ETV Bharat / state

ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର: ସମାଧାନ କରିପାରିବ ତ ମୋହନ ସରକାର ? - Mahanadi water dispute

author img

By ETV Bharat Odisha Team

Published : Jul 11, 2024, 3:35 PM IST

Updated : Jul 11, 2024, 4:54 PM IST

Mahanadi Water Dispute Special Report: କମିବାରେ ଲାଗିଛି ହୀରାକୁଦର ଜଳସ୍ତର । ଜଳ ଆବଣ୍ଟନ ବିବାଦ ସୁପ୍ରିମକୋର୍ଟରେ ବି ପହଞ୍ଚିଛି । ସମସ୍ୟାର ସମାଧାନ ପାଇଁ ଟିବ୍ୟୁନାଲ ଗଠନ ହୋଇଥିଲେ ସୁଦ୍ଧା ଏଯାବତ ଫଳ ଶୂନ । ଏବେ ପ୍ରଶ୍ନ ନବୀନ ସରକାରରେ ଯାହା ହୋଇପାରିନଥିଲା କଣ ଏବେ ଡବଲ ଇଞ୍ଜିନ ସରକାରରେ ସମ୍ଭବ ହେବ ? ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

MAHANADI WATER DISPUTE
MAHANADI WATER DISPUTE (ETV Bharat Odisha)

ଭୁବନେଶ୍ବର: କୃଷି ପ୍ରାଧାନ୍ୟ ଓଡ଼ିଶାର ଜୀବନରେଖା ହେଉଛି ମହାନଦୀ । 15ଟି ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ମହାନଦୀର ଜଳ ଆଜି ସଙ୍କଟରେ । ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ ଏବଂ ଛୋଟ ବଡ଼ ପ୍ରକଳ୍ପ ନିର୍ମାଣ କରିଥିବାରୁ ହୀରାକୁଦରେ ଜଳସ୍ତର ହ୍ରାସ ପାଉଛି । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି ଓଡ଼ିଶା । ଦୁଇ ରାଜ୍ୟ ମଧ୍ୟରେ ଏହି ଜଳ ଆବଣ୍ଟନ ବିବାଦ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । ହେଲେ ଏହାର ସମାଧାନ କରିବା ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନ ବାହାରି ପାରନି । ଫଳରେ ମହାନଦୀ ଏବେ ମୃତପ୍ରାୟ ହେବାକୁ ବସିଲାଣି ।

କମୁଛି ହୀରାକୁଦ ଜଳସ୍ତର (ETV Bharat Odisha)

‘ହସ୍ତକ୍ଷେପ କରନ୍ତୁ ପ୍ରଧାନମନ୍ତ୍ରୀ’: ହୀରାକୁଦରେ ଜଳସ୍ତର କମୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର କମିବା ରାଜ୍ୟ ପାଇଁ ଏକ ଗମ୍ଭୀର ବିଷୟ । 2016ରୁ ଛତିଶଗଡ଼ ଓଡିଶା ଜଳ ବିବାଦ ପଦାକୁ ଆସିଲା ପରେ ଛତିଶଗଡ଼ର ଦାଦାଗିରି ଫଳରେ ଓଡ଼ିଶା ସରକାର ଟ୍ରିବ୍ୟୁନାଲ କରି ନ୍ୟାୟ ଆଶାରେ ବସିଛନ୍ତି । ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ମହାନଦୀ ବିନା ଓଡ଼ିଶା ବଞ୍ଚିପାରିବ ନାହିଁ । ଏ ସମ୍ପର୍କରେ ଠିକଣା ଭାବେ ଆଲୋଚନା ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ ଏ ସମ୍ପର୍କରେ ବିଚାରବିମର୍ଷ କରିବା ଆବଶ୍ୟକ । ଓଡ଼ିଶାର ଲୋକେ ଓଡିଆ ଅସ୍ମିତା ସହ ମହାନଦୀର ଜଳ ମଧ୍ୟ ଆବଶ୍ୟକ କରନ୍ତି । କେନ୍ଦ୍ର ସରକାର ଦୁଇ ରାଜ୍ୟ ଭିତରେ ସମସ୍ୟାର ସମାଧାନ କରିବା ଆବଶ୍ୟକ । ଛତିଶଗଡ଼ ମନୋମୁଖୀ ନିର୍ମାଣ ପ୍ରତିବନ୍ଧକ ସାଜିଛି । ସମାଧାନର ସୂତ୍ର ନେଇ ଆନ୍ତରିକତା ବାହାର କରିପାରିଲେ ନାହିଁ । ମହାନଦୀରେ ଜଳ ସଙ୍କଟ, ସବୁ ନଈରେ ଜଳ ସଙ୍କଟ, ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ । ଦରକାର ପଡ଼ିଲେ ପ୍ରଧାନମନ୍ତ୍ରୀ ନିଜେ ଦାୟିତ୍ୱ ନେଇ ସମାଧାନ କରନ୍ତୁ ।’’

