ETV Bharat / state

ରାସ୍ତା ସୃଷ୍ଟି କରୁଛି ପୋଖରୀ ଭ୍ରମ, ଚିନ୍ତା ବଢାଇଛି ବାଲିଗାଡି ! - CUTTACK ROAD PROBLEM

author img

By ETV Bharat Odisha Team

Published : Aug 10, 2024, 6:34 PM IST

Road Problem: ରାସ୍ତା ସୃଷ୍ଟି କରିଛି ପୋଖରୀ ଭ୍ରମ । ଝାରପଡାଠାରୁ ଖଲର୍ଦ୍ଦା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ସମସ୍ୟା ଭୋଗୁଛନ୍ତି । ପଢନ୍ତୁ ପୂରା ଖବର

Road Problem
Road Problem (ETV Bharat Odisha)

ନିଆଳି: ବାଲିଗାଡି ଯୋଗୁଁ ରାସ୍ତା ସାରା ଖାଲ । ଫଳରେ ବିପଦଶଙ୍କୁଳ ଅବସ୍ଥାରେ ଯାତୟାତ କରୁଛନ୍ତି ଲୋକେ । ଝାରପଡାଠାରୁ ଖଲର୍ଦ୍ଦା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ।‌ ଯାହାକି ବର୍ଷା ଦିନେ ପୋଖରୀର ଭ୍ରମ ସୃଷ୍ଟି କରୁଛି ।

Road Problem (ETV Bharat Odisha)

ଯାତାୟତ ସମସ୍ୟା:
ଯେଉଁ ଆଡେ ଚାହିଁଲେ ରାସ୍ତା ସାରା ଆଣ୍ଠୁଏ ଲେଖାଏଁ ଗାତ । ପୋଖରୀ ଭଳି ଦୃଶ୍ୟମାନ ହେଉଛି ରାସ୍ତା । ଆଉ ବର୍ଷା ହେଲେ ଖାଲରେ ପାଣି ଜମି ଯାଉଛି । ଫଳରେ ଦୁର୍ଘଟଣା ଘଟି ଜୀବନ ଯାଉଥିବାବେଳେ ଅନେକ ଲୋକେ ଆହତ ହେଉଛନ୍ତି । "ବେଆଇନ ବାଲିଗାଡି ଯୋଗୁଁ ରାସ୍ତା ଏଭଳି ସଂକୀର୍ଣ୍ଣ ହୋଇଛି" ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ମିଳିଥିବା ଅଭିଯୋଗ ଅନୁସାରେ, କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଧୀନରେ ରହିଛି ଇଚ୍ଛାପୁରଠାରୁ ପ୍ରତାପ ନଗରୀ କେନାଲ ବନ୍ଧ ରାସ୍ତା । ଏହି ରାସ୍ତା କଟକ ଆର.ଆଣ୍ତ.ବି ବିଭାଗ ଅଧୀନରେ ରହିଛି । ଝାରପଡାଠାରୁ ଖଲର୍ଦ୍ଦା ପର୍ଯ୍ୟନ୍ତ ପାଖାପାଖି ୧୨ କିଲୋମିଟର ମିଟର ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳୁଛି ।

ଏହା ବି ପଢନ୍ତୁ...ଏ କଣ ବିକାଶ ? ଚାଷ ଜମିର ଭ୍ରମ ସୃଷ୍ଟି କରୁଛି ଗାଁ ରାସ୍ତା, ଧାନ ତଳି ରୋଇ ପ୍ରତିବାଦ - KALAHANDI ROAD PROBLEM

ବାଲିଗାଡି ବନ୍ଦ ପାଇଁ ଦାବି:
ସ୍ଥାନୀୟ ଅଞ୍ଚଳର ଅଶୋକ କୁମାର ସ୍ବାଇଁ କହିଛନ୍ତି," ଶହ ଶହ ବାଲିଗାଡି ଯିବା ଆସିବା ଯୋଗୁଁ ଝାରପଡ଼ା ଓ ଖଲର୍ଦ୍ଦା ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଗାଡ ହୋଇଛି । ଯାହାଫଳରେ ପିଲାମାନେ ସ୍କୁଲ ଓ ଟ୍ୟୁସନ ଯିବା ଆସିବାରେ ଅସୁବିଧା ହେଉଛି ‌। ପ୍ରତିଦିନ ଦୁର୍ଘଟଣା ଘଟୁଛି । ସରକାର ଏ ଦିଗରେ ଦୃଷ୍ଟିଦେଇ ରାସ୍ତା ନିର୍ମାଣ ସହିତ ବାଲିଗାଡି ବନ୍ଦ କରନ୍ତୁ ।" ସେହିପରି ଆଉ ଜଣେ ସ୍ଥାନୀୟ ବାସିନ୍ଦା କୁସୁମା ପ୍ରଧାନ କହିଛନ୍ତି, "ଏକାଧିକ ବାଲିଗାଡି ଯିବା ଯୋଗୁଁ ରାସ୍ତା ମରଣଯନ୍ତା ପାଲଟିଛି । ଇଚ୍ଛାପୁରଠାରୁ ପ୍ରତାପ ନଗରୀ ପର୍ଯ୍ୟନ୍ତ ଏହି ରାସ୍ତା ଯାଇଛି । କଟକ ଭୁବନେଶ୍ଵରକୁ ଏହି ରାସ୍ତା ସଂଯୋଗ କରିଛି । ଖାଲଖମା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଧନ ଜୀବନ କ୍ଷୟକ୍ଷତି ହେଉଛି । ରାସ୍ତା କାମ ତୁରନ୍ତ କରାଯାଉ ଏବଂ ବାଲିଗାଡି ବନ୍ଦ ହେଉ ।"

ରାସ୍ତା ମରାମତି ପ୍ରତିଶ୍ରୁତି:

ଝାରପଡ଼ାଠାରୁ ଖଲର୍ଦ୍ଦା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥାକୁ ନେଇ ଆର୍.ଆଣ୍ତ.ବି ବିଭାଗ ସହକାରୀ ଯନ୍ତ୍ରୀ ମନୋଜ ମିଞ୍ଜ କରିଛନ୍ତି, "ରାସ୍ତାଟି ଏବେ ଆମ୍ଭକୁ ହସ୍ତାନ୍ତର କରାଯାଇଛି । ପୂର୍ବରୁ ଏହି ରାସ୍ତା ଖରାପ ଥିଲା, ଏଥିପାଇଁ ଟେଣ୍ଡର ହୋଇଛି । କାମ ସରିବା ପାଇଁ ସମୟ ଲାଗିବ । ଖାଲଖମାକୁ ମରାମତି କରାଯିବ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.