ETV Bharat / state

ପୁରୀରେ ରେଳମନ୍ତ୍ରୀଙ୍କ ସମୀକ୍ଷା; ରଥଯାତ୍ରା ପାଇଁ 315 ସ୍ବତନ୍ତ୍ର ଟ୍ରେନ, ଷ୍ଟେସନରେ 15 ହଜାର ଭକ୍ତଙ୍କ ରହଣି ସୁବିଧା - SPECIAL TRAINS FOR RATH YATRA

author img

By ETV Bharat Odisha Team

Published : Jun 30, 2024, 8:50 AM IST

Rath Yatra 2024 Preparation: ରଥଯାତ୍ରା ପାଇଁ ପୁରୀକୁ ଦେଶର ବିଭିନ୍ନ ସ୍ଥାନରୁ ଗଡିବ 315ଟି ସ୍ପେଶାଲ ଟ୍ରେନ । ଷ୍ଟେସନରେ 15 ହଜାର ଭକ୍ତଙ୍କ ରହିବା ସୁବିଧା । ଭିତ୍ତିଭୂମି ଓ ପ୍ରସ୍ତୁତିସମୀକ୍ଷା କଲେ ରେଳମନ୍ତ୍ରୀ । ଅଧିକ ପଢନ୍ତୁ

ପୁରୀରେ ରେଳମନ୍ତ୍ରୀଙ୍କ ସମୀକ୍ଷା, ରଥଯାତ୍ରା ପାଇଁ 315 ସ୍ବତନ୍ତ୍ର ଟ୍ରେନ, ଷ୍ଟେସନରେ 15 ହଜାର ଭକ୍ତଙ୍କ ରହଣି ସୁବିଧା
ପୁରୀରେ ରେଳମନ୍ତ୍ରୀଙ୍କ ସମୀକ୍ଷା, ରଥଯାତ୍ରା ପାଇଁ 315 ସ୍ବତନ୍ତ୍ର ଟ୍ରେନ, ଷ୍ଟେସନରେ 15 ହଜାର ଭକ୍ତଙ୍କ ରହଣି ସୁବିଧା (ETV Bharat Odisha)

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମେଗା ଆଧ୍ୟାତ୍ମିକ ଇଭେଣ୍ଟକୁ ସୂଚାରୁରୂପେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ, ପୌରପାଳିକା, ସ୍ବାସ୍ଥ୍ୟ, ଲୋକ ସମ୍ପର୍କ ପରି ରାଜ୍ୟ ସରକାରଙ୍କ ବିଭାଗ ସହ ଭାରତୀୟ ରେଳବାଇ ମଧ୍ୟ ବ୍ୟାପକ ପ୍ରସ୍ତୁତି କରିଛି । ଦେଶର ବିଭିନ୍ନ ସହରରୁ ପୁରୀକୁ 315 ସ୍ବତନ୍ତ୍ର ଟ୍ରେନ ଚାଲିବାକୁ ଘୋଷଣା ହୋଇଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ । ଗତକାଲି (ଶନିବାର) ରାତିରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କରିଛନ୍ତି । ତାଙ୍କ ସହ ସ୍ଥାନୀୟ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ଏକ ଇନ୍ସପେକ୍ସଅନ ଲୋକୋମୋଟିଭ (ଇଞ୍ଜିନ)ରେ ଯାତ୍ରା କରି ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲେ ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ । ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ । ସମଗ୍ର ଷ୍ଟେସନ ପରିସର ପରିଦର୍ଶନ କରିଥିଲା ମନ୍ତ୍ରୀଙ୍କ ନେତୃତ୍ବାଧୀନ ଟିମ୍‌ । ବରିଷ୍ଠ ଅଧିକାରୀମାନେ ତାଙ୍କୁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ । ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଶ୍ବିନୀ କହିଛନ୍ତି, ଗତବର୍ଷ ରଥଯାତ୍ରାରେ ୧୨ ଲକ୍ଷ ଯାତ୍ରୀ ପୁରୀ ଆସିଥିଲେ । ରେଳବାଇ ବେଶ ଭଲ ଭାବେ ଏହାକୁ ପରିଚାଳନା କରିଥିଲା । ଚଳିତ ବର୍ଷ ପ୍ରାୟ 15 ଲକ୍ଷ ଯାତ୍ରୀ ଆସିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯିବା ସହ ସେହି ଆଧାରରେ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । 315 ଟି ସ୍ବତନ୍ତ୍ର ଟ୍ରେନ ସହ ଷ୍ଟେସନ ପରିସରରେ ପ୍ରାୟ 15 ହଜାର ଯାତ୍ରୀଙ୍କ ରହଣୀ ପାଇଁ ସମସ୍ତ ଆବଶ୍ୟକ ସୁବିଧା ବ୍ୟବସ୍ଥିତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଟି20 ବିଶ୍ବକପ୍ 2024: ଅପେକ୍ଷାର ଅନ୍ତ, ଭାରତ ବିଶ୍ୱ ଚମ୍ପିଆନ, 7 ରନରେ ହାରିଲା ଦକ୍ଷିଣ ଆଫ୍ରିକା - T20WORLD CUP 2024 FINAL

ରେଳମନ୍ତ୍ରୀ କହିଛନ୍ତି ଯେ, ଦଶ ବର୍ଷ ତଳେ ରଥଯାତ୍ରାରେ ମାତ୍ର ୮୭ଟି ଟ୍ରେନ୍ ଟ୍ରେନ୍ ଚାଲୁଥିଲା । ଏଥର ସଂଖ୍ୟା 315 ହେବ । ଚଳିତ ବର୍ଷ ୧୫ ହଜାର ଭକ୍ତଙ୍କ ପାଇଁ ଷ୍ଟେସନ ପରିସରରେ ଶୌଚାଳୟ, ପାନୀୟ ଜଳ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ରେଳ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି । ଚଳିତବର୍ଷ ୨୫ଟି ଜିଲ୍ଲାରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ବାଦାମପାହାଡ, ବାଙ୍ଗିରିପୋଷୀ, ରାଉରକେଲା, ସମ୍ବଲପୁର, ଜନୁଗଡ ରୋଡ, ସୋନପୁର, ଗୁଣୁପୁର, ବ୍ରହ୍ମପୁର, ଦଶପଲ୍ଲା, ଅନୁଗୋଳ, ପାରାଦ୍ବୀପ, କେନ୍ଦୁଝରଗଡ, ଭଦ୍ରକ ଓ ବାଲେଶ୍ବର ଭଳି ସ୍ଥାନଗୁଡିକରୁ ପୁରୀକୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ପାଇଁ ଯୋଜନା କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରାରେ ସାମିଲ ହେବା ପାଇଁ ଆସୁଥିବାରୁ ଏହା ଆମ ପାଇଁ ଖୁସିର କଥା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.