2016ରୁ ଚାଲିଛି ମାମଲା: 2016 ମସିହାରେ ମହାନଦୀକୁ ନେଇ ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ଜଳ ବିବାଦ ସାମ୍ନାକୁ ଆସିଥିଲା । 2017ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ 2018 ମସିହାରେ ଗଠନ ହେଲା ଟ୍ରିବ୍ୟୁନାଲ । ହେଲେ ଯାହା ଆଶା କରାଯାଉଥିଲା, ସେପରି କିଛି ଠୋସ ସମାଧାନ ଏପର୍ଯ୍ୟନ୍ତ ବାହାରି ପାରିନି । ମାତ୍ର ଟ୍ରିବ୍ୟୁନାଲରେ ମାମଲା ଗଡିଚାଲିଛି ।

ରମଣ ସିଂହଙ୍କ ସରକାର ସମୟରେ ନିର୍ମାଣ ହୋଇଥିଲା ବ୍ୟାରେଜ: ମଧ୍ୟ ପ୍ରଦେଶର ବାହାରି ଛତିଶଗଡ ଓ ପରେ ଓଡିଶା ହୋଇ ବଙ୍ଗୋପସାଗରେ ମିଶିଥିବା ମହାନଦୀର ତଳମୁଣ୍ଡରେ ରହିଛି ଓଡିଶା । ରାଜ୍ୟର ସର୍ବବୃହତ୍ତ ନଦୀ ହେଉଛି ମହାନଦୀ । ସମ୍ବଲପୁରରେ ଏହି ମହାନଦୀ ଉପରେ ନିର୍ମାଣ ହୀରାକୁଦ ନଦୀବନ୍ଧ ବିଶ୍ବର ଦୀର୍ଘତମ ନଦୀବନ୍ଧ । ହେଲେ ଏହାର ଉପର ମୁଣ୍ଡରେ ରହିଛି ଛତିଶଗଡ । ଛତିଶଗଡରେ ମହାନଦୀ ଉପରେ ଏକାଧିକ ଆନିକଟ, ବନ୍ଧ, ଡ୍ୟାମ ନିର୍ମାଣ କରାଯାଇଛି । ଏଗୁଡିକ ମଧ୍ୟରେ କଲମା, ଶିରୋମଣି ଭଳି ବଡ଼ ବଡ଼ ବ୍ୟାରେଜ ମଧ୍ୟ ରହିଛି । ଫଳରେ ତଳମୁଣ୍ଡରେ ମହନଦୀରେ ଜଳପ୍ରବାହ ହ୍ରାସ ପାଇଲା । ଏବେ ହୀରାକୁଦରେ ଜଳସ୍ତର ସ୍ବାଭାବିକ ଠାରୁ 3.8 ଫୁଟ କମ ରହିଛି ।

ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି: ମହାନଦୀ କୌଣସି ଗୋଟିଏ ରାଜ୍ୟର ଅଧିକାର କ୍ଷେତ୍ର ନୁହେଁ । ହୀରାକୁଦକୁ ପାଣି ଆସିବା ଏବଂ ତଳମୁଣ୍ଡରେ ପାଣି ପ୍ରବାହିତ ହେବା । ହୀରାକୁଦର ଉପର ମୁଣ୍ଡରେ କଲମା ବ୍ୟାରେଜ ନିର୍ମାଣ ଯୋଗୁ ମହାନଦୀରେ ପାଣି ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ‘ରାଇପରିଆନ ରାଇଟ୍ସ’ ନିୟମ ଆଧାରରେ ନଦୀର ତଳମୁଣ୍ଡରେ ଯେଉଁ ରାଜ୍ୟ ଥିବ ତାର ବିନା ଅନୁମତିରେ ଉପରେ ମୁଣ୍ଡରେ କୌଣସି ନିର୍ମାଣ କରି ପାରିବ ନାହିଁ । ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେଇ ସମାଧାନର ସୂତ୍ର ବାହାର କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ରବି ଦାସ ।

ଟ୍ରିପଲ ଇଞ୍ଜିନ ବିଜେପି ସରକାର କରିବ କି ସମାଧାନ: ଓଡିଶାର ଅର୍ଥନୀତିର ମେରୁଦଣ୍ଡ କୃଷି ସହ ଜଡିତ ଏହି ମହାନଦୀ ବିବାଦର ସମାଧାନ ନେଇ ଏବେ ନୂଆ ଆଶା ସଞ୍ଚାର ହୋଇଛି । ରାଜ୍ୟରେ ଦୀର୍ଘ 24 ବର୍ଷ ପରେ ସରକାର ପରିବର୍ତ୍ତନ ହୋଇଛି । କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିବା ବେଳେ ଉଭୟ ରାଜ୍ୟରେ ମଧ୍ୟ ଭାଜପା ସରକାର ଗଢିଛି । ତେଣୁ ଟ୍ରିପିଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ଜଳ ବିବାଦ ସମାଧାନ ହେବାର ସମ୍ଭାବନା ଦେଖାଯାଇଛି । ଯଦି ବିଜେପି ଓଡ଼ିଶାର ବିକାଶ ଚାହୁଁଛି ତାହେଲେ, ଓଡ଼ିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଜଳ ବିବାଦ ସମାଧାନ ନେଇ ପ୍ରକ୍ରିୟା ଆରମ୍ଭ କରୁ ବୋଲି କହିଛି କଂଗ୍ରେସ ।

କେନ୍ଦ୍ର ଓ ଦୁଇ ରାଜ୍ୟର ସରକାର ଏକାଠି ବସି ସମାଧାନ କରନ୍ତୁ: ମହାନଦୀ ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ସୁଦର୍ଶନ ଦାଶ କହିଛନ୍ତି, "ଆଜି ଦିନରେ ହୀରାକୁଦର ଜଳସ୍ତର ଯେତିକି ରହିବା କଥା ତା'ଠୁ କମ ଅଛି । ପାଖାପାଖି 3.8ଫୁଟ କମ ଅଛି । ଟ୍ରିବ୍ୟୁନାଲ ପରିସରରେ ଏହି ସମସ୍ୟାର ସମାଧାନ ହେବ ବୋଲି ମୁଁ ଭାବୁନାହିଁ । ଟ୍ରିବ୍ୟୁନାଲର ବାହାରେ ଏହାର ସମସ୍ୟାର ସମାଧାନ ବାହାରି ପାରିବ ବୋଲି ଆମର ଆଶା । ଏଣୁ କେନ୍ଦ୍ର ସରକାର, ରାଜ୍ୟ ଓ ଛତିଶଗଡ଼ ସରକାର ଏକାଠି ବସି ଏହାର ସମାଧାନ ବାହାର କରିବା ଉଚିତ । କାହାକୁ କେତେ ପାଣିର ଆବଶ୍ୟକ ସେ ନେଇ ଆଲୋଚନା କଲେ ଏହାର ନିଶ୍ଚିତ ସମାଧାନ ହୋଇପାରିବ ।"

ହୀରାକୁଦ ନଦୀବନ୍ଧ ସମ୍ପର୍କରେ...

