ETV Bharat / state

'ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ଦୁର୍ନୀତି କରିଥିବା ଲୋକ ପାତାଳରେ ଥିଲେ ବି ଦଣ୍ଡ ଭୋଗିବ' - Ratna Bhandar to open soon

author img

By ETV Bharat Odisha Team

Published : Jun 30, 2024, 7:36 PM IST

Updated : Jun 30, 2024, 8:25 PM IST

CM MOHAN SPEECH ON FELICITATION CEREMONY: ଖୁବଶୀଘ୍ର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆଜି ବିଜେପି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

CM MOHAN MAJHI
CM MOHAN MAJHI (ETV Bharat Odisha)

ଭୁବନେଶ୍ବର: ଖୁବଶୀଘ୍ର ଖୋଲିବ ରତ୍ନ ଭଣ୍ଡାର । ସମସ୍ତ ଅଳଙ୍କାରର ଗଣତି ମଣତି ହେବ । ଦୁର୍ନୀତି କରିଥିବା ଲୋକ ପାତାଳରେ ଥିଲେ ବି ଦଣ୍ଡ ଭୋଗିବ । ଦୋଷୀକୁ ନିଶ୍ଚିତ ଦଣ୍ଡ ଦିଆଯିବ । ଓଡ଼ିଶାର ସମ୍ପତ୍ତିକୁ ଲୁଟ କରିଥିବା ପିସିଖୋରଙ୍କୁ ସରକାର ବାନ୍ଧିବେ ବୋଲି ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ 2024 ନିର୍ବାଚନ ବିଜୟର ଶ୍ରେୟ ନେଇ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଜଣାଇଲେ ଧନ୍ୟବାଦ ।

CM MOHAN SPEECH ON FELICITATION CEREMONY (ETV Bharat Odisha)

ଖୋଲିବ ରତ୍ନ ଭଣ୍ଡାର:- ଆଜି ରାଜ୍ୟ ବିଜେପି ପକ୍ଷରୁ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ନବ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଅଭିଭାଷଣ ରଖିବା ସମୟରେ ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇଥିଲେ । ରତ୍ନ ଭଣ୍ଡାରରୁ ଯଦି ଲୁଟ୍‌ ହୋଇଥିବା ତେବେ ଦୋଷୀକୁ ଦଣ୍ଡିତ କରାଯିବ ବୋଲି କହିଥିଲେ ।

କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ବିଜୟର ଶ୍ରେୟ:- ନୂଆ ଓଡ଼ିଶା ଗଠନ ଏବଂ ବିକଶିତ ଓଡ଼ିଶା ଗଠନ ଦାୟିତ୍ୱ ଆମକୁ ମିଳିଛି । ଜଣେ ସାଧାରଣ କାର୍ଯ୍ୟକର୍ତ୍ତାରୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଲା । ସେଥିପାଇଁ ପ୍ରତି କାଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

'ସଂକଳ୍ପ ପତ୍ରର ସବୁ ପ୍ରତିଶ୍ରୁତି ପୂରଣ ହେବ'

ମୁଖ୍ୟମନ୍ତ୍ରୀ କହିଛନ୍ତି, "ସଂସଦରେ ମୋଦି କହିଥିଲେ ବିକାଶ ଇଞ୍ଜିନରେ ଏକ ନମ୍ବର ଡବା ହେବ ଓଡ଼ିଶା । ମୋଦିଙ୍କ ଏଜେଣ୍ଡାରେ ଅମୃତ କାଳ 25 ବର୍ଷ ରହିଛି । ମୋଦି ସବୁବେଳେ ଓଡ଼ିଶାକୁ ପ୍ରାଧାନ୍ୟ ଦେଇଛନ୍ତି । ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟି ଓଡ଼ିଶା ବିଷୟରେ ଆଲୋଚନା କଲୁ । ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ମୁଁ ଆଶ୍ଵସ୍ତ । ପ୍ରଧାନମନ୍ତ୍ରୀ ଖୁସି ଅଛନ୍ତି । ତାଙ୍କର ସମସ୍ତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବୁ । ଓଡ଼ିଶାବାସୀ ଆମକୁ ଗୁରୁ ଦାୟିତ୍ବ ଦେଇଛନ୍ତି । ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ ଆଗକୁ ବଢିବାକୁ ଆହ୍ବାନ ଦେଲେ । ଆଗାମୀ 5 ବର୍ଷ ବହୁ ଗୁରୁତ୍ବ ରଖୁଛି । ଗରିବ କଲ୍ୟାଣ ମୋହନ ସରକାରର ପ୍ରାଥମିକତା । ସଂକଳ୍ପ ପତ୍ରରେ ନୂଆ ଓଡ଼ିଶା ଗଠନର ସବୁ ବିନ୍ଦୁ ରହିଛି । ସେସବୁକୁ ପୂରଣ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।"

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ ସେପ୍ଟେମ୍ବର 17ରୁ ଆରମ୍ଭ ହେବ ଶୁଭଦ୍ରା ଯୋଜନା । ଧାନର ମଧ୍ୟ ଖୁବଶୀଘ୍ର ଏମଏସପି ବଢ଼ାଯିବ । ସାଧାରଣ ଲୋକଙ୍କ ମତକୁ ନେଇ ବଜେଟ ତିଆରି ହେବ । ଏଥିପାଇଁ ସ୍ବତନ୍ତ୍ର ୱେବସାଇଟ ଖୋଲିବେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଦେଇପାରିବେ ସାଧାରଣ ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 30, 2024, 8:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.