ETV Bharat / state

ଅପୂର୍ବ ଏ ସଂଯୋଗ; ବାପା ଖୋଲିଥିଲେ, ଏବେ ପୁଅ ଖୋଲିଲେ - Puri Ratna Bhandar Opening

author img

By ETV Bharat Odisha Team

Published : Jul 14, 2024, 4:49 PM IST

Puri Sri Mandir Ratna Bhandar Opening: ଯେଉଁ କାମ ଦୀର୍ଘ 46ବର୍ଷ ପୂର୍ବେ ବାପାଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା, ଆଜି ପୁଅ ସମୟରେ ମଧ୍ୟ ସେହି କାର୍ଯ୍ୟ ହୋଇଛି । ଖୋଲିଛି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନ ଭଣ୍ଡାର । ସେତେବେଳେ ବି ବାପା ଆଇନ ମନ୍ତ୍ରୀ ଥିଲେ, ଆଉ ଆଜି ବି ପୁଅ ଆଇନ ମନ୍ତ୍ରୀ । ଅଧିକ ପଢନ୍ତୁ

Puri Ratna Bhandar Opening
Puri Ratna Bhandar Opening (ETV Bharat Odisha)

ପୁରୀ: ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ପରେ ଖୋଲିଛି ଶ୍ରୀମନ୍ଦିରର ରହସ୍ୟମୟ ରତ୍ନ ଭଣ୍ଡାର । ମହାପ୍ରଭୁଙ୍କ ମହଣ ମହଣ ରତ୍ନର ଗଣତି ମଣତି ହେବ । ଅଳଙ୍କାରର ହିସାବ କରାଯିବ । ରତ୍ନ ଭଣ୍ଡାର ଖୋଲିବା ନେଇ ଦୀର୍ଘ 46 ବର୍ଷ ଧରି ଦାବି ହୋଇଆସୁଥିବା ବେଳେ ଆଜି ସେହି ଶୁଭ ମୁହୂର୍ତ୍ତ ଉପନୀତ ହୋଇଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଖୋଲିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ସବୁଠୁ ଖାସ କଥା ହେଉଛି ଯେଉଁ କାର୍ଯ୍ୟକୁ 46ବର୍ଷ ପୂର୍ବେ ବାପା କରିଥିଲେ, ଆଜି ପୁଅ ଆଇନ ମନ୍ତ୍ରୀ ହେବା ପରେ ପୁଣି ସେହି କାର୍ଯ୍ୟ କରିଛନ୍ତି ।

ପୁରୀ ଜଗନ୍ନାଥ ମନ୍ଦିର
ପୁରୀ ଜଗନ୍ନାଥ ମନ୍ଦିର (@SJTA_Puri)

ବହୁ ବିଚାରବିମର୍ଶ, ବୈଠକ, ପ୍ରସ୍ତୁତି ପରେ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ ନିର୍ଦ୍ଧାରିତ ସମୟ ଅପରାହ୍ନ ଆଜି 1ଟା 28 ମିନିଟରେ ‘ରତ୍ନଭଣ୍ଡାର’ ଖୋଲାଯାଇଛି । ‘ରତ୍ନଭଣ୍ଡାର ତଦାରଖ କମିଟି’ ମୁଖ୍ୟ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ନେତୃତ୍ବରେ 11ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ ମନ୍ଦିର ମଧ୍ୟରେ ପ୍ରବେଶ କରି ରତ୍ନଭଣ୍ଡାର ଖୋଲିଛନ୍ତି । ପ୍ରଥମେ ବାହାର ଭଣ୍ଡାର ଖୋଲିବା ପରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇଛି । ଶେଷ ଥର ଲାଗି 1978 ମସିହାରେ ଖୋଲାଯାଇଥିଲା ରତ୍ନ ଭଣ୍ଡାର ।

