ETV Bharat / state

ସ୍ତ୍ରୀ ସରପଞ୍ଚ, ଚାଲିଛି ସ୍ବାମୀଙ୍କ ରାଜ; ଗୁଣ୍ଡାଗିରିରେ ଅତିଷ୍ଠ ହେଲେଣି ପଞ୍ଚାୟତବାସୀ - ସରପଞ୍ଚଙ୍କ ବହିଷ୍କାର ଦାବି

Protest Over Expulsion Of Sarapanch: ମଧୁସାହୁପାଟଣା ସରପଞ୍ଚ ସ୍ୱାମୀଙ୍କ ଗିରଫ ଓ ସରପଞ୍ଚଙ୍କ ବହିଷ୍କାର ଦାବିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ସରପଞ୍ଚଙ୍କ ବହିଷ୍କାର ଦାବି
ସରପଞ୍ଚଙ୍କ ବହିଷ୍କାର ଦାବି
author img

By ETV Bharat Odisha Team

Published : Jan 30, 2024, 7:15 AM IST

ସରପଞ୍ଚଙ୍କ ବହିଷ୍କାର ଦାବି

ଢେଙ୍କାନାଳ: ପଞ୍ଚାୟତରେ ଚାଲିଛି ସରପଞ୍ଚଙ୍କ ସ୍ବାମୀଙ୍କ ଦାଦାଗିରି । ଲୋକଙ୍କୁ ମାରପିଟ୍ କରିବା ସହ ଆତଙ୍କ ସୃଷ୍ଟି କରୁଛନ୍ତି ସରପଞ୍ଚଙ୍କ ସ୍ୱାମୀ । ଏଭଳି କିଛି ଅଭିଯୋଗ ଆଣି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜିଲ୍ଲାର ମଧୁସାହୁପାଟଣା ପଞ୍ଚାୟତବାସୀ । ଏହାସହ ସରପଞ୍ଚ ସ୍ୱାମୀଙ୍କ ଗିରଫ ଓ ସରପଞ୍ଚଙ୍କ ବହିଷ୍କାର ଦାବି କରିଛନ୍ତି ।

ତେବେ ପଞ୍ଚାୟତରାଜ ବ୍ୟବସ୍ଥାରେ ପଞ୍ଚାୟତର ଉନ୍ନତି ଓ ପଞ୍ଚାୟତବାସୀଙ୍କ କଲ୍ୟାଣ ପାଇଁ ସରପଞ୍ଚ ନିର୍ବାଚିତ ହୋଇଥାନ୍ତି । ମାତ୍ର ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସାହୁପାଟଣା ପଞ୍ଚାୟତର ନିର୍ବାଚିତ ସରପଞ୍ଚଙ୍କ ସ୍ୱାମୀଙ୍କ ନାମରେ ଅସହ୍ୟ ଗୁଣ୍ଡାଗିରିର ଅଭିଯୋଗ ଉଠିଛି । ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ନେଇ ଲୋକମାନଙ୍କୁ ବାରମ୍ବାର ମାରପିଟ କରିବା, କଥା କଥାକେ ଗୁଳି ଓ ବୋମାମାଡ଼ ଆଦି ଘଟଣାରେ ମଧୁସାହୁପାଟଣା ପଞ୍ଚାୟତ ଅଶାନ୍ତ ହୋଇପଡିଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଏହାର ପ୍ରତିବାଦରେ ସୋମବାର ମଧୁସାହୁପାଟଣା ଗ୍ରାମପଞ୍ଚାୟତର ଶତାଧିକ ବାସିନ୍ଦା ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ତେବେ ମଧୁସାହୁପାଟଣା ପଞ୍ଚାୟତ ସରପଞ୍ଚଙ୍କ ବହିଷ୍କାର ଓ ତାଙ୍କ ସ୍ୱାମୀ ପ୍ରିୟବ୍ରତ ନାୟକ ଓରଫ ଜାନକୀଙ୍କ ଗିରଫ ଦାବି କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚିତ ସରପଞ୍ଚ ଲୋକଙ୍କ ସମସ୍ୟା ଶୁଣୁନଥିବା ବେଳେ ପଞ୍ଚାୟତକୁ ମଧ୍ୟ ଆସୁନଥିବା ଅଭିଯୋଗ ହୋଇଛି । ସରପଞ୍ଚଙ୍କ ବଦଳରେ ତାଙ୍କ ସମ୍ପର୍କୀୟ ଓ ସ୍ୱାମୀ ପଞ୍ଚାୟତରେ ରାଜ୍ କରୁଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ଲୋକେ । ତେବେ ଏନେଇ ଯଦି କେହି ଆପତ୍ତି ଉଠାନ୍ତି ତେବେ ତାଙ୍କୁ ମାରପିଟ କରିବା ସହ ପଞ୍ଚାୟତରେ ଫାଙ୍କା ଗୁଳି ଚାଳନା ଓ ବୋମାମାଡ଼ ଆଦି କରି ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ଗୁଣଗାନ କରିବା ପଡ଼ିଲା ଭାରି, ଅଙ୍ଗନୱାଡି ଦିଦିଙ୍କ ବହିଷ୍କାର ଦାବି

ଏପରିକି ଗତ ନିର୍ବାଚନରେ ପରାଜିତ ସରପଞ୍ଚଙ୍କ ସ୍ୱାମୀ ମାନସ ରଞ୍ଜନ ପଣ୍ଡାଙ୍କୁ ମଧ୍ୟ ଆକ୍ରୋଶମୂଳକ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ହେଲେ ସ୍ଥାନୀୟ ଭାପୁର ଫାଣ୍ଡି ପୋଲିସ ଏନେଇ ଜାନକୀଙ୍କୁ ଗିରଫ କରିନଥିବାରୁ ସେ ପୁଣି ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଚାଲିଛନ୍ତି । ଯାହାକୁ ନେଇ ପଞ୍ଚାୟତରେ କୋକୁଆ ଭୟ ଖେଳିଯାଇଛି । ଏହାର ପ୍ରତିବାଦରେ ପଞ୍ଚାୟତବାସୀ ଏକାଠି ହୋଇ ହାତରେ ପ୍ଲା-କାର୍ଡ ଧରି ପ୍ରତିବାଦ କରିଛନ୍ତି । ଏହାସହ ପଞ୍ଚାୟତବାସୀ ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.