ଟ(ADJ COURT) ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ଏହି ମାମଲାରେ ମୋଟ ୧୦ ଜଣ ମୁଦାଲାଙ୍କର ରାୟ ପ୍ରକାଶ ପାଇଛି । କେବଳ ଜଣେ ଅଭିଯୁକ୍ତ ଅରବିନ୍ଦ ଖଟୁଆ, ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ ହୋଇଛନ୍ତି। ଅନ୍ୟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଗତ 2021 ମସିହା ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଅଘଟଣ । ସ୍ଥାନୀୟ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟାସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

କଣ ଥିଲା ପୂରା ଘଟଣା:

ମାହାଙ୍ଗା ଡବଲ ମର୍ଡର ଘଟଣାରେ ତତକାଳୀନ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଛନ୍ତି କୋର୍ଟ । ଫଳରେ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ସାଲେପୁର ଜେଏମଏଫସି କୋର୍ଟ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗନିଜାନ୍ସ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ମାମଲାରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରଯୋଗ୍ୟ ପ୍ରମାଣ ରହିଥିବା ଦର୍ଶାଇ ମାମଲାକୁ ସାଂସଦ ଓ ବିଧାୟକଙ୍କ ମାମଲା ବିଚାର ପାଇଁ ଗଠିତ ଭୁବନେଶ୍ବର ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର ପାଇଁ ସାଲେପୁର ଜେଏମଏଫସି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାମଲାରେ କଗନିଜାନ୍ସ ଗ୍ରହଣ କରାଯାଇ ନଥିଲା । ଏଭଳି ସ୍ଥିତିରେ ମାମଲାର ରେକର୍ଡ ଭୁବନେଶ୍ବର ସ୍ବତନ୍ତ୍ର ଅଦାଲତଙ୍କୁ ହସ୍ତାନ୍ତର ହୋଇ ପାରି ନଥିଲା । ସାଲେପୁର ଜେଏମଏଫସି ଅଦାଲତ ପୁଣି ମାମଲାର ଶୁଣାଣି କରି ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ, ଅନ୍ୟ ଉପଲବ୍ଧ ରେକର୍ଡରୁ ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ ଆପାତ ମାମଲା ହେଉଛି ବୋଲି କହିବା ସହିତ କଗନିଜରନ୍ସ ଗ୍ରହଣ କରିଥିଲେ । ଶ୍ରୀ ଜେନାଙ୍କ ବିରୋଧରେ ମାମଲ ଚାଲିବା ପାାଇଁ ଆଇନ ଆପାତ ପ୍ରମାଣଯୋଗ୍ୟ ଉପାଦାନ ରହିଛି । ତେଣୁ ଶ୍ରୀ ଜେନାଙ୍କୁ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

କେବେ ଘଟିଥିଲା ହତ୍ୟାକାଣ୍ଡ !

ସୂଚନାଯୋଗ୍ୟ ୨୦୨୧ ମସିହା ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଏହାପରେ ରମାକାନ୍ତଙ୍କ ମୃତ୍ୟୁ ହୋଇ ସାରିଥିବାରୁ ତାଙ୍କ ଭାଇ ରଞ୍ଜିତଙ୍କୁ ପ୍ରୋଟେଷ୍ଟ ପିଟିସନ ଦାଖଲ କରିବାକୁ ଅନୁମତି ଲୋଡ଼ି ସାଲେପୁର ଜେଏମଏଫସି ଅଦାଲତରେ ଆବେଦନ କରାଯାଇଥିଲା । ଅଦାଲତ ଏହି ଆବେଦନକୁ ଗ୍ରହଣ କରିବା ସହିତ ଏଥିପାଇଁ ଅନୁମତି ଦେଇଥିଲେ । ଏହାପରେ ରଣଜିତ ପ୍ରୋଟେଷ୍ଟ ପିଟିସନ କଂପ୍ଲେନ କେସ୍ ମାଧ୍ୟମରେ ଦାଖଲ କରିଥିଲେ । ମାମଲାରେ ରଣଜିତଙ୍କ ବୟାନ ଅଦାଲତରେ ରେକର୍ଡ କରାଯାଇଥିଲା । ଏଥି ସହିତ ଆଉ କେତେକ ସାକ୍ଷୀଙ୍କ ବୟାନ ମଧ୍ୟ ଅଦାଲତରେ ରେକର୍ଡ କରାଯାଇଥିଲା।

ଏହି ମାମଲାରେ ଥାନାରେ ଦିଆଇଥିବା ଏଫ୍‌ଆଇଆର୍‌ରେ ତତକାଳୀନ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଥିଲା । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ ଦାଖଲ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି । ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ବି ସମୟ ଗଡ଼ାଇ ଚାଲିଥିଲା ପୋଲିସ । ଏହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମାହାଙ୍ଗା ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ ଉତ୍ତର ରଖିବାକୁ ନୋଟିସ ଜାରି ହୋଇଥିଲା । ୧୦ ଦିନ ମଧ୍ୟରେ ନୋଟିସର ଉତ୍ତର ରଖିଵାକୁ ଥାନା ଅଧିକାରୀ ନିହାର ମହାନ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ପୁନଃ ତଦନ୍ତ ରିପୋର୍ଟ ଓ ସିଡ଼ିଆର(CDR) ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ସତ୍ତ୍ୱେ ତାରିଖ ପରେ ତାରିଖ ବଦଳାଉଥିଲେ ଥାନା ଅଧିକାରୀ । କେବଳ ସେତିକି ନୁହେଁ, ଆଦେଶ ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇନଥିଲେ । ତେବେ ମାହାଙ୍ଗା ପୋଲିସ୍ ମାଗିଥିବା ମାସେ ଟାଇମ୍‌ ପିଟିସନକୁ ଖାରଜ କରିଦେଇଥିଲେ ଜେଏମ୍‌ଏଫ୍‌ସି କୋର୍ଟ।

ବାପି ବିଶ୍ୱାଳ, ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସିଡିଆର ରିପୋର୍ଟ ନଭେମ୍ବର ୨୯ ତାରିଖରେ ସୁଦ୍ଧା କୋର୍ଟରେ ଦାଖଲ ପାଇଁ ମାହାଙ୍ଗା ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି । ପୋଲିସ ମଧ୍ୟ ଏହା ଦାଖଲ କରିବାରେ ବିଫଳ ହୋଇଥିଲେ । ପରବର୍ତ୍ତୀ ସମୟରେ ଗତ ଡିସେମ୍ବର ୨ ତାରିଖରେ ସିଡ଼ିଆର୍ ରିପୋର୍ଟ ଓ ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପୋଲିସ ରିପୋର୍ଟ ଦାଖଲ କରିନଥିଲା । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆଇଆଇସି ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ସରକାରୀ ଓକିଲ ମାଧ୍ୟମରେ ୪ ସପ୍ତାହ ସମୟ ମାଗିଥିଲେ । ଯାହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିବା ସହ କୋର୍ଟ ଅବମାନନା କରାଯାଇଥିବା ଅନୁଭବ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.