ETV Bharat / state

ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ 'ମହାବାତ୍ୟା @୨୫' ଉତ୍ସବ - ODIA MEDIA PRIVATE LIMITED

ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ୍‌ "ମହାବାତ୍ୟା @୨୫" ଶୀର୍ଷକ ଏକ ଉତ୍ସବର ଆୟୋଜିତ । ଉନ୍ମୋଚିତ ହୋଇଛି ବାତ୍ୟା ସମ୍ପର୍କିତ ୨ଟି ପୁସ୍ତକ ।

Odia Media Private Limited
Odia Media Private Limited (ETV Bharat Odisha)
author img

By ETV Bharat Odisha Team

Published : Oct 30, 2024, 9:42 PM IST

ଭୁବନେଶ୍ବର: ୧୯୯୯ ମସିହାର ଛାତିଥରା ମହାବାତ୍ୟାକୁ ଗତ ମଙ୍ଗଳବାର ୨୫ ବର୍ଷ ପୂରିଛି । ମୃତ୍ୟୁର ସେ କରାଳ ତାଣ୍ଡବର ବିକଳ ଦୃଶ୍ୟ ଏବେ ବି ସତେଜ ଅଛି। ପ୍ରତିବର୍ଷ ଏମିତି କେତେ ବାତ୍ୟା, ବନ୍ୟା, ମରୁଡ଼ି ଭଳି ବିପତ୍ତି ଆସିଛି ଓ ଯାଇଛି । ହେଲେ ଓଡ଼ିଶା ଧୈର୍ଯ୍ୟର ସହ ସେସବୁକୁ ସାମନା କରିଛି ଏବଂ ବିକାଶ ପଥରେ ଆଗେଇ ଆସିଛି । ବିପର୍ଯ୍ୟୟ ସହ ସଙ୍ଗାତ ବସିଥିବା ଓଡ଼ିଶାର ଏହି ଅଦମନୀୟ ଧୈର୍ଯ୍ୟ, ସହନଶୀଳତା ଓ ଅଗ୍ରଧାବନକୁ ଉତ୍ସାହିତ କରିବା ପାଇଁ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟାରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ୍‌ 'ମହାବାତ୍ୟା @୨୫' ଶୀର୍ଷକ ଏକ ଉତ୍ସବର ଆୟୋଜିତ ହୋଇଛି । ଏହାସହ ଏହି ଅବସରରେ ଉନ୍ମୋଚିତ ହୋଇଛି ବାତ୍ୟା ସମ୍ପର୍କିତ ୨ଟି ପୁସ୍ତକ ଓ ଶ୍ରୋତାର୍ପିତ ହୋଇଛି ଏକ ସଂଗୀତ ।

Odia Media Private Limited (ETV Bharat Odisha)

ଆଜି ବି ମନେ ପଡ଼େ ମହାବାତ୍ୟା:

ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରସିଦ୍ଧ ଲେଖିକା ପଦ୍ମଭୂଷଣ ଡ. ପ୍ରତିଭା ରାୟ କହିଛନ୍ତି ଯେ, ୧୯୯୯ ମହାବାତ୍ୟା ହଜାର ହଜାର ଓଡ଼ିଆଙ୍କର ମୃତ୍ୟୁତିଥି । ତେଣୁ ଆଜିର ଦିନଟି ସେମାନଙ୍କ ତର୍ପଣ ଓ ଅର୍ପଣ କରିବାର ଦିନ । ସେହିପରି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଅତୀତକୁ ମନେ ପକାଇବା ଗୋଟେ ଜାତିର କର୍ତ୍ତବ୍ୟ । କାରଣ ଅତୀତ ଆମର ସବୁଠୁ ବଡ଼ ଶିକ୍ଷକ। ମହାବାତ୍ୟା କଥା ମନେପଡ଼ିଲେ ଏବେ ବି ଲୋମ ଟାଙ୍କୁରି ଉଠୁଛି ।"

Odia Media Private Limited
Odia Media Private Limited (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଆତ୍ମହତ୍ୟା ରୋକିବ ମ୍ୟୁଜିକ ! ଓଡ଼ିଆ ସଂଗୀତ ନିର୍ଦ୍ଦେଶକଙ୍କ ନିଆରା ପ୍ରୟାସ, ଗୀତରେ ଗୀତରେ ଦେଲେ ବାର୍ତ୍ତା - Atmahatya Kara Nahi Song

ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ସଙ୍ଗୀତ ଗାନରେ ବିଶ୍ବ ରେକର୍ଡ଼; ୫ମ ଗିନିଜ୍‍ ରେକର୍ଡ଼ ହାତେଇଲା KISS - World Records of KISS

ଏସବୁ ସଂଗୀତ ଓ ଗଳ୍ପ ଉନ୍ମୋଚିତ:

ବାତ୍ୟା ସମ୍ପର୍କିତ ଓଡ଼ିଆ ଗଳ୍ପକୁ ଏକାଠି କରି କଥାକାର ଚିରଶ୍ରୀ ଇନ୍ଦ୍ରସିଂଙ୍କ ସଂପାଦନାରେ ପ୍ରକାଶିତ ଗଳ୍ପ ସଂକଳନ 'ବାତ୍ୟା' ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ସେହିପରି ଓଡ଼ିଶାର ବାତ୍ୟା ସମୂହ ସମ୍ପର୍କରେ ଭାସ୍କର ପରିଚ୍ଛାଙ୍କ ଲିଖିତ 'ସାଇକ୍ଲୋନ୍ସ ଇନ୍‌ ଓଡ଼ିଶା' ଶୀର୍ଷକ ଏକ ଗବେଷଣା ଓ ତଥ୍ୟ ସମ୍ବଳିତ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା । ଉଭୟ ପୁସ୍ତକକୁ ପ୍ରକାଶ କରିଛନ୍ତି ପେନ୍‌ ଇନ୍‌ ବୁକ୍ସ । ଓଡ଼ିଆ ମିଡିଆର ମନୋରଞ୍ଜନ ବିଭାଗ ଓଡ଼ିଆ ମ୍ୟୁଜିକ୍ ପକ୍ଷରୁ ଏ ଅବସରରେ 'ବିପତ୍ତି ସଂଗୀତ' ବା 'ଡିଜାଷ୍ଟର ଆନ୍ଥେମ୍' ଶୀର୍ଷକ ଏକ ଭିଡିଓ ସଂଗୀତ ମଧ୍ୟ ଶ୍ରୋତାର୍ପିତ ହୋଇଛି । ଜଣାଶୁଣା ଲେଖକ ଶୁଭ୍ରାଂଶୁ ପଣ୍ଡା ଏହାର ପରିକଳ୍ପନା ଓ ଗୀତ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.