ରତ୍ନ ଭଣ୍ଡାରର ଅପୂର୍ବ ସଂଯୋଗ:-

1978 ମସିହାରେ ନୀଳମଣି ରାଉତରାୟଙ୍କ ସରକାରରେ ବିଶ୍ବଭୂଷଣ ହରିଚନ୍ଦନ ଆଇନ ମନ୍ତ୍ରୀ ଥିଲେ । ସେତେବେଳେ ଭିତର ରତ୍ନ ଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନଭେଣ୍ଟୋରୀ ପ୍ରସ୍ତୁତ କରାଯାଇଥିଲା । ସେହିବର୍ଷ ମେ’ 13 ତାରିଖରୁ ଜୁଲାଇ 23 ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି ହୋଇଥିଲା । ଏହି ତଥ୍ୟ ଆଧାରରେ 454 ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ରହିଥିବା ଉଲ୍ଲେଖ ରହିଛି । ଏହାର ପରିମାଣ ପ୍ରାୟ 12,883 ଭରି । ସେହିପରି ମୋଟ 22,153 ଭରିର ରୂପା ଅଳଙ୍କାର ରହିଥିବା ମଧ୍ୟ ଜଣାପଡିଥିଲା ।

ବାପା ଖୋଲିଥିଲେ, ଏବେ ପୁଅ ଖୋଲିଲେ
ବାପା ଖୋଲିଥିଲେ, ଏବେ ପୁଅ ଖୋଲିଲେ (ETV Bharat Odisha)

ଏବେ ଭେଟେରାନ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ ଅଛନ୍ତି । ତାଙ୍କ ସମୟରେ ମଧ୍ୟ ଏହି ଶୁଭକାର୍ଯ୍ୟ ହେଉଛି । ଖୋଲାଯାଇଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ତାଙ୍କ ବାପାଙ୍କ ସମୟରେ ରତ୍ନ ଭଣ୍ଡାର ଖୋଲିଥିବା ବେଳେ ସେ ଆଇନ ମନ୍ତ୍ରୀ ଥିଲା ସମୟରେ ରତ୍ନ ଭଣ୍ଡାର ଖୋଲିଛି । ଯାହାକି ଏକ ଅପୂର୍ବ ସଂଯୋଗ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ରାଜ୍ୟରେ ନୂଆ କରି ବିଜେପି ସରକାର ଆସିଛି । ଏହି ସରକାରକୁ ମାସେ ପୁରିବା ପରେ ପୂର୍ବ ପ୍ରତିଶ୍ରୁତି ମୁତାବକ ରତ୍ନ ଭଣ୍ଡାର ଖୋଲାଯାଇଛି । ଭିତର ରତ୍ନ ଭଣ୍ଡାର ଦୁର୍ବଳ ସ୍ଥିତିରେ ଥିବାରୁ ଏହାକୁ ତୁରନ୍ତ ଖୋଲାଯାଇ ମରାମତି କରିବା ପାଇଁ ଦାବି ହୋଇଆସୁଥିଲା । ଶେଷରେ ଆଜି ରତ୍ନ ଭଣ୍ଡାର ଖୋଲାଯାଇଛି । ପ୍ରଥମେ ସୁନା ଅଳଙ୍କାରକୁ ସୁରକ୍ଷିତ ଭାବେ ସିନ୍ଦୁକରେ ରଖାଯିବ । ଏହାପରେ ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଗତକାଲି ଆଇନ ମନ୍ତ୍ରୀ ସୂଚନା ଦେଇଥିଲେ ।

ପଢନ୍ତୁ ଅନ୍ୟ କିଛି ଖବର

ଆସିଲା ମାହାର୍ଘ୍ୟ ମୁହୂର୍ତ୍ତ: ପ୍ରାୟ 5ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର, ଭିତରେ ଯାଞ୍ଚ କରୁଛି 11ଜଣିଆ ଟିମ୍‌

ଜଗତ ଦେଖିବ କାଳିଆ ଗହଣା: ଶେଷ ଥର କେବେ ଖୋଲିଥିଲା ରତ୍ନଭଣ୍ଡାର, ମିଳିଥିଲା କେତେ ରତ୍ନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.