ETV Bharat / state

୫୩ ବର୍ଷ ପରେ ମାହାର୍ଘ୍ୟ ମୁହୂର୍ତ୍ତ, ଗୋଟିଏ ତିଥିରେ ୩ ପର୍ବ, ଜାଣନ୍ତୁ କାହିଁକି ବିରଳ ଏଥର ରଥଯାତ୍ରା - Rare Rath yatra in 5 decades

lord jagannath rath yatra 2024: ଜାଣନ୍ତୁ କାହିଁକି ବିରଳ ଏଥର ରଥଯାତ୍ରା । 1972 ପରେ ପଡିନଥିଲା ଏପରି ବିରଳ ସଂଯୋଗ । ଗୋଟିଏ ତିଥିରେ 3 ପର୍ବ । 13 ଦିନ ଅଣସରରେ ରହିଲେ ଚତୁର୍ଦ୍ଧାମୂର୍ତ୍ତି । ଦୁଇଦିନ ଟଣା ହେବ ରଥ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 7, 2024, 12:52 PM IST

53 ବର୍ଷ ପରେ ମାହାର୍ଘ୍ୟ ମୁହୂର୍ତ୍ତ, ଗୋଟିଏ ତିଥିରେ 3ପର୍ବ, ଜାଣନ୍ତୁ କାହିଁକି ବିରଳ ଏଥର ରଥଯାତ୍ରା
53 ବର୍ଷ ପରେ ମାହାର୍ଘ୍ୟ ମୁହୂର୍ତ୍ତ, ଗୋଟିଏ ତିଥିରେ 3ପର୍ବ, ଜାଣନ୍ତୁ କାହିଁକି ବିରଳ ଏଥର ରଥଯାତ୍ରା (ETV Bharat Odisha)

ହାଇଦ୍ରାବାଦ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହୋଇ ଜନ୍ମବେଦୀକୁ ଯିବେ ତିନିଠାକୁର । ହେଲେ ଏଥରର ରଥଯାତ୍ରା ପୂର୍ବ ବର୍ଷଗୁଡିକରୁ ସମ୍ପୂର୍ଣ୍ଣ ଭିନ୍ନ । ଦୀର୍ଘ 5 ଦଶନ୍ଧି ପରି ଆସିଛି ବିରଳ ମୁହୂର୍ତ୍ତ । ଏଥର ପୁରା ନୀତିନିର୍ଘଣ୍ଟ ମଧ୍ୟ ଭିନ୍ନ । କାରଣ ଗୋଟିଏ ଦିନରେ ପଡିଛି ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଏହାସହ ଗୋଟିଏ ଦିନ ପରିବର୍ତ୍ତେ ଦୁଇଦିନ ରଥଟଣା ହେବ । ଆଜି (ରବିବାର) ଅପରାହ୍ନରେ ରଥଟଣା ଆରମ୍ଭ ହୋଇ ଆସନ୍ତାକାଲି (ସୋମବାର) ଶରଧାବାଲିରେ ପହଞ୍ଚିବ । ଏପରି ବିରଳ ସଂଯୋଗ ଶେଷଥର ପାଇଁ 1971 ମସିହାରେ ଦେଖିବାକୁ ମିଳିଥିଲା । ଦୀର୍ଘ 53 ବର୍ଷ ପରେ ଏହି ସଂଯୋଗ ପୁଣିଥରେ ଚଳିତ ବର୍ଷ ଘଟିଛି ।

କାହିଁକି ବିରଳ ଏଥର ରଥଯାତ୍ରା:

ଏଥର ରଥଯାତ୍ରାର ନୀତିନିର୍ଘଣ୍ଟ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏଥର ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବଯୌବନ ଓ ରଥଯାତ୍ରା ପଡୁଛି । ରଥଯାତ୍ରାର ପୂର୍ବଦିନ ନବଯୌବନ ଦର୍ଶନ ହୋଇଥାଏ । ଏହା ପୂର୍ବରୁ ନେତ୍ରୋତ୍ସବ ଶେଷ ହୋଇଥାଏ । ଏଥର ଶ୍ରୀଗୁଣ୍ଡିଚା ଦିନ ହିଁ ଉଭୟ ପର୍ବ ପଡିଛି । ଫଳରେ 15 ଦିନ ପରିବର୍ତ୍ତେ ଚତୁର୍ଦ୍ଧାମୂର୍ତ୍ତି 13ଦିନ ଅଣସରରେ ରହିଥିଲେ । ଏହାସହ ଏଥର ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିପାରି ନାହାନ୍ତି । ଗୋଟିଏ ଦିନରେ ଏହି ସମସ୍ତ ତିଥି ପଡୁଥିବାରୁ ରଥଟଣା ମଧ୍ୟ ଗୋଟିଏ ଦିନରେ ଶେଷ ହେବନାହିଁ । ଆଜି ଅପରାହ୍ନରେ ରଥଟଣା ଆରମ୍ଭ ହୋଇ ଅଧା ରହିବ । ବଡଦାଣ୍ଡର ମଝିରେ ଅଟକିବେ ତିନି ରଥ । ରଥ ଉପରେ ପହଡ ସେବା ଓ ଅନ୍ୟ ନୀତିକାନ୍ତି ହେବ । ଆସନ୍ତାକାଲି ପୁଣିଥରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇ ଶରଧାବାଲିରେ ଲାଗିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ସମାନ ସଂଯୋଗ 1971 ମସିହାରେ ଦେଖିବାକୁ ମିଳିଥିଲା ।

ନିର୍ଘଣ୍ଟ ଠାରୁ ସହଳ ହେଲା ନୀତି :-

ଏଥର ରଥଯାତ୍ରା ପାଇଁ ନୀତିନିର୍ଘଣ୍ଟ ପୂର୍ବବର୍ଷ ଅପେକ୍ଷା କିଛି ଘଣ୍ଟା ବିଳମ୍ବରେ ନିର୍ଦ୍ଧାରିତ ହୋଇଥିଲା । ତିଥି ଭିନ୍ନ ଥିବା କାରଣରୁ ବିଳମ୍ବିତ ନୀତି ନିର୍ଘଣ୍ଟ ହୋଇଥିଲା । ମାତ୍ର ନିର୍ଘଣ୍ଟଠାରୁ ସହଳ ହୋଇଛି ନୀତିକାନ୍ତି । ପୂର୍ବ ନୀତିକାନ୍ତି ଶେଷ ହୋଇସାରିବା ପରେ ଚୁତୁର୍ଦ୍ଧାମୂର୍ତ୍ତି ରଥକୁ ପହଣ୍ଡି ହୋଇଛନ୍ତି । ପ୍ରଥମେ ପ୍ରଭୁ ସୁଦର୍ଶନ, ମଦନ ମୋହନ ଓ ରାମକୃଷ୍ଣ ବିଜେ ହେବା ପରେ ତିନିଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କୁ ପହଣ୍ଡି କରାଯାଇଛି । ତାଙ୍କ ପଛକୁ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ବିଜେରେ ରଥାରୂଢ ହେବେ ।

ଏହା ମଧ୍ୟ ପଢନ୍ତୁ:- ବଡଦାଣ୍ଡରେ ଆଜି ବୋଲ ମାନୁନି ଘୁଙ୍ଗୁର, ଓଡ଼ିଶୀ ନୃତ୍ୟରେ ମହାପ୍ରଭୁଙ୍କୁ ଭକ୍ତିଅର୍ଘ୍ୟ - RATH YATRA 2024

ଶୀଘ୍ର ହୋଇପାରେ ରଥଟଣା:-

ତିନି ଠାକୁର ରଥରେ ବିଜେ ହେବା ପରେ ରଥ ଉପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ନୀତି ଶେଷ ହେବ । ପରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା ଓ ଆଲଟ ଚାମର ସେବା କରିବେ । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ସନ୍ଧ୍ୟା ପ୍ରାୟ 4ଟା ବେଳେ ଚାରମାଳ ଫିଟା ଓ ଘୋଡା ଯୋଖା ନୀତି ଶେଷ ହେବ । 5ଟାରେ ରଥଟଣା ଆରମ୍ଭ ହେବା ନେଇ ନିର୍ଘଣ୍ଟ ନିର୍ଦ୍ଧାରିତ ହୋଇଥିଲା । ହେଲେ ନୀତିକାନ୍ତି ସହଳ ଚାଲିଥିବାରୁ ରଥଟଣା ମଧ୍ୟ କିଛି ଘଣ୍ଟା ପୂର୍ବରୁ ହୋଇପାରେ । ଏଥର ପ୍ରାୟ 15ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥର ରଥଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.