1946 ମସିହା ମାର୍ଚ୍ଚ 15 ତାରିଖ । ବିଶ୍ବର ସର୍ବବୃହତ ବହୁମୁଖୀ ନଦୀବନ୍ଧ ଯୋଜନାର ପଡିଥିଲା ଭିତ୍ତି ପ୍ରସ୍ତର । 1957 ଜାନୁଆରି 13ରେ ବିକାଶର ନୂଆ ସୁନେଲୀ ସ୍ବପ୍ନ ନେଇ ଉଦଘାଟିତ ହୋଇଥିଲା ହୀରାକୁଦ ନଦୀବନ୍ଧ । ହୀରାକୁଦ ଡ୍ୟାମ ସମ୍ବଲପୁର ସହରର ଉପର ମୁଣ୍ଡରେ ପ୍ରାୟ 15 କିମି ଦୂରତା ଓ ବୁର୍ଲା ନିକଟ 6 ନମ୍ବର ଜାତୀୟ ରାଜପଥରୁ ମାତ୍ର 6 କିମି ଦୂରତାରେ ଏହା ଅବସ୍ଥିତ । ମୁଖ୍ୟ ଡ୍ୟାମର ଦୀର୍ଘତା 4.8 କିମି ଥିବା ବେଳେ ଉଭୟ ପାର୍ଶ୍ବରେ ଥିବା ଡାଇକର ଦୀର୍ଘତା 21 କିମି ରହିଛି । ଏଥିରେ 34ଟି କ୍ରେଷ୍ଟ ଗେଟ ଥିବା ବେଳେ 64ଟି ସ୍ବିଇସ ଗେଟ ରହିଛି । ଏହି ନଦୀବନ୍ଧ 743 ବର୍ଗ କିମି ପର୍ଯ୍ୟନ୍ତ ବିସ୍ତୃତ ହୋଇଛି । ଏହାର ଜଳରାଶି 274ବର୍ଗ କିଲୋମିଟରକୁ ବିସ୍ତୃତ ହୋଇରହିଛି । ଏହି ଡ୍ୟାମ ଦ୍ବାରା 1,59,106 ହେକ୍ଟର ଖରିଫ ଓ 1,08,385 ହେକ୍ଟର ଅଞ୍ଚଳ ରବି ଫସଲ ହେଉଛି । ଏହାସହ 2, 51,000 ହେକ୍ଟର ଜମି ପାୱାର ହାଉସରୁ ନିଷ୍କାସିତ ହେଉଥିବା ଜଳରେ ଜଳସେଚିତ ହେଉଛି ।

ମୁଖ୍ୟତଃ ସମ୍ବଲପୁର, ବରଗଡ଼ ଜିଲ୍ଲା ମୁଖ୍ୟତଃ ଏହାଦ୍ବାରା ଲାଭବାନ ହେଉଥିବା ବେଳେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଏହା ଦ୍ବାରା ଆଂଶିକ ଭାବେ ଲାଭବାନ ହେଉଛନ୍ତି । ଏହାଦ୍ବାରା କଟକ ଓ ପୁରୀ ଜିଲ୍ଲାର 9500 ବର୍ଗ କିଲୋମିଟରର ଡେଲ୍ଟା ଅଞ୍ଚଳ ବନ୍ୟାରୁ ସୁରକ୍ଷିତ ରହୁଛି । ଏହାସହ ଏହାର ଜଳ ବିଦ୍ୟୁତ ପ୍ରକଳ୍ପରୁ 347.86 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବାର କ୍ଷମତା ରହିଛି । ତେବେ ଆମ ରାଜ୍ୟକୁ ଏତିକି ସେବା ଯୋଗାଉଥିବା ଏହି ଡ୍ୟାମର ସୁରକ୍ଷା ବର୍ତ୍ତମାନ ଏକ ବଡ଼ ଆହ୍ବାନ ହୋଇଛି । କାରଣ ଏହି ଡ୍ୟାମକୁ ବର୍ତ୍ତମାନ 66 ବର୍ଷରୁ ଅଧିକ ହୋଇଯାଇଥିବା ବେଳେ ଏହାର 42 ପ୍ରତିଶତ ସ୍ଥାନରେ ପଟୁ ମାଟି ଜମି ସାରିଥିବା ବିଶେଷଜ୍ଞ କୁହନ୍ତି । ଫଳରେ ଏହାର ଜଳ ଧାରଣ କ୍ଷମତା ମଧ୍ୟ ହ୍ରାସ ପାଇଥିବା କୁହାଯାଏ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 11, 2024, 4:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.